ବଟ ବୃକ୍ଷକୁ ଏପରି ପୂଜା କଲେ ହେବ ସବୁ ମନସ୍କାମନା ପୂର୍ଣ୍ଣ, ଜାଣନ୍ତୁ ପୂଜା କରିବାର ସ୍ୱତନ୍ତ୍ର ବିଧି

ବର ଗଛ ସହିତ ଅନେକ ଲୋକଙ୍କ ଧାର୍ମିକ ଆସ୍ଥା ଯୋଡ଼ି ହୋଇ ରହିଛି। ବଟ ବୃକ୍ଷ ବା ବର ଗଛରେ ଦେବଦେବୀ ବାସ କରୁଥିବାର ବିଶ୍ୱାସ ଅଛି। ଏଥିପାଇଁ ପ୍ରତ୍ୟେକ ଲୋକ ଏହି ଗଛକୁ ପୂଜା କରିଥାନ୍ତି। ଏହାର ପ୍ରତ୍ୟେକଟି ଭାଗରେ ଭଗବାନ ବାସ କର ନ୍ତି। ତେଣୁ ଏହାକୁ ପୂଜା କରିବାର ସ୍ୱତନ୍ତ୍ର ରୀତିନୀତି ରହିଛି।

ଆପଣ ଜାଣିଛନ୍ତି କି ଏହି ପବିତ୍ର ବୃକ୍ଷର କେଉଁ ଭାଗରେ କେଉଁ ଦେବତା ରୁହନ୍ତି? ଧର୍ମ ଅନୁଯାୟୀ ବଟ ବୃକ୍ଷର ମୂଳରେ ବ୍ରହ୍ମା, ମଧ୍ୟ ଭାଗରେ ଭଗବାନ ବିଷ୍ଣୁ ଓ ଅଗ୍ରଭାଗରେ ମହାଦେବ ବାସ କରନ୍ତି। ଦେବୀ ସାବିତ୍ରୀ ମଧ୍ୟ ବଟ ବୃକ୍ଷ ରେ ବାସ କରିଥାନ୍ତି। ଶାସ୍ତ୍ର ଅନୁଯାୟୀ ଏହି ଅକ୍ଷୟ ବଟର ପତ୍ରରେ ପ୍ରଳୟର ଅନ୍ତିମ ଚରଣରେ ଭଗବାନ ଶ୍ରୀ କୃଷ୍ଣ ଶିଶୁ ଅବସ୍ଥାରେ ଋଷି ମାର୍କଣ୍ଡେୟଙ୍କୁ ପ୍ରଥମ ଦର୍ଶନ ଦେଇଥିଲେ। ପ୍ରୟାଗରାଜ ତଟରେ ପତିତ ପାବନୀ ଗଙ୍ଗା ନଦୀ କୂଳରେ ବେଣୀ ମାଧବ ନିକଟରେ ଅକ୍ଷୟ ବଟ ରହିଛି , ଯାହାକୁ ଭକ୍ତ ଶିରୋମଣି ଗୋସ୍ୱାମୀ ତୁଳସୀ ଦାସ ପ୍ରୟାଗରାଜ ରେ ସଙ୍ଗମ ସ୍ଥଳରେ ଅକ୍ଷୟବଟ ରେ ତୀର୍ଥରାଜର ଛତ୍ର ବୋଲି ନାମିତ କରିଛନ୍ତି।

ାାସଙ୍ଗମୁ ସିଂହାସନୁ ସୁଠି ସୋହା, ଛତ୍ରୁ ଅଖୟବଟୁ ମୁନି ମନୁ ମୋହା ।ା ଏଭଳି ଭାବେ ତୀର୍ଥରେ ପଞ୍ଚବଟୀର ବିଶେଷ ମହତ୍ତ୍ୱ ରହିଛି। ପଞ୍ଚ ବଟି ସହ ସଂଯୁକ୍ତ ସ୍ଥାନକୁ ପଞ୍ଚବଟି କୁହାଯାଏ। କୁମ୍ଭଜ ମୁନିଙ୍କ ପରାମର୍ଶରେ ଭଗବାନ ଶ୍ରୀରାମ ନିଜ ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣଙ୍କୁ ନେଇ ବନବାସ ସମୟରେ ଏଠି ବାସ କରୁଥିଲେ। ତେବେ ପରିବେଶରେ ଥିବା ହାନିକାରକ ଗ୍ୟାସକୁ ନଷ୍ଟ କରି ବାତାବରଣୁ ଶୁଦ୍ଧ କରିବା ପାଇଁ ବଟ ବୃକ୍ଷର ବିଶେଷ ମହତ୍ତ୍ୱ ରହିଛି। ବଟ ବୃକ୍ଷର ଔଷଧିୟ ଗୁଣ ମଧ୍ୟ ରହିଛି। ଏହାର ଆୟୁଷ ସବୁଠୁ ଅଧିକ ରହିଥାଏ।

ତେଣୁ ଦୀର୍ଘ ଆୟୁ, ଅକ୍ଷୟ ସୈାଭାଗ୍ୟ ତଥା ନିରନ୍ତର ଅଦ୍ଭୁଦୟ ପ୍ରାପ୍ତି ପାଇଁ ବଟ ବୃକ୍ଷର ଆରଧନା କରିବା ଉଚିତ। ଧର୍ମ ଗ୍ରନ୍ଥ ଅନୁଯାୟୀ ସାବିତ୍ରୀ ଏହି ଗଛ ତଳେ ନିଜ ସ୍ୱାମୀଙ୍କର ଜୀବନ ପୁଣିଥରେ ଫେରାଇ ଆଣିଥିଲେ। ସେବେଠାରୁ ଜୈଷ୍ଠ ମାସ ଅମାବାସ୍ୟା ଦିନ ଏହି ବ୍ରତକୁ ପାଳନ କରାଯାଏ। ଏହାକୁ ବର ଅମାବାସ୍ୟା ମଧ୍ୟ କୁହାଯାଏ। ସଧବା ମହିଳା ମାନେ ଅଖଣ୍ଡ ସୈାଭାଗ୍ୟ ପ୍ରାପ୍ତ କରିବା ପାଇଁ ଏହି ବ୍ରତ ପାଳନ କରିଥାନ୍ତି। ମହିଳାମାନେ ଏଥିପାଇଁ ଜୈଷ୍ଠ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଏହି ବ୍ରତକୁ ଲଗାତାର ୩ ଦିନ ଧରି ପାଳନ କରିଥାନ୍ତି।

ତେବେ ଏହିଦିନ ବଟ ବୃକ୍ଷର ପୂଜା କଲେ ବହୁତ ଶୁଭ ଫଳ ମିଳିଥାଏ। ଏହି ତିଥିରେ ବ୍ରତ କରିବା ଦ୍ୱାରା ମହିଳ ।ଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହୁଏ। ଗଛ ପାଖରେ ଆପଣ ଯମ ରାଜଙ୍କର ମଧ୍ୟ ପୂଜା କରିପାରିବେ। ବୃକ୍ଷ ମୂଳରେ ଜଳ ଅର୍ପଣ କରିବା ସହିତ ୧୦୮ ଥର ପରିକ୍ରମା କରନ୍ତୁ। ବଟ ବୃକ୍ଷର ପରିକ୍ରମା କରିବା ପରେ ଏହି ପୂଜା ସମ୍ପୂର୍ଣ୍ଣ ହୁଏ। ଏମିତରେ ଆପଣ ଏଠାରେ ସାବିତ୍ରୀ ଦେବୀଙ୍କର ପୂଜା ମଧ୍ୟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.