Categories: ସ୍ପେଶାଲ

ଫାଟୁଛି  ମୋବାଇଲ, ଅସାବଧାନ ହେଲେ ଯାଉଛି ଜୀବନ

କେନ୍ୟୁଜ୍(ବ୍ୟୁରୋ):  ଫାଟିଲା ଚାର୍ଜିଂରେ ବସିଥିବା ମୋବାଇଲ।  ଚାଲିଗଲା ଯୁବକଙ୍କ  ଜୀବନ। ଘଟଣା ଘଟିଛି ଉତ୍ତରପ୍ରଦେଶର ବିଜନୈର ଜିଲ୍ଲାରେ। ସୂଚନା ମୁତାବକ ଆଜି ଜଣେ ଯୁବକ ନିଜ ମୋବାଇଲକୁ  ଚାର୍ଜିଂରେ  ବସାଇଥିଲେ। ଚାର୍ଜିଂରେ  ବସାଇବାବେଳେ ଘରର ବିଦ୍ୟୁତ ନଥିଲା। ଯେତେବେଳେ ବିଦ୍ୟୁତ ଆସିଲା ସେତେବେଳେ ହଠାତ ମୋବାଇଲଟି ବ୍ଲାଷ୍ଟ ହୋଇଗଲା। ଯାହାଫଳରେ ମୋବାଇଲ ପାଖରେ ବସିଥିବା ଯୁବକ ଜଣକୁ ଗଭିର ଆଘାତ ଲାଗିଲା ।  ଘଟଣା ସ୍ଥଳରେ ଯୁବକ ଜଣକ ଗୁରୁତର ହୋଇପଡିଲେ। ପରିବାର ଲୋକେ ତାଙ୍କୁ ମେଡିକାଲ ନେଲେ । କିନ୍ତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ଏହି ଘଟଣା ପରେ ଜଣା ପଡିଛି ଯେ ବଜାରରେ ମିଳୁଥିବା ନକଲି ବ୍ୟାଟେରୀ ହିଁ ଏହାର ମୂଳ କାରଣ।

ସେହିଭଳି ଅଫଜଲଗଡ଼ ଥନା ଗୋପାଳପୁରରେ ଜଣେ ଯୁବକ ମୋବାଇଲ ଫୋନକୁ ଚାର୍ଜ ଲଗାଇ  ବସିଥିଲେ କିନ୍ତୁ ଅଚାନକ ଘରର  ବିଦ୍ୟୁତ ହେଭି ହୋଇଯିବାରୁ  ଫୋନର ଡିସପ୍ଳେ କଟି ଯାଇଥିଲା ପରେ ମୋବାଇଲଟି ବ୍ଲାଷ୍ଟ  ହାଇଗଲା। ଏହି ଘଟଣା ମଧ୍ୟ ପୂର୍ବ ଘଟଣା  ଭଳି ମୋବାଇଲକୁ ଚାର୍ଜରେ ବସାଇ ପାଖରେ  ବସିଥିଲେ  ଯୁବକ । ଯେଉଁ କାରଣରୁ ମୋବାଇଲ ବ୍ଲାଷ୍ଟ ପରେ ଗୁରୁତର ହୋଇପଡିଲେ । ପରିବାର ଲୋକେ ଯୁବକଙ୍କୁ ଡାକ୍ତରଖାନା ନେବା ବାଟରେ ଅଧାବାଟରେ ହିଁ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ପରେ ପରିବାର ସଦସ୍ୟଙ୍କ ମଧ୍ୟରେ  ଆତଙ୍କ ଖେଳିଯାଇଛି।

ଆଗ୍ରାରେ ମଧ୍ୟ ଘଟିଛି ଏହି ଭଳି ଘଟଣା

ପୂର୍ବଘଟଣାର କିଛି ସମୟ ପୂର୍ବରୁ ଆଗ୍ରାରେ ମଧ୍ୟ ଏକ ମୋବାଇଲ ବିସ୍ଫୋରଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ  ଗୁରୁତର ହୋଇପଡିଛନ୍ତି।  ମିଳିଥିବା ଖବର ମୁତାବକ ଦୁଇ ଯୁବକ ଫୋନକୁ ଚାର୍ଜରେ ଲାଗାଇ ଇୟରଫୋନରେ ଗୀତ ଶୁଣୁଥିଲେ। ଅଚାନକ ସେହି ସମୟରେ ଘର ପାଖରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ଖରାପ ହୋଇଯିବାର ବିଦ୍ୟୁତ ସରବରାହ ବଢିଯାଇଥିଲା ଯାହାଫଳରେ ମୋବାଇଲଟି  ବ୍ଲାଷ୍ଟ ହୋଇଯାଇଥିଲା । ଏହି ସମୟରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇପଡିଥିଲେ । ମୃତ ଯୁବକଙ୍କ ମରଶରୀରକୁ ଗ୍ରମବାସୀମାନେ ରାସ୍ତା ଉପରେ ରଖି କିଛି ସମୟ ପାଇଁ  ରାସ୍ତାରୋକ କରିଥିଲେ। ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଏହି ଘଟଣା ପରେ ସେ ଅଞ୍ଚଳର ମୋବାଇଲ ବ୍ୟବହାରକାରିଙ୍କୁ ଏକ ଶକ୍ତ ଝଟକା ଲାଗିଛି  ।

 

Sasmita

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

11 mins ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

2 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

2 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

4 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

5 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

6 hours ago