ଶୋଇବା ପୂର୍ବରୁ ମଣିଷ ଭଳି କୁକୁର କରୁଛି ଏମିତି… ଭିଡ଼ିଓ ଦେଖି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂଆ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କୁକୁରକୁ ଦେଖିବାକୁ ମିଳୁଛି। କୁକୁରମାନେ ଏପରି ବୁଦ୍ଧିମାନ ପ୍ରାଣୀ ଅଟନ୍ତି ଯେ ସେମାନେ ମଣିଷକୁ ଦେଖିବା ପରେ ଅତି ଶୀଘ୍ର ଯେ କୌଣସି କାର୍ଯ୍ୟ କରିଥାନ୍ତି। ସେମାନଙ୍କୁ ମଣିଷ ପରି କାମ କରୁଥିବା ଦେଖି ଯୁଜର୍ସ ମାନେ ଖୁବ ଖୁସି ହୁଅନ୍ତି ।

ସେହିଭଳି ଟୁଇଟରରେ ଏବେ ଏକ ଡଗିର ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ଶୋଇବା ପୂର୍ବରୁ ମଣିଷ ଯାହା କରନ୍ତି ତାହା କରୁଛି । ଡଗିର ଏପରି ଜ୍ଞାନ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଥିରେ ଏକ କୁକୁରର ବୁଦ୍ଧିକୁ ଦେଖିବାକୁ ମିଳିଛି। ଯେଉଁ କୁକୁର ନିଜର ବିଛଣା ପାରୁଛି ଏବଂ କୌଶଳର ସହ ରୁମ୍‌ ଡୋର ମଧ୍ୟ ଦେଉଛି। ପରେ ଆସି ଶୋଇଯାଉଛି। ତା’ପରେ ସେ ସେଠାରେ ରଖାଯାଇଥିବା ଏକ ଚେୟାର ସାହାଯ୍ୟରେ ନିକଟସ୍ଥ ଟେବୁଲ ଉପରେ ଚଢି ଲାଇଟ୍ ବନ୍ଦ କରୁଛି।

ଡ଼ଗିର ଏହି ଭିଡିଓ ୟୋଗ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ସେୟାର କରାଯାଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭୟଙ୍କର ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି କୁକୁର କାର୍ଯ୍ୟକୁ ବହୁତ ଭଲପାଉଛନ୍ତି। ଏପର୍ଯ୍ୟନ୍ତ 98K ଭ୍ୟୁ ଯୁଜର୍ସ ଏହାକୁ ଦେଖିଛନ୍ତି। ୟୁଜର୍ସ ମାନେ ମଧ୍ୟ ଏହି ଭିଡିଓରେ ନିଜର ପ୍ରତିକ୍ରିୟା ଦେଉଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.