ଆଜି ଆମେ ଆପଣଙ୍କୁ ଏମିତି ଏକ ମାମଲା ବିଷୟରେ ଜଣାଇବାକୁ ଯାଉଛୁ ଯେଉଁଠି ଜଣେ ବାପାଙ୍କର ଛୋଟିଆ ଦାୟିତ୍ୱହୀନତା ପାଇଁ ଜଣେ ପାଞ୍ଚ ବର୍ଷର ଝିଅ ଜୀବନ ଯୁଦ୍ଧରେ ସଂଘର୍ଷ କରୁଛି। ଏହି ଖବର ଏମିତି ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ।
ଘଟଣାଟି ହେଉଛି ଉତ୍ତରପ୍ରଦେଶର ଝାନସି ଅଞ୍ଚଳର ସିପରୀ ବଜାରର । ଜଣେ ବ୍ୟକ୍ତି ସ୍କୁଟିରେ ତାଙ୍କ ପାଞ୍ଚ ବର୍ଷର ଝିଅକୁ ସାଙ୍ଗରେ ନେଇ ମିଠା କିଣିବାକୁ ବଜାରକୁ ଯାଇଥିଲେ। ବ୍ୟକ୍ତି ଜଣଙ୍କ ମିଠା ଦୋକାନ ଆଗରେ ସ୍କୁଟି ରଖି ମିଠା ଆଣିବାକୁ ଯାଉଥିବା ସମୟରେ ହଠାତ୍ ପିଲାଟି ଚାବି ଲାଗିଥିବା ସ୍କୁଟିର ସେଲ୍ଫ ଷ୍ଟାର୍ଟ କରି ଏକସିଲେଟର ମୋଡି ଦେଲା। ଏହାପରେ ସ୍କୁଟି ଦ୍ରୁତ ଗତିରେ ଆସି ଆଗରେ ଥିବା ଗରମ ତେଲ ଏବଂ ଗରମ ସିରାରେ ବାଡେଇ ତଳେ ପଡିଗଲା।
ଆଉ ସେହି ଛୋଟ ଶିଶୁଟି ସେହି ଗରମ ତେଲ ଆଉ ସିରାରେ ପଡିଯାଉଛି। ଏହାପରେ ପାଖରେ ଥିବା ଲୋକମାନେ କିଛି ବୁଝିବା ପୂର୍ବରୁ ଶିଶୁଟି ଗୁରୁତର ଭାବରେ ଆହତ ହୋଇସାରିଥିଲା। ସ୍ଥାନୀୟ ଲୋକେ ଶିଶୁଟିକୁ ନେଇ ହସପିଟାଲରେ ଭର୍ତ୍ତି କରାଇଛନ୍ତି ଏବେ ଶିଶୁଟିର ଚିକିତ୍ସା ଚାଲିଛି। ଘଟଣାର ସମ୍ପୂର୍ଣ୍ଣ ଭିଡିଓ ପାଖରେ ଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି।
ଏହାସହ ପଢନ୍ତୁ : ଚାର୍ଜର ସହିତ ଖେଳୁଥିଲା ଶିଶୁ, ଅଚାନକ ଲାଗିଲା ଝଟକା ! ତାପରେ ମା’ ଯେତେ ବୁକୁ ଫଟାଇ କାନ୍ଦିଲେ ବି ଶୁଣିଲା ନାହିଁ…
ଏକ ଛୋଟିଆ ଦାୟିତ୍ୱହୀନତା ପାଇଁ ଜଣେ ଛୋଟ ଶିଶୁକୁ ଅସହଣୀୟ କଷ୍ଟ ଏବଂ ଅସହଣୀୟ ଯନ୍ତ୍ରଣା ସହିବାକୁ ପଡିଲା। ତେବେ ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯେଉଁ ବାପା ମା’ ମାନେ ଦାୟିତ୍ୱହିନତା ଭାବରେ ନିଜ ପିଲାର ଠିକ୍ ଭାବେ ଯତ୍ନ ନେଉନାହାନ୍ତି ସେମାନେ ଏହି ଭିଡିଓକୁ ନିଶ୍ଚୟ ଦେଖନ୍ତୁ ଆଉ ସଚେତନ ହୁଅନ୍ତୁ।