ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ସାହିତ୍ୟ ସମ୍ରାଟ ବଙ୍କିମ ଚନ୍ଦ୍ର ଚେଟପାଧ୍ୟାୟ ଗବେଷଣା କେନ୍ଦ୍ର ଓ ମ୍ୟୁଜିୟମ୍, ବିଶ୍ଵର ବିଭିନ୍ନ ପ୍ରାନ୍ତରରୁ ଛୁଟୁଛି ପାଠକଙ୍କ ସୁଅ 

କଲିକତା(କେନ୍ୟୁଜ୍):  ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ ର ରଚୟିତା ସାହିତ୍ୟ ସମ୍ରାଟ ବଙ୍କିମ ଚନ୍ଦ୍ର ଚଟୋପାଧ୍ୟୟ ଙ୍କ ଜନ୍ମ ସ୍ଥାନ ପଶ୍ଚିମ ବଙ୍ଗ ର ନଈହାଟି ଅଞ୍ଚଳ ଦେଶବାସୀ ଙ୍କ ପାଇଁ ଏକ ଆବେଗ ଓ ପବିତ୍ର ସ୍ଥଳୀ ଭାବେ ପରିଚିତ।ବଙ୍କିମ ଚନ୍ଦ୍ର ଙ୍କ ଏହି ପୈତୃକ ଗୃହ ଏକଦା ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପାଇଁ ମେଳ ବନ୍ଧନ ର ସ୍ଥଳି ଥିଲା।ଯାହାକି ଆଜି ବି ପ୍ରତ୍ୟେକ ଙ୍କ ପାଇଁ ସ୍ମରଣୀୟ ଓ ବନ୍ଦନୀୟ ହୋଇ ରହିଛି।ଏଭଳି ଐତିହାସିକ ସ୍ଥଳୀ ର ବହୁବିଧ ଦିଗକୁ ସାଧରଣରେ ଉପସ୍ଥାପନ ଲକ୍ଷ୍ୟ ନେଇ ସେଠାରେ ପହଞ୍ଚିଥିଲା କଳିଙ୍ଗ ଟିଭି

 ଭାରତର ପ୍ରଥମ ସ୍ମାତକ ଏବଂ ଡେପୁଟି ମାଜିଷ୍ଟ୍ରେଟ ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟ ଜଣେ ପ୍ରଶାସକ ଭାବେ ଦାୟିତ୍ଵ ପାଳନ ସହ ପରାଧୀନ ଭାରତର ମୁକ୍ତି ପାଇଁ  କାଳ ଜୟୀ ପଦକ୍ଷେପ ଗ୍ରହଣ କରିଥିଲେ। ସଂସ୍କୃତ ଭାଷାରେ ଭାରତକୁ ମତୃଦେବୀ ଭାବେ ସେ ଅବତାରଣା କରିଥିଲେ।ଯାହାକି ଦେଶବାସୀଙ୍କୁ ଦେଶଭକ୍ତି କ୍ଷେତ୍ରରେ ଅଧିକ ଉଦଦ୍ଭାସିତ କରିଥିଲା ।ବିଶେଷ କରି ସ୍ୱାଧୀନତା ଆନ୍ଦୋଳନ ସମୟରେ ସଂଗ୍ରାମୀ ମାନଙ୍କୁ ଅନୁପ୍ରେରଣା ଯୋଗାଇଥିଲା । ସାହିତ୍ୟ ସମ୍ରାଟଙ୍କ ଆନନ୍ଦ ମଠ ଉପନ୍ୟାସରେ ବନ୍ଦେ ମାତରମ୍ ସଙ୍ଗୀତ ସ୍ଥାନ ପାଇବା ଦ୍ଵାରା ସଙ୍ଗୀତଟି ଆହୁରି ପ୍ରଚାର ପ୍ରସାର ଲାଭ କରିଥିବା   ଜଣାଯାଏ।ପରବର୍ତ୍ତୀ ପର୍ଯ୍ୟାୟରେ ଏହି ସଙ୍ଗୀତ ପରିବେଷଣ ଦେଶବାସୀଙ୍କ ହୃଦୟର ସ୍ପନ୍ଦନ ହୋଇଯାଇଛି।

ସାହିତ୍ୟ ସମ୍ରାଟ ବଙ୍କିମ ଚନ୍ଦ୍ର ଜଣେ ପ୍ରଶାସକ ଓ ଔପନ୍ୟାସିକ ଭାବେ ଖ୍ୟାତି ଅର୍ଜନ କରିଥିବା ବେଳେ ଗୌଡ଼ିୟ ବୈଷ୍ଣବ ସଂସ୍କୃତି  ଦ୍ଵାରା ସେ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ।ତାଙ୍କ ସାହିତ୍ୟ  ମଧ୍ୟରେ ଧର୍ମର ବହୁବିଧ ଦିଗ ପ୍ରକଟିତ ହେଉଥିଲା।ଚର୍ଚ୍ଚା ହୁଏ ସେଥିପାଇଁ ତାଙ୍କ ଜନ୍ମ ଭିଟ୍ଟାକୁ ସ୍ୱତନ୍ତ୍ରଭାବେ ସଂରକ୍ଷଣ କରା ଯାଇଛି।

ଭାରତୀୟ ଜାତୀୟତାବାଦୀର ବହୁବିଧ ଦିଗକୁ ପ୍ରଭାବ ପକାଇଲା ଭଳି ସୃଷ୍ଟି ବଙ୍କିମଙ୍କ ରଚନାବଳୀରେ ବାରି ହୋଇପଡେ। ସେ ୧୩ଟି ଯୁଗାନ୍ତକାରୀ ଉପନ୍ୟାସ ରଚନା କରିଛନ୍ତି।ସେଥିମଧ୍ୟରୁ ଆନନ୍ଦ ମଠ, ଦୂର୍ଗେଶ ନନ୍ଦିନୀ, ରାଜ ସିଂହ ଭଳି କେତେକ ସୃଷ୍ଟି ଆଜି ବି ଦେଶବାସୀଙ୍କ ପାଇଁ ସମ୍ପଦ ହୋଇ ରହିଛି।

ବଙ୍କିମ ଚନ୍ଦ୍ରଙ୍କ ପରିବାର ଓ ତାଙ୍କ ସୃଷ୍ଟି, କୃତ୍ତି ,ତଥ୍ୟାବଳୀ ଏବଂ ବହୁ ଐତିହ୍ୟବାହୀ ସମ୍ଭାରକୁ ନେଇ ପଶ୍ଚିମ ବଙ୍ଗ ତଥ୍ୟ ସଂସ୍କୃତି ବିଭାଗ ଦ୍ଵାରା ଗଢ଼ି ଉଠିଛି ‘ସାହିତ୍ୟ ସମ୍ରାଟ ବଙ୍କିମ ଚନ୍ଦ୍ର ଚେଟପାଧ୍ୟାୟ ଗବେଷଣା କେନ୍ଦ୍ର ଓ ମ୍ୟୁଜିୟମ୍। ଯାହାକୁ ଦେଖିବା ନିମନ୍ତେ ବିଶ୍ଵର ବିଭିନ୍ନ ପ୍ରାନ୍ତରୁ ବଙ୍କିମ ପ୍ରେମୀ ମାନେ ଏଠାକୁ ଛୁଟି ଆସନ୍ତି।ଏହି ମ୍ୟୁଜିୟମରେ ସାହିତ୍ୟ ସମ୍ରାଟଙ୍କ ବ୍ୟକ୍ତିଗତ ବହୁ ନିଦର୍ଶନ ରହିଛି। ବଙ୍କିମ ମ୍ୟୁଜିୟମର ବିଶେଷ ଆକର୍ଷଣୀୟ ଅଂଶ ହେଉଛି ସେ ଯେଉଁଠି ବସି ବନ୍ଦେ ମାତରମ ସଙ୍ଗୀତ ରଚନା କରିଥିଲେ ସେହି ଚେୟାର ଟେବୁଲ୍ ଉଦ୍ଧିଷ୍ଟ ପଠନ ଶାଳାରେ ଅନୁଗାମୀଙ୍କୁ ପାଇଁ ଶୋଭା ପାଉଛି।

ଏବେବି ଆଢ଼ୁଆଳରେ ଥିବା ସାହିତ୍ୟ ସମ୍ରାଟଙ୍କ  ବହୁବିଧ ଦିଗକୁ ପ୍ରକାଶ କରିବା ନିମିତ୍ତ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।ଫଳରେ ନୂତନ ପ୍ରଦର୍ଶନୀ ଶଳାମାନ ଖୋଲା ଯାଉଛି।  ବଙ୍କିମ ଚନ୍ଦ୍ର ୧୮୩୮ରେ ଜନ୍ମ ଗ୍ରହଣ କରି ୧୮୯୪ ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।ମାତ୍ର ୫୬ ବର୍ଷ ଜୀବନ କାଳ ମଧ୍ୟରେ ଯେଉଁ ଅକ୍ଷୟ କୀର୍ତ୍ତିରାଜି ସୃଷ୍ଟି କରିଛନ୍ତି ,ତାହା ତାଙ୍କୁ ଚିରଞ୍ଜିବୀ କରି  ରଖିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.