କିଛି ଲୋକଙ୍କ ଖୁବଶିଘ୍ର କେଶ ଓ ନଖ ବଢିଥାଏ କାହିଁକି ? ଜାଣନ୍ତୁ ଏହା ପଛର କାରଣ…

ବହୁତ ଲୋକେ ନିତିଦିନ କେଶ କଟାଇଥାନ୍ତି ଏହାସହ ନଖ ମଧ୍ୟ କାଟିଥାନ୍ତି । ବିଶ୍ବରେ ଏମିତି କିଛି ଲୋକେ ଅଛନ୍ତି ଯେଉଁମାନଙ୍କର କେଶ ଓ ନଖ ଖୁବ ଶିଘ୍ର ବଢିଥାଏ । ଆପଣ ଜାଣିଛନ୍ତି କି କାହିକିଁ ଏପରି ବଢିଥାଏ । କେଶ ଓ ନଖ ସାଧାରଣତ କେରାଟିନରେ ତିଆରି ହୋଇଥାଏ । ଚର୍ମ ତଳେ ଥିବା ମାଟ୍ରିକ୍ସ କୋଷ ଦ୍ବାରା ଏହାର ଵୃଦ୍ଧି ହୋଇଥାଏ । ନଖକୁ ତିଆରି କରୁଥିବା ମାଟ୍ରିକସ କୋଷିକା ଚର୍ମ ତଳେ ରହିଥାଏ । ଏହି କୋଷିକା ବିଭାଜିତ ହୋଇ ପୁରୁଣା କୋଷିକା ଗୁଡିକୁ ନଷ୍ଟ କରିଦିଏ । ଯେତେବେଳେ ଏହା ବଢିବାକୁ ଲାଗିଥାଏ ସେହି ସମୟରେ ନଖ ମଧ୍ୟ ବଢିଥାଏ ।

ମେଟ୍ରିକ୍ସ କୋଷିକା ଗୁଡିକ ଯୋଗୁଁ କେଶ ବଦ୍ଧି ହୋଇଥାଏ । ଯେତେବେଳେ କେଶ ବଢିବାକୁ ଲାଗିଥାଏ ସେହି ସମୟରେ ଏକ ଶାପ୍ଟ ତିଆରି ହୋଇଥାଏ । ଏହି ଶାପ୍ଟ ଏକ ଜଡରେ ବଢିବାକୁ ଲାଗିଥାଏ । ଯାହାକି ଚର୍ମ ତଳେ ରହିଥିବା ଏକ ଥଳିରେ ରହିଥାଏ । ଯାହାକୁ ଇୟର ଫଲିକଲ କୁହାଯାଇଥାଏ । ଏହି ଥଳୀରେ ଏକ ସ୍ନାୟୁ ଯୋଗାଣ ରହିଛି । ଯାହା କେଶକୁ ତେଲ ଯୋଗାଇଥାଏ ଏହା ସହ ଏକ ଛୋଟ ମାଂସ ପେଶୀ ରହିଛି ଯାହା କେଶକୁ ସିଧା କରିବାରେ ସାହାଯ୍ୟ କରିଥାଏ ।

ହେୟାର ଫଲିକଲର ଆଧାରରେ ବଲ୍ପ ରହିଛି । ଯେଉଁଥିରେ ସବୁଠାରୁ ଗୁରିତ୍ବପୁର୍ଣ୍ଣ ତେଲ ରହିଛି । ଯେଉଁଥିରେ ହେୟାର ପପିଲା ରହିଥାଏ । ଯାହାଦ୍ବାରା କେଶ ବଢିବା ସହିତ ମଜବୁତ ହୋଇଥାଏ । ପପିଲା ସହ ମେଟ୍ରିକ୍ସ କୋଷିକା ରହିଥାଏ ଯାହା ବିଭାଜନ ହୋଇ ନୂଆ କେଶ ତିଆରି ହୋଇଥାଏ । ଯାହା ବଢି ନୂଆ କେଶ ତିଆରି କରିବାରେ ସାହାଯ୍ୟ କରିଥାଏ । ଯାହା ସୁସ୍ଥ କେଶ ଗୁଡିକୁ ଶକ୍ତ କରିଥାଏ । ଯେମିତିକି ନୂଆ କେଶ ତିଆରି ହୋଇଥାଏ । କେଶ ତ୍ବଟାର ବାହାରକୁ ଆସିଥାଏ ଓ ଏହା ବଢିଥାଏ ।

ପୋପେଲା କେଶର ବିକାଶକରିବା ଦିଗରେ ଏକ ଭୂମିକା ରହିଛି । ଏହା ସିଧା କୋଷିକା ଗୁଡିକୁ ଫୋଲିକଲର ମୂଳ ସ୍ଥାନକୁ ଯିବା ସହ ହେୟାର ମେଟ୍ରିକ୍ସକୁ ପ୍ରୋଟିନ ଯୋଗାଇ ଦେଇଥାଏ । ବୌଜ୍ଞାନିକ ମାନେ କେଶର ବିକାଶ ପାଇଁ ଚାର ଚରଣ ର କାରଣ କହିଛନ୍ତି । ବୈଜ୍ଞାନିକମାନେ କେଶ ବୃଦ୍ଧିର ଚାରୋଟି ପ୍ରକ୍ରିୟା ଚିହ୍ନଟ କରିଛନ୍ତି ପ୍ରଥମଟି ହେଉଛି ଆନାଜେନ୍ ଯାହା ଦୁଇରୁ ଆଠ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଦ୍ୱିତୀୟ ପର୍ଯ୍ୟାୟ ହେଉଛି କାଟେଜେନ୍ ବା ସଂକ୍ରମଣ ପର୍ଯ୍ୟାୟ ଏହି ଅବଧିରେ କେଶ ବୃଦ୍ଧି ମନ୍ଥର ହୋଇଯାଏ ।

ଏହି ଅବଧି ପ୍ରାୟ ଦୁଇ ସପ୍ତାହ ଧରି ଚାଲିଥିଲା । ତୃତୀୟ ପର୍ଯ୍ୟାୟରେ, ଟେଲୋଜେନ୍ କିମ୍ବା ବିଶ୍ରାମ ପର୍ଯ୍ୟାୟରେ, କେଶ ବଢ଼ିବ ନାହିଁ ଏବଂ ଏହାର ଅବଧି ପ୍ରାୟ ତିନିମାସ ପର୍ଯ୍ୟନ୍ତ ରହିଥାଏ ।କେଶ ବୃଦ୍ଧିର ଶେଷ ପର୍ଯ୍ୟାୟ ହେଉଛି ଏକ୍ସୋଜେନସ୍ ଏହି ଅବଧିରେକେଶ ଅଭିବୃଦ୍ଧି ହୁଏ ନାହିଁ, ଏହା ପରିବର୍ତ୍ତେ କେଶ ଝଡ଼ିବା ଏବଂ ସେହି ସମାନ କେଶ ଫୋଲିକଲରୁ ତିଆରିହେଉଥିବା ନୂତନ କେଶ ଦ୍ୱାରା ସ୍ଥାନିତ ହୁଏ । ଏହି ପ୍ରକ୍ରିୟା ପୁଣି ଆରମ୍ଭହୋଇଥାଏ । ପ୍ରତ୍ୟେକ ହେୟାର ଫୋଲିକଲ୍ ନିଜ ଜୀବନକାଳରେ ଏହି ଚକ୍ର ଦେଇ ଦଶ ରୁ ତିରିଶି ଥର ଦେଖାଯାଇଥାଏ ।