ସାଇବାବା ମନ୍ଦିର ଟଙ୍କାକୁ ନେବା ପାଇଁ ମନା କରିଦେଲା ବ୍ୟାଙ୍କ୍, ଜଣାଇଲା କାରଣ

ମହରାଷ୍ଟ୍ରର ଶିରିଡିସ୍ଥିତ ସାଇ ବାବା ମନ୍ଦିରରେ ଜମା ଟଙ୍କାକୁ ନେବା ପାଇଁ ବ୍ୟାଙ୍କ୍ ମନା କରିଦେଇଛି। ବ୍ୟାଙ୍କ୍ କହିଛି ଯେ ତାଙ୍କ ପାଖରେ ଏହି ଟଙ୍କାକୁ ରଖିବା ପାଇଁ ଜାଗା ନାହଁ। କାରଣ ଏହି ସମୟରେ ସାଇବାବା ସଂସ୍ଥାନ ପାଖରେ ଦେଢ଼ କୋଟି ଟଙ୍କା ରହିଛି। ଯାହାକୁ ବ୍ୟାଙ୍କ୍ ଜମା କରିବା ପାଇଁ ମନା କରିଦେଲା। ବର୍ତ୍ତମାନ କେବଳ ଅପେକ୍ଷା ବ୍ୟାଙ୍କର ସ୍ବିକ୍ରୁତିକୁ।

ଏହି ସମସ୍ୟାରୁ ବାହାରିବା ପାଇଁ ସାଇ ବାବା ସଂସ୍ଥାନ ଟ୍ରଷ୍ଟର ସିଇଓ ଦିପକ ମୁଙ୍ଗଳୀକର ଆରବିଆଇ ଏବଂ ରାଷ୍ଟ୍ରୀୟାତ ବ୍ୟାଙ୍କକୁ ପତ୍ର ଲେଖି ଏହି ସମସ୍ୟାର ସମାଧାନ କରିବା ପାଇଁ ଆଗ୍ରହ କରିଛନ୍ତି। ଦେଶ-ବିଦେଶରେ ସବୁଦିନ ଲକ୍ଷ-ଲକ୍ଷ ସଂଖ୍ୟାର ଶ୍ରଦ୍ଧାଳୁ ଶିରିଡି ଆସି ସାଇ ବାବାଙ୍କ ସମାଧୀକୁ ଦର୍ଶନ କରୁଛନ୍ତି।

sai babaସାଇ ବାବା ମନ୍ଦିରକୁ ଭରପୂର ଦାନ ମଧ୍ୟ ମିଳୁଛି। ଦେଶରେ ଧର୍ମସ୍ଥଳ ମାନଙ୍କରେ ପ୍ରଥମେ ରହିଛି ତିରୁପତିର ବାଲାଜି ମନ୍ଦିର ଏବଂ ଦ୍ବିତୀୟରେ ସାଇ ବାବା ମନ୍ଦିର ରହିଛି। ଦାନ ରୂପରେ ଶ୍ରଦ୍ଧାଳୁ ନୋଟ ଏବଂ କଏନ ଦେଇଥାନ୍ତି। ସବୁ ମଙ୍ଗଳବାର ଏବଂ ଶୁକ୍ରବାର ଦିନ ଦାନବାକ୍ସରେ ଥିବା ରାଶିକୁ ଗଣାଯାଏ। ଏହା ଭାଗ ଭାଗ କରି ୮ଟି ରାଷ୍ଟ୍ରୟକ୍ରୁତ ବ୍ୟାଙ୍କରେ ଜମା କରାଯାଇଥାଏ।

ସବୁ ସପ୍ତାହ ପ୍ରାୟ ଚାରି ରୁ ପାଞ୍ଚ କୋଟି ଟଙ୍କା ଦାନ ଆକାରରେ ମନ୍ଦିରକୁ ଆସିଥାଏ। ଯେଉଁଥିରେ ସାତ ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ରହିଥାଏ। ଗତ କିଛି ଦିନ ହେବ ବ୍ୟାଙ୍କ ଟଙ୍କା ରଖିବ ନାହିଁ ବୋଲି ମନା କରୁଛି। ଏହି କାରଣରୁ ଆମର ଚିନ୍ତା ବଢ଼ି ଯାଇଛି। ଶୁକ୍ରବାର ଦିନ ଏହି କାରଣରୁ ଦାନ ରାଶି ଗଣା ହୋଇପାରିନାହିଁ।

You might also like