ଏବେ ମନ୍ଦିରରେ ପ୍ରସାଦ ପ୍ରସ୍ତୁତ କରିବା ପୂର୍ବରୁ ନେବାକୁ ପଡିବ ତାଲିମ
ମନ୍ଦିରରେ ପ୍ରସାଦ ବନାଇବା ପାଇଁ ବର୍ତ୍ତମାନ ମନ୍ଦିର କମିଟି ଓ ସଂଚାଳକଙ୍କୁ ଭୋଗ ପ୍ରମାଣ ପତ୍ର ନେବାକୁ ପଡିବ । ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣର ସୌଜନ୍ୟ ଦ୍ୱାରା ମନ୍ଦିରରେ ପ୍ରସାଦ ଇତ୍ୟାଦି ପ୍ରସ୍ତୁତ କରିବା ପାଇଁ କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏହି ପ୍ରଶିକ୍ଷଣ ପରେ ସେମାନଙ୍କୁ ପ୍ରସାଦ ପ୍ରସ୍ତୁତ କରିବା ପାଇଁ ଲାଇସେନ୍ସ ମିଳିବ ।
ପ୍ରଶିକ୍ଷଣ ପ୍ରାପ୍ତ କରିବା ପରେ କର୍ମଚାରୀ ମାନଙ୍କ ଦ୍ୱାରା ଯେଉଁ ପ୍ରସାଦ ପ୍ରସ୍ତୁତ କରାଯିବ ସେହି ଆଧାରରେ ବିଭାଗ କର୍ମଚାରୀ ମାନଙ୍କୁ ଭୋଗ ପ୍ରମାଣ ପତ୍ର ଦେବ । ଚଳିତ ବର୍ଷଠାରୁ ଏହାକୁ ଲାଗୁ କରାଯାଇଛି କିନ୍ତୁ ଏବେବି ବହୁତ କମ ସ୍ଥାନରେ ଏହାର ପାଳନ କରାଯାଉଛି ।
ପ୍ରାସାଦକୁ ଶୁଦ୍ଧ ଏବଂ ସ୍ୱଚ୍ଛ ବନାଇବା ପାଇଁ ବିଭାଗ କର୍ମଚାରୀ ମାନଙ୍କୁ ଏହାର ଟ୍ରେନିଂ ଦେବ । ଏହି ସ୍ୱତନ୍ତର ତାଲିମ ପାଇବା ପରେ ସେମାନଙ୍କୁ ପ୍ରସାଦ ପ୍ରସ୍ତୁତ କରିବା ପାଇଁ ଲାଇସେନ୍ସ ଓ ଭୋଗ ପ୍ରମାଣ ପତ୍ର ମିଳିବ । ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ମନ୍ଦିରକୁ ଏଥିରେ ସାମିଲ କରାଯାଇଛି ଏହାସହିତ କିଛି ମନ୍ଦିର ଗୁଡିକରେ ପ୍ରମାଣ ପତ୍ର ତିଆରି ମଧ୍ୟ ହୋଇ ସାରିଛି ।
ଏହାସହ ପଢନ୍ତୁ ସ୍ମାର୍ଟଫୋନ ପାଇଁ ମହିଳା ମାନଙ୍କ ବେକରେ ଦେଖାଦେଉଛି ଏହି ସମସ୍ୟା, ଗବେଷଣାରୁ ଜଣାପଡିଲା ଏପରି ଆଶ୍ଚର୍ଯ୍ୟକର ତଥ୍ୟ
ଫୁଡ ଆଣ୍ଡ ସେଫଟିର ଆସିଷ୍ଟାଣ୍ଟ କମିଶନରଙ୍କ କହିବା ଅନୁଯାୟୀ ମନ୍ଦିର ଗୁଡିକରେ ପ୍ରସାଦ ପ୍ରସ୍ତୁତ କରିବା ପାଇଁ ସାର୍ଟିଫିକେଟ ନେବା ନିହାତି ଜରୁରୀ ଅଟେ । ଏହାଦ୍ୱାରା ପ୍ରସାଦର ଗୁଣବତ୍ତା, ଶୁଦ୍ଧତା ଓ ସ୍ୱଚ୍ଛତା ନିର୍ଦ୍ଧାରିତ ହୋଇଥାଏ ।