ବିବାହ ପୂର୍ବରୁ କନ୍ୟା ନିଜ ଭଉଣୀ ସାମ୍ନାରେ ରଖିଲା ଏଭଳି ସର୍ତ୍ତ, କରି ପାରିବନି ଏହା ବିନା ଏଣ୍ଟ୍ରୀ! ଜାଣନ୍ତୁ କ’ଣ ସେହି ଜିନିଷ

ଦୁନିଆର ସବୁ ବର-କନ୍ୟା ଚାହାଁନ୍ତି କି, ସେମାନଙ୍କ ବିବାହ ଏକଦମ୍‌ ପରଫେକ୍ଟ ତରିକାରେ ସମ୍ପନ୍ନ ହେଉ। ଏଥିପାଇଁ ସେମାନେ ଅନେକ ଦିନ ଆଗରୁ ପ୍ରସ୍ତୁତିରେ ଲାଗିପଡ଼ି ଥାଆନ୍ତି। ଆଜିକାଲି ଥିମ୍‌ େଓ୍ଵଡିଂର ଟ୍ରେଣ୍ଡ ଚାଲିଛି, ଯେଉଁଥିରେ ବର-କନ୍ୟାଙ୍କ ସହ ବିବାହରେ ନିମନ୍ତ୍ରିତ ଅତିଥିଙ୍କୁ ମଧ୍ୟ ସେହି ସ୍ପେଶାଲ ଥିମ୍‌ ଫଲୋ କରିବାକୁ ପଡ଼ୁଛି। ହେଲେ କିଛିଦିନ ତଳେ ବିବାହର ଏକ ଅଜବ ଘଟଣା ସାମ୍ନାକୁ ଆସିଛି।

ଏଥିରେ ଜଣେ କନ୍ୟା ନିଜ ବିବାହ ପାଇଁ ପିକକ୍‌ ଥିମ୍‌ ସିଲେକ୍ଟ କରିଥିଲେ। ବଛା ବଛା ଅତିଥି ଏବଂ ଖାସ୍‌ କରି କନ୍ୟାର ସାଙ୍ଗମାନଙ୍କୁ ନୀଳ ଓ ସବୁଜ ରଙ୍ଗର ଗାଉନରେ ଆସିବାର ଥିଲା। ଏଥିପାଇଁ ସମସ୍ତଙ୍କୁ ନିମନ୍ତ୍ରଣ ବି ପଠାଯାଇଥିଲା। କିନ୍ତୁ ବିବାହର କିଛିଦିନ ପୂର୍ବେ କନ୍ୟାର ମନକୁ ଗୋଟିଏ କଥା ଆସିଥିଲା ଏବଂ ସେ ନିଜ ସମ୍ପର୍କୀୟ ଭଉଣୀଙ୍କ ସାମ୍ନାରେ ଏକ ସର୍ତ୍ତ ରଖିଥିଲେ।

କନ୍ୟାଙ୍କ କହିବା ହେଲା, ତାଙ୍କ ଭଉଣୀଙ୍କର ପ୍ରାକୃତିକ କେଶ ଲାଲ୍‌ ରଙ୍ଗର। ଏମିତିରେ େଓ୍ଵଡିଂ ଥିମ୍‌ ସହିତ ତାଙ୍କ କେଶ ବହୁତ ଅଜବ ଲାଗି ଥାଆନ୍ତା। ଏଥିପାଇଁ ସେ ଭଉଣୀଙ୍କୁ କହିଥିଲେ କି, ବିବାହରେ ଆସିବା ପାଇଁ ତାଙ୍କୁ ନିଜ କେଶକୁ ଡାଏ କରିବାକୁ ପଡ଼ିବ। କନ୍ୟା ତାଙ୍କୁ ଆହୁରି ବି ପରାମର୍ଶ ଦେଇଥିଲେ ଯେ ସେ ଚାହିଁଲେ ଓ୍ଵିଗ୍‌ ବ୍ୟବହାର ମଧ୍ୟ କରିପାରିବେ।

କିନ୍ତୁ ସେପଟେ କନ୍ୟାଙ୍କର ଅନେକ ପରାମର୍ଶ ସତ୍ତ୍ୱେ ଭଉଣୀ ନିଜ କେଶରେ କୌଣସି ବି ପ୍ରକାର ପରିବର୍ତ୍ତନ କରିବାକୁ ମନା କରି ଦେଇଥିଲେ। ତାଙ୍କ କହିବା ଥିଲା କି, ତାଙ୍କୁ ହେୟାର କଲର ବ୍ୟବହାର କରିବାରେ ଡର ଲାଗିଥାଏ ଏବଂ ସେ ଓ୍ଵିଗ୍‌ରେ ଅସହଜ ଅନୁଭବ କରିବେ। ତେବେ ଏଭଳି କଥା କନ୍ୟା ଜଣକ ସୋସିଆଲ ମିଡିଆରେ ସେୟାର କରିବା ସହ ୟୁଜରମାନଙ୍କୁ ପ୍ରଶ୍ନ କରିଥିଲେ କି, କ’ଣ ଏମିତି ସର୍ତ୍ତ ରଖିବା ଭୁଲ୍‌ ଥିଲା କି?

Leave A Reply

Your email address will not be published.