ମା’ କନକଦୁର୍ଗାଙ୍କ ଆଶୀର୍ବାଦ ପାଇବାକୁ ଦାଣ୍ଡ ପହଁରିବା ସହ ଏଠାରେ କୁକୁଡ଼ା ଉଡ଼ାନ୍ତି ଭକ୍ତ

ମା’ଙ୍କ ଦୁଆରେ କିଏ ଦାଣ୍ଡ ଓଳାଉଛି ତ ଆଉ କିଏ କୁକୁଡ଼ା ଉଡାଉଛି। ସେହିପରି କିଛି ଭକ୍ତ ଭକ୍ତି ଭାବନାରେ ମଜ୍ଜି ଯାଇ ସଂକୀର୍ତ୍ତନ କରିବାରେ ମସଗୁଲ ଅଛନ୍ତି। ଏଭଳି ଏକ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ପିତେଇପୁରର ମା’ କନକଦୁର୍ଗାଙ୍କ ପୀଠରେ। ଏଠାରେ ବାରୁଣୀ ଯାତ୍ରା ପରେ ସାତ ଦିନ ଧରି ଚାଲିଛି ଦାଣ୍ଡପହଁରା ଓ କୁକୁଡ଼ା ଉଡ଼ା ପର୍ବ।

kanakdurga3

ଏହି ପୀଠରେ ମା’ଙ୍କ ଦାଣ୍ଡ ପହଁରିଲେ ଓ ମୁଣ୍ଡ ଉପରେ କୁକୁଡ଼ା ଉଡ଼ାଇଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଣୁ ମାନସିକ ଧାରୀମାନେ ମା’ଙ୍କ ସମ୍ମୁଖରେ କୁକୁଡ଼ା ଉଡ଼ାଇଥାନ୍ତି। ପିଲାଙ୍କ ଦେହ ଖରାପ ହେଉଥିଲେ କିମ୍ବା ସର୍ପ ଦଂଶନର ଭୟ ଥିଲେ, ଏଠାରେ ଲୋକମାନେ ମାନସିକ କରିଥାନ୍ତି। ମା’ କନକ ଦୁର୍ଗାଙ୍କ ନିକଟରେ ମାନସିକ କରୁଥିବା ଭକ୍ତକୁ ସବୁବେଳେ ମା’ ଘଣ୍ଟ ଘୋଡ଼ାଇ ରଖିଥାନ୍ତି ବୋଲି ବିଶ୍ୱାସ ରହିଛି। ସାତ ଦିନ ଧରି ମା’ଙ୍କ ପୀଠରେ ଚାଲିଥିବା ଏହି ପର୍ବକୁ ଭକ୍ତ ମାନେ ଆସି ପୂଜାର୍ଚ୍ଚନା ସହିତ ଭୋଗ ରାଗ କରିଛନ୍ତି।

kanakdurga2

ଏ ଅବସରରେ ମା’ଙ୍କ ଦର୍ଶନ ଲାଗି ମନ୍ଦିରକୁ ଛୁଟି ଆସିଛନ୍ତି ଦୂରଦୂରାନ୍ତରୁ ହଜାର ହଜାର ଭକ୍ତ। ତେବେ ମନ୍ଦିର ପ୍ରଶାସନ ପକ୍ଷରୁ କୋଭିଡ ଗାଇଡଲାଇନ ପାଳନ କରାଯାଇ ଭକ୍ତମାନଙ୍କୁ ଦର୍ଶନ କରାଯାଉଥିବା କହିଛନ୍ତି ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.