ପାଖରେ ଲକ୍ଷେ ଟଙ୍କା ଥାଇ ବି ଭୋକରେ ମରିଗଲେ ବୃଦ୍ଧ ଭିକାରୀ

ରାସ୍ତାକଡ଼ରୁ ଶୁଭୁଥିଲା ଏପରି କିଛି ସ୍ୱର । ଏ ସ୍ୱର ଶୁଣିି କାହାର ଏ ସ୍ୱର ଜାଣିବା ପାଇଁ ଧାଇଁ ଯାଇଥିଲେ କିଛି ଲୋକେ। ସେଠାରେ ପହଞ୍ଚି ଦେଖିଲା ବେଳକୁ ସେହି ସ୍ଥାନରେ ହଠାତ୍‌ ଟଳି ପଡ଼ିଲେ ଜଣେ ଭିକାରୀ ।

ମା ଲୋ.. ମା.. କିଛି ଖାଇବାକୁ ଦେ… । ରାସ୍ତାକଡ଼ରୁ ଶୁଭୁଥିଲା ଏପରି କିଛି ସ୍ୱର । ଏ ସ୍ୱର ଶୁଣିି କାହାର ଏ ସ୍ୱର ଜାଣିବା ପାଇଁ ଧାଇଁ ଯାଇଥିଲେ କିଛି ଲୋକେ। ସେଠାରେ ପହଞ୍ଚି ଦେଖିଲା ବେଳକୁ ସେହି ସ୍ଥାନରେ ହଠାତ୍‌ ଟଳି ପଡ଼ିଲେ ଜଣେ ଭିକାରୀ । ସମସ୍ତେ ଚକିତ ହୋଇଗଲେ। ସଙ୍ଗେ ସଙ୍ଗେ ଭିକ ମାଗୁଥିବା ଏ ବୃଦ୍ଧ ଭିକାରୀଙ୍କର କଣ ହେଲା…. ସେ ତଳେ କାହିଁକି ପଡ଼ିଗଲେ । କେହି କିଛି ବୁଝିବା ପୂର୍ବରୁ ଜଣେ ଦୋକାନୀ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଦେଲେ । ଆଉ ସଙ୍ଗେ ସଙ୍ଗେ ବୃଦ୍ଧ ଭିକାରୀଙ୍କୁ ଆମ୍ବୁଲାନ୍ସରେ ବସାଇ ମେଡିକାଲ ନେଇଯାଇଥିଲେ ।
ଆଉ ମେଡିକାଲ ନେବା ପରେ ଜଣାପଡ଼ିଥିଲା ଭୋକରେ ଆଉଟୁ ପାଉଟୁ ହୋଇ ଭିକାରୀଙ୍କର ଦେହ ଅସୁସ୍ଥ ହୋଇଯାଇଛି । ତାଙ୍କର ସୁଗାର ଲେବଲ୍‌ କମିଯାଇଛି ଯାହା ଫଳରେ ଭିକାରୀ ଜଣକ ଏପରି ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ । ରାସ୍ତା କଡ଼ରେ ଟଳି ପଡ଼ିଥିଲେ । ହେଲେ ବଡ଼ ଦୁଃଖର ବିଷୟ ଚିକିତ୍ସା କରିବାର ଏକ ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଗଲା । ତେବେ ପ୍ରକୃତରେ ଭିକାରୀଙ୍କ ଏପରି ଦେହ ଅସୁସ୍ଥ ହୋଇ ମୃତ୍ୟବରଣ କରିବା ପଛରେ ରହିଥିଲା ଯେଉଁ କାରଣ ତାହା ଅପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ବର୍ତ୍ତମାନ ଆମେ ଆପଣଙ୍କୁ ଏହି ବୃଦ୍ଧ ଭିକାରୀଙ୍କ ବିଷୟରେ ଯାହା କହିବାକୁ ଯାଉଛୁ ତାହା ଆପଣ ଶୁଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ । ଭିକାରୀ ଜଣକ ମରିବା ପୂର୍ବରୁ ତାଙ୍କ ପାଖରୁ ମିଳିଛି ୧ ଲକ୍ଷ ୧୪ ହଜାର ଟଙ୍କା । ହେଲେ ଏହି ଭିକାରୀଙ୍କ ମୃତ୍ୟୁର କାରଣ ହେଉଛି ଭୋକ । ପାଖରେ ଏତେ ଟଙ୍କା ଥାଇ ମଧ୍ୟ ଭୋକରେ ମୃତ୍ୟୁ ବରଣ କରିଛନ୍ତି ଏହି ବୃଦ୍ଧ ଭିକାରୀ ଜଣକ ।

ଆମେ କହୁଛୁ ଗୁଜୁରାଟର ଭାଲସାଦର ଜଣେ ଭିକାରୀଙ୍କ କଥା । ତାଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ । ସେ ଭାଲସାଦରଗାନ୍ଧୀ ଲାଇବ୍ରେରୀ ନିକଟ ରାସ୍ତା କଡ଼ରେ ସବୁଦିନ ଭିକ ମାଗନ୍ତି । ହେଲେ ସେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ । ଆଉ ତାଙ୍କୁ ଭାଲସାଦ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେତେବେଳେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ସେତେବେଳେ ତାଙ୍କ ପାଖରୁ ୧ ଲକ୍ଷ ୧୪ ହଜାର ନଗଦ ଟଙ୍କା ମିଳିଥିଲା । ସେଥିରୁ ୩୮ଟି ୫୦୦ ଟଙ୍କିଆ ନୋଟ, ୮୩ଟି ୨୦୦ ଟଙ୍କିଆ ନୋଟ, ୫୩୭ଟି ୧୦୦ ଟଙ୍କିଆ ନୋଟ ଓ ୨୦ଟଙ୍କିଆ ଏବଂ ୧୦ ଟଙ୍କିଆ ନୋଟ ଥିଲା । ଏହି ସମସ୍ତ ନୋଟ୍ ତାଙ୍କ ସ୍ଵେଟର ଭିତରେ ଥିବା ଛୋଟ ପ୍ଲାଷ୍ଟିକ୍ ବ୍ୟାଗରେ ଥିଲା । ତେବେ ଭିକାରୀଙ୍କ ପ୍ରକୃତ ପରିଚୟ ମିଳିନଥିବା ବେଳେ ତାଙ୍କର ଭୋକରୁ ମୃତ୍ୟୁ ଘଟିଥିବା ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ ଗତ କିଛି ଦିନ ହେବ ଖାଦ୍ୟ ଖାଇ ନାହାଁନ୍ତି । ତେବେ ଏହି ସମସ୍ତ ଟଙ୍କା ପୋଲିସଙ୍କୁ ଦିଆଯାଇଥିବା ବେଳେ । ପୋଲିସ ଶବ ବ୍ୟବଛେଦ ପାଇଁ ପଠାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.