ସ୍ପେଶାଲ

ବିଡି କାରଖାନାରେ ମଜୁରିଆ ଥିଲେ ମାଆ, ଝିଅ ୟୁଟ୍ୟୁବ୍‌ ପଢ଼ି କ୍ରାକ୍‌ କଲେ MBBS ଏଗଜାମ୍‌

ଏ ବାସ୍ତବ କାହାଣୀ ହରିକାର। ଯିଏ କେବଳ ୟୁଟ୍ୟୁବ ଭିଡିଓ ଦେଖି ଏମବିବିଏସ ପରୀକ୍ଷା ପାସ୍‌ କରିଛନ୍ତି। ଆଉ ଦେଖାଇଛନ୍ତି ଚମତ୍କାର ପ୍ରଦର୍ଶନ। ପରିସ୍ଥିତି ଯେମିତି ବି ଥାଉ ଜୀବନରେ କିଛି କରି ଦେଖାଇବାର ସଂକଳ୍ପ ନେବା ଏବଂ ଏହାକୁ ପୂରଣ କରିବା ପାଇଁ ସଂଘର୍ଷ କରିବା ଜରୁରୀ। କୁହାଯାଏ, ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ। ଯଦି କିଛି କରିବାର ଇଚ୍ଛା ଅଛି ତ ସାମର୍ଥ୍ୟ ବି ଈଶ୍ବର ଦେଇଥାନ୍ତି। ଏହାକୁ ସତ ବୋଲି ପ୍ରମାଣ କରିଛନ୍ତି ହାଇଦ୍ରାବାଦର ହରିକା।

ହରିକାଙ୍କ ମା’ ବିଡି କାରଖାନାରେ ଦିନ ମଜୁରିଆ ଥିବା ବେଳେ ହରିକା ଡାକ୍ତର ହେବା ପାଇଁ ସ୍ବପ୍ନ ଦେଖୁଥିଲେ। ଘରର ଆର୍ଥିକ ଅବସ୍ଥା କ’ଣ ସେ ବିଷୟରେ ଭାବି ଘରେ ବସିବା ଛାଡ଼ି ସେ ନିଜର ପ୍ରସ୍ତୁତି ଜାରି ରଖିଥିଲେ। ଏମବିବିଏସ ପଢ଼ିବା ପାଇଁ ହେଉଥିବା ନିଟ୍ ପ୍ରବେଶିକା ପରୀକ୍ଷା ଲାଗି କୋଚିଂ ନେବାକୁ ଆର୍ଥିକ ସମ୍ବଳ ନଥିବାରୁ ସେ ୟୁଟ୍ୟୁବ ଦେଖି ପାଠ ପଢ଼ିବା ଆରମ୍ଭ କଲେ । ଏବେ ତାଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିଛି। ବିନା କୋଚିଂରେ ସେ ନିଟ୍ ପରୀକ୍ଷା ପାସ କରିଛନ୍ତି।

ସୂଚନା ମୁତାବକ, ହରିକା ହାଇଦ୍ରାବାଦର ନିଜାମାବାଦରେ ରହନ୍ତି। ସେ ଶିବକୁମାର ଓ ଅନୁରାଧାଙ୍କ ଝିଅ। ଛୋଟ ବେଳୁ ହରିକା ବାପାଙ୍କୁ ହରାଇଥିବା ବେଳେ ମା’ ଅନୁରାଧା ଏକାକୀ ନିଜ ପରିବାରକୁ ଚଳାଇ ଆସୁଛନ୍ତି। ଘର ଚଳାଇବା ପାଇଁ ଅନୁରାଧା ବିଡି କାରଖାନାରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି। ତେବେ ଦ୍ବାଦଶ ପରୀକ୍ଷାରେ ଭଲ ମାର୍କ ରଖିବା ପରେ ହରିକା ଡାକ୍ତର ହେବାକୁ ସ୍ବପ୍ନ ଦେଖିଥିଲେ। ହେଲେ ବାଧା ସାଜିଥିଲା ଅର୍ଥ। ନିଟ୍ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ବଡ଼ ବଡ଼ କୋଚିଂ ସେଣ୍ଟରରେ କୋଚିଂ ନେଉଥିବା ବେଳେ ହରିକାଙ୍କ ପାଇଁ ତାହା ସମ୍ଭବ ନଥିଲା।

କିନ୍ତୁ ହାର ମାନିଲାନି ହରିକାଙ୍କ ଇଚ୍ଛା। ଏଥିପାଇଁ ହରିକା ୟୁଟ୍ୟୁବ ଦେଖି ପାଠ ପଢ଼ିବା ଆରମ୍ଭ କଲେ। ଆଉ ଚଳିତ ବର୍ଷର ନିଟ୍ ପରୀକ୍ଷାରେ ସେ ଜାତୀୟସ୍ତରରେ ୪୦,୦୦୦ ରାଙ୍କ ପାଇଥିବାବେଳେ ରାଜ୍ୟସ୍ତରରେ ତାଙ୍କର ରାଙ୍କ ରହିଛି ୭୦୦। ଯଦିଓ ଏମବିବିଏସ ପଢ଼ିବା ପାଇଁ ତାଙ୍କୁ ସିଟ୍ ମିଳିଛି, ତଥାପି ତାଙ୍କର ସମସ୍ୟା ଶେଷ ହୋଇନାହିଁ। ଏମବିବିଏସ୍ ପଢ଼ିବା ପାଇଁ ଅର୍ଥ ଦରକାର। ଯେଉଁଟା ବୋଧହୁଏ ସମ୍ଭବ ନୁହେଁ ହରିକାଙ୍କ କ୍ଷେତ୍ରରେ। ଆର୍ଥିକ ସାହାଯ୍ୟ କରିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି।

Pritiparna

Recent Posts

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

17 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

20 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

27 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ଭର୍ତ୍ତି, ଡାକ୍ତର କଲେ ମୃତ ଘୋଷଣା

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

29 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

1 hour ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

1 hour ago