ନୂଆ ଲକ୍ଷଣ ନେଇ ଆସୁଛି କରୋନାର ଚତୁର୍ଥ ଲହର, ଫୁସ୍‌ଫୁସ୍‌ ନୁହେଁ ଏବେ ଏହି ଅଙ୍ଗ ହେଉଛି ଅଧିକ ପ୍ରଭାବିତ

କରୋନା ଭାଇରସ୍‌ର ଆତଙ୍କ ଏବେ ବି କମ୍‌ ହୋଇନାହିଁ। ଓମିକ୍ରନ୍‌ ପୁଣିଥରେ ନୂଆ ସବ୍‌ଭ୍ୟାରିଏଣ୍ଟ ଓମିକ୍ରନ୍‌ ବିଏ.୨ ରୂପରେ ଆତଙ୍କ ସୃଷ୍ଟି କରିବା ଆରମ୍ଭ କରିଛି। ଏସିଆ ଓ ୟୁରୋପର ଅଧିକାଂଶ ଦେଶରେ କରୋନା ଯେଉଁ ପରିମାଣରେ ବ୍ୟାପୁଛି, ତାହାକୁ ଦେଖି ଆଶଙ୍କା କରାଯାଉଛି ଯେ କରୋନାର ଚତୁର୍ଥ ଲହର କେତେ ବେଳେ ବି ଆସିପାରେ।

ଇତି ମଧ୍ୟରେ କୋଲକାତାର ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ କରୋନା ଭାଇରସ୍‌ର ଚତୁର୍ଥ ଲହରୀରେ କୋଭିଡ୍‌ର ଲକ୍ଷଣ ସମ୍ପୂର୍ଣ୍ଣ ଅଲଗା ରହିବ। ବିଶେଷଜ୍ଞଙ୍କ କହିବାନୁସାରେ, ଏଥରକ ଲୋକମାନେ ପେଟ କିମ୍ବା ଅନ୍ତରେ ପୀଡ଼ା ଅନୁଭବ କରିବେ। ପେଟରେ ସଂକ୍ରମଣ ହେବା କାରଣରୁ ରୋଗ ଚିହ୍ନଟ କରିବାରେ ବି ସମସ୍ୟା ହେବ।

ଓମିକ୍ରନ୍‌ର ସବ୍‌ଭ୍ୟାରିଏଣ୍ଟ ବିଏ.୨ ୟୁରୋପ ଓ ପୂର୍ବ ଏସିଆରେ ସଂକ୍ରମଣ ବ୍ୟାପିବା ଆରମ୍ଭ ହେଲାଣି। ଏହି ଭ୍ୟାରିଏଣ୍ଟର ସଂକ୍ରମଣ ଅନ୍ୟ କେତେକ ଦେଶରେ ବି ଦ୍ରୁତ ବେଗରେ ବଢ଼ୁଛି। ଏହି ଭ୍ୟାରିଏଣ୍ଟ ପେଟ ଓ ଅନ୍ତର ସବୁଠୁ ଅଧିକ କ୍ଷତି କରିବ, ଏଣୁ ଚିନ୍ତାର କାରଣ ପାଲଟିଛି। ଏହି ସଂକ୍ରମଣର ଶିକାର ହୋଇଥିବା ପୀଡ଼ିତଙ୍କ ଶରୀରରେ ପେଟ କାଟିବା, ପତଳା ଝାଡ଼ା ହେବା ଓ ଡାଇରିଆ ଭଳି ଲକ୍ଷଣ ପ୍ରକାଶ ପାଉଛି।

ପୂର୍ବରୁ କରୋନା ସଂକ୍ରମଣ ହେଲେ ଭାଇରସ୍‌ ଫୁସ୍‌ଫୁସ୍‌ର ଅଧିକ କ୍ଷତି କରୁଥିଲା। କିନ୍ତୁ ଏବେ ଏହି ନୂଆ ସବ୍‌ ଭ୍ୟାରିଏଣ୍ଟ ପେଟରେ ସଂକ୍ରମଣ ସୃଷ୍ଟି କରୁଛି। ଫଳରେ ଯାବତୀୟ ପେଟ ସମସ୍ୟା ଦେଖାଦେଉଛି। ରିସର୍ଚ୍ଚ ମୁତାବକ, ଆରଟି ପିସିଆର ମାଧ୍ୟମରେ ବି ଭାଇରସ୍‌ର ଚିହ୍ନଟ କରିବା କଷ୍ଟସାଧ୍ୟ ହୋଇପଡ଼ୁଛି। ରୋଗ ପ୍ରଥମରୁ ଚିହ୍ନଟ ହୋଇ ନ ପାରିବା ଯୋଗୁ ଚିକିତ୍ସା ବି ହୋଇପାରୁନାହିଁ। ଫଳ ସ୍ୱରୂପ ରୋଗ ଅଧିକ ସାଂଘାତିକ ହେବା ପରେ ବାହାରକୁ ଜଣାପଡ଼ୁଛି, ଯାହା ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

Also Read: ଫେସ୍‌ବୁକ୍‌ ଲାଇଭ୍‌ରେ ଆଙ୍କରଙ୍କ ଧମକ: ଅଧିକ ଯୁକ୍ତି କରିବ ତ ପୁଟିନ୍‌ ଅଙ୍କଲଙ୍କୁ ଆକ୍ରମଣ କରିବାକୁ ଡାକିଦେବି

Leave A Reply

Your email address will not be published.