ସ୍ପେଶାଲ

ଆପଣଙ୍କୁ ବି ପୁରସ୍କାର ଜିତିବାର ଫୋନ୍‌ କଲ୍‌ ଆସୁଛିକି ? ସତର୍କ ରୁହନ୍ତୁ, ନଚେତ ଖାଲି ହୋଇଯାଇ ପାରେ ଆକାଉଣ୍ଟ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଫୋନ୍‌ ଆସିଲା, ଆମେ କୌନ ବନେଗା କରୋଡ଼ ପତିରୁ କହୁଛୁ । ଆପଣଙ୍କ ଫୋନ୍‌ ନମ୍ବର ଭାରୀ ଲକୀ । ଆପଣଙ୍କୁ ବହୁତ ଶୁଭେଚ୍ଛା । ଆପଣଙ୍କ ଏହି ନମ୍ବରରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଉଠିଛି । ଆପଣ ନେବାକୁ ଚାହୁଁଛନ୍ତି କି? ଏପଟେ ଫୋନ୍‌ କଲ୍‌ ପାଇଥିବା ବ୍ୟକ୍ତି ଜଣକ ପୂରା ଆଚମ୍ବିତ । କଣ ସ୍ୱପ୍ନ ଦେଖୁଛନ୍ତି ନା କଣ ? ସକାଳୁ ସକାଳୁ ୨୫ ଲକ୍ଷ ଟଙ୍କା ? ନା କିଏ ଚୂନ ମାରିବାକୁ ଏଭଳି ଫୋନ୍‌ କରିଛି । ଫୋନ୍‌ ଧରିଥିବା ବିଜୟ ବାବୁ ପଚାରିଲେ ଆପଣ କିଏ ଓ କେଉଁଠୁ କହୁଛନ୍ତି ? ଆରପଟୁ ଉତ୍ତର ଆସିଲା, ମୁମ୍ବାଇରୁ କୌନ ବନେଗା କରୋଡ଼ପତିରୁ କହୁଛି । ଆପଣଙ୍କ ଭଳି ଭାଗ୍ୟବାନ ନାହାନ୍ତି । କେବଳ ଫୋନ୍‌ ନମ୍ବର ଲଟେରୀରେ ଆପଣ ୨୫ ଲକ୍ଷ ଟଙ୍କା ଜିତିବାକୁ ଯାଉଛନ୍ତି । ଏହାପରେ ବିଜୟ ବାବୁ ପଚାରିଲ, ଆଛା ଏ ଟଙ୍କା ପାଇବା ପାଇଁ କଣ କରିବାକୁ ପଡ଼ିବ ? ପ୍ରଶ୍ନର ଉତ୍ତରରେ ଫୋନ୍‌ କରିଥିବା ବ୍ୟକ୍ତି ଆକାଉଣ୍ଟ ନମ୍ବର ଠାରୁ ଆଧାର ନମ୍ବର ପର୍ଯ୍ୟନ୍ତ ମାଗି ପୁରସ୍କାର ଟଙ୍କା ପାଇବାର ବିଭିନ୍ନ ପ୍ରକାର ପ୍ରକ୍ରିୟା ବତାଇଲେ । ଏଥିରେ ବିଜୟ ବାବୁଙ୍କ ସନ୍ଦେହ ହେଲା ଆଉ ସେ ସାଇବର ଲୁଟ୍‌ ବିଷୟରେ ଯାହା ଜାଣିଥିଲେ ସେଥିରେ ତାଙ୍କ ବୁଦ୍ଧି ଖର୍ଚ୍ଚ କରି ଓଲଟା ବାବୁ ଜଣକୁ ଗାଳି ଦେଇ ପୋଲିସ୍‌ର ଧମକ ଦେବା ପରେ ବାବୁ ଜଣକ ତୁରନ୍ତ ଫୋନ୍‌ ରଖିଦେଲେ । ଆଉ ମଜାର କଥା ହେଉଛି, ଏହି ଠକ ଜଣକ ହ୍ଵାଟସ ଆପ୍‌ରେ କଲ୍‌ କରିଥିଲେ ।

ଆଜ୍ଞା, ଏଭଳି ଫୋନ୍‌ କଲ ଆଜିକାଲି ଅନେକ ଲୋକଙ୍କୁ ଆସୁଛି । ଯଦି ଫସିଲେ ତେବେ ବରବାଦ ହେଲେ । ବିଭିନ୍ନ ସଂସ୍ଥାର ନାଁ ଏବଂ ବ୍ୟାଙ୍କ ନାଁ କହି ଏମାନେ ଆପଣଙ୍କ ଠାରୁ ଅନ୍‌ଲାଇନ୍‌ରେ ଲୁଟି ନେବେ । ତେଣୁ ପୁଣିଥରେ କେ ନ୍ୟୁଜ୍‌ ଆପଣଙ୍କୁ ସତର୍କ କରାଇ ଦେଉଛି ଏଭଳି ଫୋନ୍‌ କଲ୍‌ ସମ୍ପର୍କରେ । ନିଜେ ସତର୍କ ରୁହନ୍ତୁ ଓ ନିଜ ପରିବାରର ସମସ୍ତ ସଦସ୍ୟଙ୍କୁ ବି ଏ ନେଇ ସତର୍କ ଓ ସଚେତନ କରାନ୍ତୁ । ନହେଲେ ଖାଲି ହୋଇଯାଇ ପାରେ ଆକାଉଣ୍ଟ ।

KNews Bureau

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

3 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

6 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

39 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

41 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago