ସାବଧାନ..କୌଣସି ନକରାତ୍ମକ ବିଚାର ଆପଣଙ୍କ ମାନସିକ ସ୍ୱାସ୍ଥ୍ୟକୁ ନଷ୍ଟ କରିପାରେ

ଆପଣମାନେ ଅଧିକ ନକାରାତ୍ମକ ଚିନ୍ତା କରୁଛନ୍ତି କି ତାହେଲେ ହୋଇଯାଆନ୍ତୁ ସାବଧାନ । ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ । ଆମ ଆଖପାଖରେ ରହୁଥିବା ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ବ୍ୟବହାର ,କଥାବାର୍ତା ଶୈଳୀ ଅନ୍ୟ ବ୍ୟକ୍ତିଙ୍କ ଉପରେ ଵିଶେଷ ପ୍ରଭାବ ପକାଇଥାଏ । ସେଥି ମଧ୍ୟରେ ଅନେକଙ୍କ ବ୍ୟବହାର ନକାରାତ୍ମକ ଚିନ୍ତାଧାରାର ପ୍ରଭାବ ବାହାରକୁ ଫୁଟି ଦେଖାଯାଇଥାଏ ।

କିନ୍ତୁ ଏହି ନକାରାତ୍ମକ ଚିନ୍ତାଧାରା ବ୍ୟକ୍ତିଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଏହା ଫଳରେ ମଣିଷ ଜୀବନର ସମସ୍ତ ଲକ୍ଷ ଫସର ଫାଟିଯାଏ ।ଯାହାଦ୍ବାରାବ୍ୟକ୍ତିଟିର ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିବା ଦ୍ବାରା ବିଭିନ୍ନ ସମସ୍ୟା ଶିକାର ହେବାକୁ ପଡେ । ଜାତୀୟ ସ୍ୱାସ୍ଥ୍ୟ ସେବାର ଏକ ରିପୋର୍ଟ ଅନୁସାରେ ଭାରତରେ ପ୍ରତି ୨୦ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ମାନସିକ ସମସ୍ୟାର ଶିକାର ହୋଇଥାଏ ।

୧୫ ବର୍ଷର ଜୀବନରୁ ଆରମ୍ଭ କରି ୪୯ ବର୍ଷରୁ ଅଧିକ ଲୋକ ଏହି ସମସ୍ୟାରେ ପିଡିତ ଅଛନ୍ତି । ମନୋ ବୈଜ୍ଞାନିକଙ୍କ ମତ୍ତ ଅନୁସାରେ ଜୀବନରେ ବ୍ୟକ୍ତି ସତ କଥାକୁ ଗ୍ରହଣ କରିପାରୁନାହିଁ । ଯାହା ଫଳରେ ସେ ନକରାତ୍ମକ ଆଡକୁ ବହୁତ ମାତ୍ରାରେ ଗତି କରୁଛି ।

ନେଗେଟିଭ ବିଚାରାଧାରାର ବ୍ୟକ୍ତିମାନେ ଛୋଟ ଛୋଟ କଥାରେ ରାଗିଯାନ୍ତି । ସେମାନେ ଅଧିକାଁଶ ସମୟ ଏକୁଟିଆ ରହିବାକୁ ପସନ୍ଦ କରନ୍ତି । ଅନ ସହ ନିଜର ତୁଳନା କରନ୍ତି । ଏହା ସହ ନିଜର ଯତ୍ନ ନେବାକୁ ଅବହେଳା କରନ୍ତି । ସମସ୍ତ ମଣିଷଙ୍କ ଜୀବନ ଶୈଳୀ ଅନ୍ୟ ମାନଙ୍କ ଠାରୁ ଭିନ୍ନ ହୋଇଥାଏ ।

ଏହାସହ ସମସ୍ତଙ୍କ ଖୁସି ଏବଂ ଦୁଃଖ ମଧ୍ୟ ଭିନ୍ନ ହୋଇଥାଏ । ଏପରିକି କାହା ସହ ନିଜକୁ ତୁଳନା କରିବା ଭଳି ଚିନ୍ତାଧାରା ହିଁ ମଣିଷ ଭିତରେ ନକରାତ୍ମକ ମନୋଭାବ ସ୍ଥିର କରିଥାଏ । ନିଜେ ନିଜକୁ ଖୁସି ରଖିବା ପାଇଁ ଆପଣଙ୍କୁ ପାଖରେ ଯାହା କିଛି ଅଛି ସେଥିରେ ସନ୍ତୁଷ୍ଟ ରହିବାକୁ ଚେଷ୍ଟା କରନ୍ତୁ । ଏହାସହ ନିଜକୁ ବ୍ୟସ୍ତ ରଖିବାକୁ ଟେଷ୍ଟା କରନ୍ତୁ ।

You might also like