କ୍ୟାନସର ପୀଡିତାଙ୍କ ଦୁଃଖ ସହି ନପାରି ନିଜେ ଲଣ୍ଡା ହୋଇଗଲେ ହେୟାର ଷ୍ଟାଇଲିଷ୍ଟ: ଦେଖନ୍ତୁ ଭିଡିଓ

କିଛି ଲୋକଙ୍କ ହୃଦୟ ବହୁତ ସମ୍ବେଦନଶୀଳ ହୋଇଥାଏ। ଛୋଟ ଛୋଟ କଥାରେ ଭାବୁକ ହୋଇଯାଆନ୍ତି। ଆଉ କିଛି ଲୋକଙ୍କ ହୃଦୟ ବହୁତ କଠୋର ହୋଇଥାଏ । ଅନେକ ସମସ୍ୟା ରହିଥିଲେ ମଧ୍ୟ ହସ ହସ ମୁହଁରେ ବୁଲନ୍ତି । ଆପଣ ହୁଏତ ଏମିତି ଅନେକ ଭିଡିଓ ଦେଖିଥିବେ କିମ୍ବା କାହାଣୀ ଶୁଣିଥିବେ । ତେବେ ଏମିତି ଏକ ଭିଡିଓ ଭାଇରଲ ହେବାରେ ଲାଗିଛି, ଯେଉଁଥିରେ ଜଣେ କ୍ୟାନସର ପୀଡିତ ରୋଗୀ ସେଲୁନକୁ ଲଣ୍ଡା ହେବା ପାଇଁ ଆସିଥିଲେ। ଆଉ ଏହି ସମୟରେ ଭାବବିହ୍ଵଳ ହୋଇପଡି କାନ୍ଦିବାକୁ ଲାଗିଥିଲେ । ହେଲେ ତାଙ୍କ ଯନ୍ତ୍ରଣା ଦେଖି ହେୟାର ଷ୍ଟାଇଲିଷ୍ଟ ଏମିତି କାମ କରିଥିଲେ, ଯାହାକୁ ଆପଣ ଦେଖିଲେ ମଧ୍ୟ ଭାବୁକ ହୋଇପଡିବେ ।
ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି, କ୍ୟାନସର ପୀଡିତ ଜଣେ ମହିଳା ଲଣ୍ଡା ହେବାକୁ ସେଲୁନ ଆସିଥିଲେ। ଆଉ ଚେୟାରରେ ବସିଥିଲେ। ହେୟାର ଷ୍ଟାଇଲିଷ୍ଟ ତାଙ୍କୁ ଟ୍ରିମରରେ ଲଣ୍ଡା କରିବା ଆରମ୍ଭ କରିଥିଲେ, ମହିଳା ଜଣକ କାନ୍ଦ ଆରମ୍ଭ କରିଥିଲେ । କ୍ୟାନସର ପୀଡିତ ମହିଳା ଜଣକ କାନ୍ଦୁଥିବା ଦେଖି ହେୟାର ଷ୍ଟାଇଲିଷ୍ଟ ପ୍ରଥମେ ତାଙ୍କ ମୁଣ୍ଡକୁ ଚୁମ୍ବନ କରି ବୁଝାଇବାକୁ ଚେଷ୍ଟା କରୁଥିଲେ। ଏହା ସତ୍ତ୍ୱେ ମହିଳା ଜଣକ ନିଜ କୋହକୁ ସମ୍ଭାଳିପାରିନଥିଲେ ।
ଦେଖନ୍ତୁ ଭିଡିଓ :
No one fights alone!
He shaves off his own hair in solidarity with a cancer patient. pic.twitter.com/1sjLKKjnHO
— GoodNewsMovement (@GoodNewsMVT) January 15, 2023
ଏହି ସମୟରେ ହେୟାର ଷ୍ଟାଇଲିଷ୍ଟ ମଧ୍ୟ ଭାବବିହ୍ଵଳ ହୋଇ ଏମିତି କାମ କରିଥିଲେ, ଯାହା କେହି ବିଶ୍ୱାସ କରିପାରିବେ ନାହିଁ । ହେୟାର ଷ୍ଟାଇଲିଷ୍ଟ ଜଣକ ମହିଳା ପଛରେ ଛିଡା ହୋଇ ନିଜର କେଶ ମଧ୍ୟ କାଟି ପକାଇଥିଲେ । ନିଜେ ମଧ୍ୟ ଲଣ୍ଡା ହୋଇଯାଇଥିଲେ । ଏହା ଦେଖି ଲଣ୍ଡା ହେବାକୁ ଆସିଥିବା କ୍ୟାନସର ପୀଡିତା ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ହେୟାର ଷ୍ଟାଇଲିଷ୍ଟଙ୍କ ହାତ ଧରି କାନ୍ଦିବାକୁ ଆରମ୍ଭ କରିଥିଲେ ।
ଇଣ୍ଟରନେଟରେ ଭାଇରଲ ହେଉଥିବା ଏହି ଭିଡିଓ ଦେଖି ଲୋକେ ଏହାକୁ ବହୁତ ପ୍ରଶଂସା କରୁଛନ୍ତି । ଭିଡିଓକୁ ଟ୍ଵିଟରରେ ଗୁଡ ନ୍ୟୁଜ ମୁଭମେଣ୍ଟ ଦ୍ୱାରା ସେୟାର କରାଯାଇଛି। ୧ ମିନିଟ୍ ଏବଂ ୨୧ ସେକେଣ୍ଡର ଭିଡିଓକୁ ୯୦ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି । କ୍ୟାପସନରେ ଲେଖାଯାଇଛି, କେହି ବି ଏକୁଟିଆ ଲଢୁନାହିଁ ।