ଫୁଙ୍ଗୁଳା ପାଦ ଆଉ ରଙ୍ଗହୀନ ଚେହେରା, ବିଭାଜନ ସମୟରେ ଦେଖନ୍ତୁ କେମିତି ପାକିସ୍ତାନରୁ ହିନ୍ଦୁସ୍ତାନ ଆସିଥିଲେ ଲୋକ

ପ୍ରାୟ ୨୦୦ ବର୍ଷ ଶାସନ ପରେ ଇଂରେଜ କବଳରୁ ମୁକ୍ତ ହୋଇଥିଲା ଭାରତ । ହେଲେ ଯିବା ପୂର୍ବରୁ ବି ବଡ଼ ଧରଣର ଷଡଯନ୍ତ୍ର ରଚିଯାଇଥିଲେ ଇଂରେଜ । କିଛି ଏମିତି ଚକ୍ରାନ୍ତ କରିଯାଇଥିଲେ ଯେ ସ୍ୱାଧୀନତାର ଖୁସି ପାଇଁ ଆମକୁ ବିଭାଜନ ପରି ବଡ ମୂଲ୍ୟ ଦେବାକୁ ପଡିଥିଲା । ଅଖଣ୍ଡ ଭାରତ ବିଭାଜିତ ହୋଇଥିଲା ଦୁଇ ଭାଗରେ ।

ଏପଟେ ଭାରତୀୟମାନେ ଦୀର୍ଘଦିନ ପରେ ଇଂରେଜଠାରୁ ସ୍ୱାଧୀନତା ପାଇ ମୁକ୍ତ ବିହଙ୍ଗ ପାଲଟିଥିବା ବେଳେ ସେପଟେ ଦେଶର ଆଉ ଏକ ଅଂଶ ପାଲଟିଯାଇଥିଲା ପାକିସ୍ତାନ । ଅଡି ବସିଥିଲା ନିଜର ଅଧିକାର ।

ଆଜିର ଦିନରେ ହିଁ ଦୁଇ ଭାଗରେ ବିଭକ୍ତ ହୋଇଥିଲା ଭାରତ ଏବଂ ପାକିସ୍ତାନ । ଅନେକ ରହିଗଲେ ଭାରତରେ ଅନେକ ଚାଲିଗଲେ ପାକିସ୍ତାନ । କୁହାଯାଏ ଭାରି ଦୁଃଖଦ ଥିଲା ସେ ଦୃଶ୍ୟ ଓ ମୁହୂର୍ତ୍ତ ।      କିଏ ଟ୍ରେନରେ ତ କିଏ ଘୋଡାରେ ଆଉ କିଏ ପାଦରେ ସବୁଆଡେ ଦୌଡୁଥିଲା ମଣିଷ । ପାକିସ୍ତାନରୁ ହିନ୍ଦୁସ୍ତାନ ଆଉ ହିନ୍ଦୁସ୍ତାନରୁ ପାକିସ୍ତାନ ଆସୁଥିବା ସବୁ ଚେହେରାରୁ ଯେମିତି ଉଡିଯାଇଥିଲା ରଙ୍ଗ ।

 

 

 

 

ଲଙ୍ଗଳା ପାଦରେ ଆଖିରେ ଜୀବନର ସବୁଠାରୁ ଦୁର୍ଘଟଣାକୁ ଜାବୁଡି ଧରି ଦୁଇ ଦେଶରେ କିଭଳି ନିଜର ଅସ୍ତିତ୍ୱ ଖୋଜୁଥିଲେ ଦେଖନ୍ତୁ ଫଟୋରେ ।

ଲୁହ ଆଉ ଲହୁରେ ଲେଖାଯାଇଥିବା ୧୪ ଅଗଷ୍ଟର ଏହି ଦିନକୁ କେବେ ବି ଭୁଲିପାରିବନି ଇତିହାସ । ଏହା ସେହି ଦିନ ଥିଲା ଯେତେବେଳେ ସ୍ୱାଧୀନତା ପାଇଁ ବର୍ଷ ବର୍ଷ ଧରି ଆନ୍ଦୋଳନ କରୁଥିବା ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ଅସହାୟ ହୋଇପଡିଥିଲେ । ସେମାନେ ଚିନ୍ତା ବି କରିପାରୁନଥିଲେ ଯେ ଏହା ସେହି ହିନ୍ଦୁସ୍ତାନ ଯାହାର ସ୍ୱପ୍ନ ସେମାନେ ଦେଖିଥିଲେ ।

ଭାରତରେ ସ୍ୱାଧୀନତା ସଂଗ୍ରାମ କେବେ ଦୁଇ ଧର୍ମ ମଧ୍ୟରେ ପାଚେରୀ ହୋଇଗଲା କେହି ଜାଣିପାରିଲେନି । ଅନ୍ଦୋଳନ ସମୟରେ ମୁସଲମାନଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ଆଣି ଆଉ ଏକ ଦେଶ କରିବା ପାଇଁ ଦାବି କରିବସିଲେ । ଯାହାର ନେତୃତ୍ୱ ନେଇଥିଲେ ମୁସଲିମ ଲିଗର ନେତା ମହମ୍ମଦ ଅଲ୍ଲୀ ଜିନ୍ନା ।

ପୁଣି ଆସିଲା ସେହି ଦିନ ଅଖଣ୍ଡ ଭାରତ ବିଭାଜିତ ହୋଇଥିଲା ଦୁଇ ଭାଗରେ । କେଉଁଠି ଜଳୁଥିଲା ଜୁଇ ତ କେଉଁଠି ଜଳୁଥିଲା ସମ୍ପର୍କ । ଲକ୍ଷ ଲକ୍ଷ ଲୋକ ନିଜର ବନ୍ଧୁ, ପରିବାର ଏବଂ ସମ୍ପର୍କୀୟଙ୍କୁ ହରାଇଥିଲେ । ଦେଶର ଅନେକ ସ୍ଥାନରେ ଜଳୁଥିଲା ସାମ୍ପ୍ରଦାୟିକ ହିଂସା । ଏହା ଦେଶ ପାଇଁ ଜୀବନ ଦେଉଥିବା ଦେଶପ୍ରେମୀଙ୍କ ପାଇଁ ଥିଲା ବଜ୍ର ସମାନ ।

ଜିନ୍ନାଙ୍କ ଜିଦ୍‌ ସାମ୍ନାରେ ମୁଣ୍ଡ ନୁଆଁଇଥିଲେ ଦେଶର ବଡ଼ ବଡ଼ ଅନେକ ନେତା । କେବଳ ଜଣେ ଗାନ୍ଧୀ ହିଁ ଥିଲେ ଯେ ଏଥି ପାଇଁ ରାଜି ନଥିଲେ । କହିଥିଲେ ଯେ ପର୍ଯ୍ୟନ୍ତ ସେ ବଂଚିଛନ୍ତି ସେ ଯାଏ ଦେଶ ଦୁଇଭାଗ ହେବ ନାହିଁ । ଅନ୍ୟପଟେ ବିଭାଜନକୁ ନେଇ ଭାରତୀୟ ନେତାଙ୍କ ସ୍ୱୀକୃତି ମାଉଣ୍ଟବେଟନଙ୍କ କାମ କରି ଦେଇଥିଲା ସହଜ । 

india pak devide

ଯଦିଓ ନିଷ୍ପତ୍ତି ଧାର୍ମିକ ଆଧାରରେ ନିଆଯାଇଥିଲା କିନ୍ତୁ ସମସ୍ୟା ସବୁକିିଛି ଭାଗବଣ୍ଟାକୁ ନେଇ ହୋଇଥିଲା । ଯେଉଁଭାଗକୁ ହିନ୍ଦୁସ୍ତାନ କରାଗଲା ସେଠାରେ ବଡ଼ ସଂଖ୍ୟାରେ ମୁସଲମାନ ଥିଲେ । ଠିକ୍‌ ସେହିପରି ଯେଉଁ ଭାଗରେ ହୋଇଥିଲା ପାକିସ୍ତାନ ସେଠାରେ ବଡ଼ ସଂଖ୍ୟାରେ ହିନ୍ଦୁସ୍ତାନ ଥିଲା । ସେଦିନ ବିଭାଜନର ନିଆଁ କିଛି ଏମିତି ଲାଗିଥିଲା ଯେ ଲକ୍ଷ ଲକ୍ଷ ଲୋକ ସେଥିରେ ବଳି ପଡିଥିଲେ । ହଜାର ହଜାର ମହିଳାଙ୍କ ଅସ୍ତିତ୍ୱ ଲୁଟି ଯାଇଥିଲା ଆଉ କୋଟି କୋଟି ଲୋକଙ୍କ ଦୋହଲିଯାଇଥିଲା ମୂଳଦୁଆ ।

ଏହା ସେ ସମୟ ଥିଲା ଯେତେବେଳେ ଗୋଟିଏ ପଟେ କିଛି ଲୋକ ସ୍ୱାଧୀନତାର ଉତ୍ସବ ପାଇଁ ପ୍ରସ୍ତୁତି କରୁଥିଲେ ଆଉ ଅନ୍ୟପଟେ ଦଙ୍ଗା ଶାନ୍ତ କରିବାରେ ଲାଗିଥିଲେ ଦେଶର ସ୍ୱାଧୀନତା ପାଇଁ ଲମ୍ବା ସଂଗ୍ରାମ କରିଥିବା ମହାତ୍ମା ଗାନ୍ଧୀ ।

ଆହୁରି ପଢନ୍ତୁ: ଏହି ଦିନ ଆପଣ ଓସ୍ତ ଗଛ ପୂଜା କରୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ, ନଚେତ୍ . . . . .

କୁହାଯାଏ ବିଭାଜନର ଏହି ଦଙ୍ଗା ଏବଂ ହିଂସା ନେଇଥିଲା ପ୍ରାୟ ୧୦ ଲକ୍ଷରୁ ଅଧିକ ଜୀବନ । କିଛି ରିପୋର୍ଟ କହେ ୨୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । କାହାକୁ ଛାଡି ନଥିଲା ଏହି ବିଭାଜନର ଭୋକ । ପିଲା, ବୃଦ୍ଧ ଏବଂ ମହିଳା ଏହି ବିଭାଜନରେ ବଳି ପଡିଥିଲେ ।
ପ୍ରାୟ ୮୩ ହଜାର ମହିଳା, ଯୁବତୀ ଏବଂ ପିଲାଙ୍କ ସହ ହୋଇଥିଲା ଦୁଷ୍କର୍ମ ।ଅନେକଙ୍କୁ ଅପହରଣ ମଧ୍ୟ କରାଯାଇଥିଲା ।

ରକ୍ତାକ୍ତ ସଂଘର୍ଷ ସହ ଭୟର ମାହୋଲ୍‌ କାହାକୁ ଅନାଥ କରି ଦେଇଥିଲା ତ କାହାକୁ କରିଦେଇଥିଲା ବାସହୀନ । ହିଂସା ଏବଂ ଲୁଟର ଏହି ଘଟଣା ଉଭୟ ପକ୍ଷର କୋଟି କୋଟି ଲୋକଙ୍କୁ ପ୍ରଭାବିତ କରିଥିଲା । ଆଜି ବି ଇତିହାସ ଦେଶ ବିଭାଜନକୁ ସବୁଠାରୁ ଭୟାନକ କାହାଣୀ ଭାବରେ ମନେପକାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.