ବିଶ୍ୱ ବିଦ୍ୟାଳୟରେ ପଢୁଛି ଭାଲୁ ! ଆଶ୍ଚର୍ଯ୍ୟ ହେଉଛନ୍ତି ନା ତାହେଲେ ନିଶ୍ଚୟ ପଢନ୍ତୁ

ଯେବେ ଠାରୁ ଜଙ୍ଗଲ ସଂଖ୍ୟା କମି କମି ଚାଲିଛି  । ସେବେ ଠାରୁ ଜଙ୍ଗଲୀ ଜନ୍ତୁମାନେ ସହର ମୁଖା ହେଲେଣି  । ଏନେଇ ଅନେକ ଉଦାହରଣ ମାନ ବି ଦେଖିବାକୁ ମିଳୁଛି | କିନ୍ତୁ ଯେ ଏକ ଜଙ୍ଗଲୀ ଜନ୍ତୁ ବିଶ୍ୱବିଦ୍ୟାଳୟ ଯାଇ ପାଠ ପଢିବ ସେନେଇ କୌଣସି ଉଦାହରଣ ହୁଏତ ସାମ୍ନାକୁ ଆସିନଥିବ  । କିନ୍ତୁ ଏଇ ନିକଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଯେତିକି ଆଶ୍ଚର୍ଯ୍ୟ ଲାଗିବ ସେତିକି ତାଯୁବ ବି ଲାଗିବ  । ଆମେରିକାର ଏକ ବିଶ୍ୱବିଦ୍ୟାଳୟ ନିକଟରେ ଅନେକ ବର୍ଷ ପର୍ଯ୍ୟନ୍ତ ଏକ ବଡ ଆକାରର ଭାଲୁ ରହିଆସୁଥିଲା | ଭାଲୁଟି କାରଣରୁ ସ୍ଥାନୀୟ ଲୋକେ ଲୋକେ ଖୁବ ଭୟବିତ୍ତ ଅବସ୍ଥାରେ ଥିଲେ  । ବିଭିନ୍ନ ଦିଗରୁ ଅଭିଯୋଗ ଆସିବା ପରେ ଯେବେ ବନ ବିଭାଗ ଏହି ଭାଲୁ ଟିକୁ ଧରିଥିଲେ ତାର ବିଶାଳକାୟ ଆକାର ଦେଖି ସେମାନେ ବି ତାଯୁବ ବି ହୋଇଯାଇଥିଲେ  । ଟେନେସାର ଏକ ବିଶ୍ୱବିଦ୍ୟାଳୟ ନିକଟରେ ମିଳିଥିବା ଏହି ଭାଲୁଟି ଏବେ ବନ ବିଭାଗ ନିକଟରେ ଅଛି  । ଗତ ମାର୍ଚ୍ଚ ୨୩ ତାରିଖରେ ଏହାକୁ ଧରାଯାଇଥିବା ନେଇ ଜଣାଯାଇଛି  ।

beer
pic credit: Navbharat times

ୱାଇଲର୍ଡ ଲାଇଫ ରିସୋର୍ସ ଏଜେନ୍ସି ଏନେଇ ସମସ୍ତ ତଥ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିରେ କୁହାଯାଇଛିକି ଭାଲୁଟିକୁ ଧରିବା ପୂର୍ବରୁ ତାକୁ ପ୍ରଥମେ ବେହୋସ କରାଯାଇଥିଲା  । ଭାଲୁଟି ଗ୍ରେଟ ସମ୍ୱୋକି ମାଉଣ୍ଟନ ନ୍ୟାସନାଲ ପାର୍କରୁ ଆସିଥିବା ନେଇ ସନ୍ଦେହ କରାଯାଉଛି । ଏହି ବିଶାଳ କାୟ ଭାଲୁର ଓଜନ ପାଖାପାଖି ୨୨୬ କିଲୋ ହେବ ବୋଲି ଜଣାଯାଇଛି  । କିଛି ବର୍ଷ ହେବ ଭାଲୁଟି ଏହି ଅଂଚଳରେ ବୁଲୁଥିବା ନେଇ ସ୍ଥାନୀୟ ଲୋକେ ଦେଖିଥିବା ନେଇ ଜଣାଯାଇଛି  । ଏହି ସମୟରେ ଆଖପାଖରେ ପଡୁଥିବା ଅଳିଆ ଆବର୍ଜନା ସେ ଖାଉଥିବା ନେଇ ଜଣାଯାଇଛି  ।

ବନ ବିଭାଗ କର୍ମଚାରୀଙ୍କୁ ସବୁଠୁ ଆଶ୍ଚର୍ଯ୍ୟ କରିଥିଲା ଭାଲୁର ଆକାର ଓ ଓଜନ । ସେମାନେ ଯେତେ ଚେଷ୍ଟା କଲେ ବି ଏହାକୁ ଉଠାଇ ପାରିନଥିଲେ । ସାହାଯ୍ୟ କରିବା ପାଇଁ ଫାୟାର ଡିପାର୍ଟମେଣ୍ଟକୁ ଡ଼କା ଯାଇଥିଲା  । ସେମାନେ ଆସିବା ପରେ ଓଜନିଆ ଭାଲୁଟିକୁ ସେଠାରୁ ସ୍ଥାନାନ୍ତରିତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.