ମହିଳାଙ୍କୁ ସମସ୍ୟାରେ ପକାଇଲା ସୁନ୍ଦରତା, ପୋଲିସ ଅଫିସର ହୋଇ ମଧ୍ୟ ଲୋକେ କରୁଛନ୍ତି ଦୁର୍ବ୍ୟବହାର

ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଚାହାନ୍ତି। ଅନେକ ମହିଳା ସୁନ୍ଦର ଦେଖାଯିବା ପାଇଁ ସର୍ଜରୀ କରିଥାନ୍ତି, ଆଉ କେତେକ ମହଙ୍ଗା କସମେଟିକ୍‌ ଜିନିଷ ମଧ୍ୟ ବ୍ୟବହାର କରନ୍ତି। କିନ୍ତୁ ଯେତେବେଳେ ଏହି ସୁନ୍ଦରତା ଯୋଗୁଁ ସମସ୍ୟାରେ ପଡିଥାନ୍ତି, ସେତେବେଳେ କ’ଣ କରିବେ କିଛି ଜାଣିପାରନ୍ତି ନାହିଁ। ଏମିତି ଘଟଣା ଇଂଲଣ୍ଡର ଜଣେ ମହିଳା ପୋଲିସ ଅଫିସରଙ୍କ ସହିତ ଘଟିଛି। ମହିଳାଙ୍କ ପାଇଁ ତାଙ୍କର ସୌନ୍ଦର୍ଯ୍ୟ ହିଁ ତାଙ୍କୁ ସମସ୍ୟାରେ ପକାଇଛି। ଯାହାକି ତାଙ୍କୁ ନାନା ଅପମାନଜନକ ଟିପ୍ପଣୀ ସବୁ ସାମନା କରିବାକୁ ପଡ଼ୁଛି । ଅନେକ ଥର ତାଙ୍କୁ ଲୋକେ ଷ୍ଟ୍ରିପର( ନିଜର ପୋଷାକ ଓହ୍ଲାଇ ଲୋକଙ୍କ ମନୋରଞ୍ଜନ କରୁଥିବା ବ୍ୟକ୍ତି) ବୋଲି ଭାବୁଛନ୍ତି ।

ପ୍ରତି ଥରେ ଯେବେ ନିକୋଲା ନିଜର ବର୍ଦିରେ ରାସ୍ତା ଉପରକୁ ଆସନ୍ତି, ସେତେବେଳେ ଲୋକଙ୍କ ଦ୍ୱାରା ଦୁର୍ବ୍ୟବହାରର ଶିକାର ହୁଅନ୍ତି । ତାଙ୍କୁ ଦେଖି ଲୋକେ ଅନେକ ମନ୍ତବ୍ୟ ଦିଅନ୍ତି । ନିକୋଲା କୁହନ୍ତି ,ଯେବେ ବି ମୁଁ କୌଣସି ଫୁଟବଲ ମ୍ୟାଚ୍‌କୁ ଯାଇଥାଏ , ତ ମୋତେ ଅପମାନଜନକ ଟିପ୍ପଣୀ ଦେଇଥାନ୍ତି । ଥରେ ଏକ ପବ୍‌ ବାହାରେ ୧୦୦ ଜଣ ଫୁଟବଲ ପ୍ରଶଂସକ ଥିଲେ ଏବଂ ସେମାନେ ସମସ୍ତେ ମୋତେ ଖରାପ ଇଙ୍ଗିତ ମଧ୍ୟ କରୁଥିଲେ । ନିକୋଲା ଟର୍ନର ପୁଣି କହିଛନ୍ତି , ସେମାନ ମୋତେ କୁହନ୍ତି , ମୁଁ ବର୍ଦିରେ ଜଣେ ଷ୍ଟ୍ରିପର । ମୋତେ ବହୁତ ଅପମାନିତ କରାଯାଇଥିଲା , ଏହା ଲଜ୍ଜାକର ଥିଲା । କାରଣ ଯିଏବି ମୋତେ ବୁଲିବୁଲି ଦେଖୁଥିଲେ ଏବଂ କାମକୁ ଗଲା ବେଳେ ଷ୍ଟ୍ରିପର ମଧ୍ୟ କୁହାଯାଉଥିଲା ।

ନିକୋଲା ଆହୁରୁ ମଧ୍ୟ କହିଛନ୍ତି, ଟ୍ରେନ୍‌ରେ ବି କେମିତି ତାଙ୍କୁ କାମୁକତା ଟିପ୍ପଣୀ ସବୁ ଶୁଣିବାକୁ ପଡ଼ିଛି । ଥର ସେ ଟ୍ରେନରେ ଯାଉଥିଲେ , ସେତେବେଳେ ଜଣେ ବ୍ୟକ୍ତି ମୋର ପୁରୁଷ ସହକର୍ମୀଙ୍କ ସହ ଠିକ୍‌ରେ କଥା ହେଉଥିଲେ , କିନ୍ତୁ ମୋ ସହିତ ନୁହେଁ। ନିକୋଲା ଟର୍ନର ନିଜକୁ ଦୃଢମନା ମହିଳା ନେତାଙ୍କ ସହ କାମ କରୁଛି , ଯାହା ମହିଳାଙ୍କୁ ଚମ୍ପିୟାନ କରାଉଛି । ନିଜେ ଜଣେ ପୋଲିସ କର୍ମୀ ବୋଲି ସବୁ ବେଳେ ପରିଚିତ ଦେଇ ଦେଇ ଥକି ପଡିଲେଣି ନିକୋଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.