ଠେଲା ବାଲା କିମ୍ବା ଖୋଲା ଦୋକାନରୁ ଆପଣ ଜିନିଷ କିଣି ଖାଉଛନ୍ତି କି, ତାହେଲେ ହୋଇଯାନ୍ତୁ ସାବଧାନ

କଣ ଆପଣ ବି ମାର୍କେଟରୁ ଠେଲା ବାଲା କିମ୍ବା ଦୋକାନରୁ ଲୋକାଲ ପ୍ୟାକେଟ୍‌ ଟୋଷ୍ଟ କିଣି ଖାଉଛନ୍ତି। ତାହେଲେ ନିଶ୍ଚିତ ଭାବେ ଏ ଭିଡିଓ ଦେଖନ୍ତୁ। ଆଉ ବିଶ୍ୱାସ କରନ୍ତୁ ଆପଣ ଏ ଭିଡିଓ ଥରେ ଦେଖିବା ପରେ ବଜାରରୁ ଖୋଲା ଜିନିଷ କିଣି ଖାଇବା ଏକଦମ୍‌ ଭୁଲିଯିବେ। ଦେଖନ୍ତୁ କିପରି ଲୋକଙ୍କ ଜୀବନ ସହ ଖେଳ ଖେଳାଯାଉଛି।

ଆପଣ ଦେଖୁଥିବା ଏ ଚିତ୍ର ଏକ ଟୋଷ୍ଟ ଫ୍ୟାକ୍ଟ୍ରୀର। ଯେଉଁଠି କିଛି ଶ୍ରମିକ କାମ କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଏମାନେ ଏତେ ଅପରିସ୍କାର ଭାବେ ଟୋଷ୍ଟ ତିଆରି କରୁଛନ୍ତି ଆଉ ପ୍ୟାକିଙ୍ଗ୍‌ କରୁଛନ୍ତି ଯେ ଯାହାକୁ ଦେଖିଲେ ଆପଣ ବାନ୍ତି କରିପକାଇବେ। ଆପଣଙ୍କ ରକ୍ତ ଗରମ ହୋଇଯିବ ମଜୁରିଆ ମାନଙ୍କର ଏହି କାମ ଦେଖିଲେ।

ଏମାନେ ଏତେ ଅପରିସ୍କାର ଭାବେ ଏହାକୁ ତିଆରି କରୁଛନ୍ତି ଯେ ଏବେ ଖାଦ୍ୟ ଖାଇବାକୁ ଭୟ ଲାଗୁଛି। ଦେଖନ୍ତୁ କିପରି ଜଣେ ଶ୍ରମିକ ଟୋଷ୍ଟ ରହିଥିବା ଟ୍ରେ ଉପରେ ଗୋଡ ଦେଇ ଛିଡା ହୋଇଛନ୍ତି। ଆଉ ଜଣେ ଶ୍ରମିକ ପାଦକୁ ଏକଦମ୍‌ ଟୋଷ୍ଟ ଉପରେ ରଖି ପ୍ୟାକିଂ କରୁଛନ୍ତି। ପୁଣି ଜରିରେ ଭର୍ତ୍ତି କରାଇବା ପୂର୍ବରୁ ଜିଭରେ ଚାଟୁଛନ୍ତି, ଛେପ ପକାଇ ଜରିରେ ଭରି ପ୍ୟାକିଂ କରୁଛନ୍ତି।

ଏମାନେ ଏତେ ଖରାପ ଢ଼ଙ୍ଗରେ ୟାକୁ ତିଆରି କରୁଛନ୍ତି ଯେ ଏବେ କୌଣସି ବି ଜିନିଷ କିଣିବାକୁ ହେଲେ ପ୍ରଥମେ ଭାବିବାକୁ ପଡିବ। ସେ ଫ୍ୟାକ୍ଟ୍ରି ବି କେତେ ଅପରିସ୍କାର ଆପଣ ଦେଖନ୍ତୁ। ଏ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁୁବ୍‌ ଭାଇରାଲ ହେଉଛି। ଲୋକମାନେ ଏମାନଙ୍କୁ ଗିରଫ କରିବାକୁ ବି ଦାବି କରୁଛନ୍ତି।

କଣ ଏ ଭିଡିଓ ଦେଖି କିଛି ଭାବିଲେ ନା ନାହିଁ। ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବଜାରରୁ ଠେଲା ବାଲା କିମ୍ବା ଖୋଲାରେ ବିକ୍ରି ହେଉଥିବା ଜିନିଷ କିଣି ଆଣନ୍ତି। ତେଣୁ ଏଭଳି ଯଦି ଆପଣ କରୁଛନ୍ତି ତାହେଲେ ବିଲକୁଲ ବି କରନ୍ତୁନାହିଁ। ଏମିତି ଜିନିଷ କିଣିବା ପୂର୍ବରୁ ଅନେକ ଥର ଚିନ୍ତା କରନ୍ତୁ। ଆପଣଙ୍କ ଜୀବନର ସୁରକ୍ଷା ଆପଣଙ୍କ ହାତରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.