Categories: ସ୍ପେଶାଲ

ଏହି ଜେଲରେ ଆଜୀବନ ଦଣ୍ଡ ଭୋଗୁଛି ଭାଲୁ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆପଣ ମଣିଷଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବା କଥା ଜାଣିଥିବେ । କିନ୍ତୁ କଣ କେବେ ଶୁଣିଛନ୍ତି କେଉଁଠି କୌଣସି ପଶୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବା କଥା । ନିଶ୍ଚତ ଭାବେ ଆପଣ ଶୁଣିନଥିବେ । କିନ୍ତୁ କଜାଖସ୍ତାନର ଏକ ଜେଲରେ କିଛି ଏମିତି ହୋଇଛି । ଯେଉଁଠାରେ ଏକ ଭାଲୁ ଆଜୀବନ କାରାଦଣ୍ଡ ଭୋଗୁଛି ।

ସୂଚନା ମୁତାବକ କଜାଖସ୍ତାନର କୋଷ୍ଟନୀ ଜିଲ୍ଲାରେ ପାଖାପାଖି ୭୩୦ କଏଦୀ ଅଛନ୍ତି । ଯେଉଁମାନଙ୍କ ମଧ୍ୟରେ ବହୁ ହତ୍ୟା କରିଥିବା ଆସାମୀ ଅଛନ୍ତି । ସେମାନଙ୍କ ଭିତରେ ଏହି ଭାଲୁଟି ମଧ୍ଯ ସାମିଲ ଅଛି । ଏଠାରେ ବନ୍ଦି ଥିବା ଆସାମୀ ମାନଙ୍କୁ ସବୁଠାରୁ ଅଧିକ ଦିନ ଭାବେ ୨୫ ବର୍ଷ ପାଇଁ କାରାଦଣ୍ଡ ଭୋଗ କରିବାକୁ ପଡିଥାଏ କିନ୍ତୁ ଏହି ଭାଲୁ ଟି ଆଜୀବନ କାରାଦଣ୍ଡ ଭୋଗୁଛି । ଏହି ଭାଲୁ ଜେଲର ପ୍ରଥମ ଏମିତି କଏଦୀ ଯିଏ ଆଜୀବନ ଦଣ୍ଡରେ ଦଣ୍ଡିତ ହୋଇଛି । ଏହି ଭାଲୁର ନାଁ କାଟ୍ୟା ଯିଏ ୩୬ବର୍ଷର । ପ୍ରଥମରୁ ଏହି ଭାଲୁ ଏକ ସର୍କସରେ କାମ କରୁଥିଲା କିନ୍ତୁ ପରେ ତାକୁ ସେଥିରୁ ବାହାର କରିଦିଆଗଲା । ଏହାପରେ ତାକୁ ଏକ କ୍ୟାମ୍ପେନ୍ ସାଇଟରେ ପିଞ୍ଜରାରେ ରଖାଯାଇଥିଲା । ସେଠାକୁ ଆସୁଥିବା ଲୋକେ ତାକୁ କିଛି କିଛି ଖାଇବାକୁ ଦେଉଥିଲେ ।

୧୫ବର୍ଷ ପୂର୍ବର କଥା ଯେବେ ଗୋଟେ ୧୧ ବର୍ଷର ଛୁଆ ଏହି ଭାଲୁକୁ କିଛି ଖାଇବାକୁ ଦେବା ପାଇଁ ଚେଷ୍ଟା କରୁଥିବା ବେଳେ ସେତେବେଳେ ଭାଲୁଟି ହଠାତ୍ ଛୁଆଟିକୁ କାମୁଡି ଦେଇଥିଲା। ଏହାପରେ ଭାଲୁଟି ଭିକ୍ଟର ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଯିଏ ଭାଲୁଟିକୁ ହାତ ମିଳେଇବାକୁ ଚେଷ୍ଟା କରୁଥିଲେ । ଭାଲୁର ଏଭଳି ଆକ୍ରମଣ ପରେ ତାକୁ ସେଠାରୁ ହଟାଇ ଦିଆଯାଇ ଚିଡିଆଖାନାରେ ରଖାଯିବା ପାଇଁ ନିଷ୍ପତ୍ତି ନିଆଗଲା । କିନ୍ତୁ ଚିଡିଆଖାନାର ଅଧିକାରୀମାନେ ତାକୁ ରଖିବା ପାଇଁ ମନା କରିଦେଇଥିଲେ । ଏହାପରଠାରୁ ସେ ଜେଲରେ ଏଭଳି ବନ୍ଦି ଅବସ୍ଥାରେ ଜୀବନ ବିତାଉଛି ।

Sonalisa

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

19 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

34 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

49 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

59 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago