ନ୍ୟାସନାଲ ଫାମିଲି ହେଲଥ ସର୍ଭେର ସଦ୍ୟ ପ୍ରକାଶିତ ରିପୋର୍ଟ ଏବେ ଚର୍ଚ୍ଚାରେ ରହିଛି। ଏହି ସର୍ଭେରେ ଭାରତୀୟଙ୍କୁ ବିବାହ, ଶାରୀରିକ ସମ୍ପର୍କ ଓ ସେକ୍ସୁଆଲ ପାର୍ଟନରଙ୍କ ବିଷୟରେ କିଛି ପ୍ରଶ୍ନ ପଚରାଯାଇଥିଲା। ରିପୋର୍ଟରେ ବିବାହ ବୟସ ଓ ପ୍ରଥମ ଥର ଶାରୀରିକ ସମ୍ପର୍କ ରଖିବାର ବୟସ ବିଷୟରେ ସମ୍ପୂର୍ଣ୍ଣ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ବିବାହ ପୂର୍ବରୁ ସେକ୍ସ ସମ୍ପର୍କରେ ମଧ୍ୟ ଏହି ସର୍ଭେରେ ଭାରତୀୟଙ୍କୁ ପ୍ରଶ୍ନ କରାଯାଇଥିଲା। ତେବେ ରିସର୍ଚ୍ଚରୁ ଜଣାପଡ଼ିଛି ଯେ କିଛି ଲୋକ ବିବାହ ପୂର୍ବରୁ ବି ଶାରୀରିକ ସମ୍ପର୍କ ରଖନ୍ତି, କିନ୍ତୁ ସମ୍ପ୍ରଦାୟ ଅନୁସାରେ ଏହି ସଂଖ୍ୟା ଭିନ୍ନ ଭିନ୍ନ ହୋଇଥାଏ।
ବିବାହ ପୂର୍ବରୁ କେତେ ଭାରତୀୟ ରଖୁଛନ୍ତି ଶାରୀରିକ ସମ୍ପର୍କ:
ବିବାହ ପୂର୍ବରୁ ସେକ୍ସ ମାମଲାରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ଠାରୁ ଯଥେଷ୍ଟ ଅଧିକ। ସର୍ଭେ ମୁତାବକ, ପାଖାପାଖି ୭.୪ ପ୍ରତିଶତ ପୁରୁଷ ଓ ୧.୫ ପ୍ରତିଶତ ମହିଳା ସ୍ୱୀକାର କରିଛନ୍ତି ଯେ ସେମାନେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିଛନ୍ତି।
ସେହିପରି ପ୍ରାୟ ୧୨ % ଶିଖ୍ ପୁରୁଷ କହିଛନ୍ତି, ବିବାହ ପୂର୍ବରୁ ସେମାନେ ଯୌନ ସମ୍ପର୍କ ରଖିଛନ୍ତି। ସବୁ ସମ୍ପ୍ରଦାୟ ମଧ୍ୟରେ ଶିଖ୍ରେ ଏଭଳି ମାମଲା ସବୁଠୁ ଅଧିକ। ଅନ୍ୟପଟେ ଏହି ମାମଲାରେ ଶିଖ୍ ମହିଳାଙ୍କ ସଂଖ୍ୟା ମାତ୍ର ୦.୫%, ଯାହାକି ସବୁଠୁ କମ୍। ହିନ୍ଦୁ ପୁରୁଷରେ ଏହି ସଂଖ୍ୟା ୭.୯ ପ୍ରତିଶତ, ମୁସ୍ଲିମ୍ ପୁରୁଷରେ ୫.୪ ପ୍ରତିଶତ, ଖ୍ରୀଷ୍ଟିଆନ୍ ପୁରୁଷରେ ୫.୯ ପ୍ରତିଶତ ରହିଛି। ସେହିପରି ମହିଳାଙ୍କ ମଧ୍ୟରେ ହିନ୍ଦୁଙ୍କ ସଂଖ୍ୟା ୧.୫%, ମୁସ୍ଲିମ୍ଙ୍କର ୧.୪ % ଓ ଖ୍ରୀଷ୍ଟିଆନ୍ଙ୍କ ସଂଖ୍ୟା ୧.୫% ରହିଛି।
ଆର୍ଥିକ ସ୍ଥିତି ସହ ବି ଏହାକୁ ଯୋଡ଼ାଯାଇଛି। ଏଥିରୁ ଜଣାପଡ଼ିଛି ଯେ ଧନୀ ପୁରୁଷ ଓ ଗରିବ ମହିଳା ବିବାହ ପୂର୍ବରୁ ସବୁଠୁ ଅଧିକ ଶାରୀରିକ ସମ୍ପର୍କ ରଖିଥାନ୍ତି।
ବିବାହ ପରେ କୌଣସି ଅନ୍ୟ ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ରଖିବା ନେଇ ମହିଳା ଓ ପୁରୁଷ ଉଭୟେ ଏକା ପ୍ରକାରର ଉତ୍ତର ଦେଇଥିଲେ। ମାତ୍ର ମହିଳାମାନେ ଏହାକୁ ଖୋଲାଖୋଲି ଗ୍ରହଣ କରିନଥିବା ବେଳେ ଅଧିକାଂଶ ପୁରୁଷ ପରକୀୟା ପ୍ରୀତି କଥା ମାନିଥିଲେ।
ଶାରୀରିକ ସମ୍ପର୍କ ପାଇଁ ମନା କରିବା ଅଧିକାର ସ୍ତ୍ରୀଙ୍କର ଅଛି କି?
ବୈବାହିକ ଜୀବନରେ ସେକ୍ସ ସମ୍ପୂର୍ଣ୍ଣ ଭାବେ ପୁରୁଷ ସମାଜ ସହ ଯୋଡ଼ି ହୋଇରହିଛି। ସର୍ଭେରେ ୮୭ ପ୍ରତିଶତ ମହିଳା ଓ ୮୩ ପ୍ରତିଶତ ପୁରୁଷ କହିଛନ୍ତି ଯେ ପତ୍ନୀଙ୍କର ଶାରୀରିକ ସମ୍ପର୍କ ପାଇଁ ମନା କରିବା ଅଧିକାର ରହିଛି। କିନ୍ତୁ ସବୁ ରାଜ୍ୟ ମଧ୍ୟରେ ଏହି ପ୍ରତିଶତ ଅଲଗା ଅଲଗା ରହିଛି। କିଛି ରାଜ୍ୟବାସୀ ଏବେ ବି ସ୍ତ୍ରୀଙ୍କୁ ନିଜ ଇଚ୍ଛା ଅନୁସାରେ ବ୍ୟବହାର କରୁଥିବା ରିସର୍ଚ୍ଚରେ ଜଣାପଡ଼ିଛି।
Also Read: ବାହାଘର ପରେ କ୍ୟାଟ୍ରିନାଙ୍କ ସହ ପ୍ରଥମ ଜନ୍ମ ଦିନ ପାଳିଲେ ଭିକ୍କି କୌଶଲ, ଫଟୋ ସେୟାର କରି କଲେ ମଜାଳିଆ କମେଣ୍ଟ
ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…
ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…
ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…
ମୟୁରଭଞ୍ଜ : ତୁଟିଲା ବିବାଦ । ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…
କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…
ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…