ଚାକିରି ପାଇବା ପାଇଁ ଚାହୁଁଥିଲେ ସୂର୍ଯ୍ୟଦେବଙ୍କୁ ପ୍ରତିଦିନ ଅର୍ଘ୍ୟ ପ୍ରଦାନ କରନ୍ତୁ, ମିଳିବ ତୁରନ୍ତ ଶୁଭ ଫଳ

ଶାସ୍ତ୍ର ଅନୁଯାୟୀ ଆମ ହିନ୍ଦୁ ଧର୍ମରେ ଥିବା ଦେବଦେବୀଙ୍କ ସଂଖ୍ୟା ୩୩ କୋଟି। କିନ୍ତୁ ଏସମସ୍ତ ଦେବଦେବୀଙ୍କ ମଧ୍ୟରୁ ଆମେ କେବଳ ସୂର୍ଯ୍ୟ ଓ ଚନ୍ଦ୍ର ଦେବଙ୍କୁ ପୃଥିବୀ ପୃଷ୍ଠରେ ଦେଖିପାରୁ। ତେଣୁ ସୃଷ୍ଟିର ଆରମ୍ଭରୁ ହିଁ ଆମେ ଏଦୁହିଁଙ୍କୁ ପୂଜା କରିଥାଉ। ମହାଭାରତ ତଥା ରାମାୟଣରେ ମଧ୍ୟ ସୂର୍ଯ୍ୟଦେବଙ୍କ ପୂଜା କଥା ବର୍ଣ୍ଣନା କରାଯାଇଛି। ଭଗବାନ ରାମ ସ୍ୱୟଂ ସୂର୍ଯ୍ୟଦେବଙ୍କ ପୂଜା କରିଥିଲେ। ମହାଭାରତରେ କୁନ୍ତୀ ସୂର୍ଯ୍ୟଦେବଙ୍କର ଭକ୍ତ ଥିଲେ।

ତେବେ କୁହାଯାଏ ଯେ ସୂର୍ଯ୍ୟଙ୍କୁ ପ୍ରତିଦିନ ଅର୍ଘ୍ୟ ପ୍ରଦାନ କରିବା ଉଚିତ। ଏହାପଛରେ ଅନେକ ଶୁଭ ଫଳ ମିଳିଥାଏ। ଏହାସହିତ ଭଗବାନଙ୍କର ଶୁଭାଶିର୍ବାଦ ରହିଥାଏ। ତେବେ ଆଜି ଆମେ କହିବୁ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିବା ଦ୍ୱାରା କେଉଁ ସବୁ ଶୁଭଫଳ ମିଳିଥାଏ।

ସୂର୍ଯ୍ୟ ଦେବଙ୍କୁ ପ୍ରତ୍ୟେକ୍ଷ ଦେବତା ବୋଲି ସମସ୍ତେ ମାନନ୍ତି । କାରଣ ପ୍ରତ୍ୟେକ ଦିନ ସୂର୍ଯ୍ୟ ଦେବତାଙ୍କୁ ଦର୍ଶନ କରିଥାଉ । ଆଉ ସନାତନ ଧର୍ମ ଓ ସନାତନ କାଳ ସମୟରୁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବାର ପରମ୍ପରା ରହିଆସିଛି । ବେଦ ଓ ପୁରାଣ ଶାସ୍ତ୍ରରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବାର ଉଲ୍ଲେଖ ରହିଛି । ତେବେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବାର କଣ କଣ ସବୁ ଫାଇଦା ରହିଛି ଆସନ୍ତୁ ଜାଣିବା ।

ମାନସିକ ଅଶାନ୍ତି ଦୂର:
ନିୟମିତ ଭାବରେ ସୂର୍ଯ୍ୟ ଦେବଙ୍କୁ ବହୁ ପରିମାଣର ଜଳ ଅର୍ପଣ କଲେ ଶରୀରରେ ସୂର୍ଯ୍ୟଙ୍କ ସକରାତ୍ମକ ପ୍ରଭାବ ରହିଥାଏ, ଯାହା ଆପଣଙ୍କୁ ଭଲ କାମ କରିବାକୁ ପ୍ରେରିତ କରିଥାଏ । ଏହା ଆପଣଙ୍କୁ ଶକ୍ତିରେ ପରିପୂର୍ଣ୍ଣ କରେ। ଆପଣ ମଧ୍ୟ ଏହି କ୍ଷେତ୍ରରେ ଲାଭ ପାଇବେ।

ସ୍ୱାସ୍ଥ୍ୟରେ ଉନ୍ନତି:
ସୂର୍ଯ୍ୟଦେବଙ୍କୁ ସକରାତ୍ମକ ଶକ୍ତିର ପ୍ରତୀକ ବୋଲି ବିବେଚନା କରାଯାଏ । ଶରୀରରେ ଥିବା ଜୀବାଣୁକୁ ବାହାର କରିବା ସହ ସୂର୍ଯ୍ୟଙ୍କ କିରଣ ଆପଣଙ୍କୁ ସୁସ୍ଥ କରିବାରେ ସାହାଯ୍ୟ କରିଥାଏ । ଧାର୍ମିକ ଓ ଜ୍ୟୋତିଷ ଶାସ୍ତ୍ରରୁ ସୂର୍ଯ୍ୟ ଆତ୍ମାଙ୍କର କାରକ ବୋଲି ବିବେଚନା କରାଯାଏ । ତେଣୁ, ପ୍ରତିଦିନ ସୂର୍ଯ୍ୟଙ୍କୁ ଗୋଟିଏ ଲୋଟା ପାଣି ଅର୍ପଣ କଲେ ଏହି ଶକ୍ତି ମିଳିଥାଏ। ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରି ଜଣେ ବ୍ୟକ୍ତି ସମସ୍ତ ପ୍ରକାର ରୋଗରୁ ରକ୍ଷା ପାଇଥାଏ।

ସଫଳତା ଓ ସମ୍ମାନ ବଢିବ:
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟଦେବ ହେଉଛନ୍ତି ସେହି ଗ୍ରହ ଯାହା ଜଣେ ବ୍ୟକ୍ତିଙ୍କୁ ସମ୍ମାନ ଦେଇଥାଏ। ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ଚାକିରି ସହିତ ଜଡିତ କୌଣସି ଅସୁବିଧା ଅଛି, ତେବେ ନିୟମିତ ଭାବରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ ଆରମ୍ଭ କର। ଉଚ୍ଚ ପଦାଧିକାରୀଙ୍କ ସମର୍ଥନ ପାଇବା ସହ ସମ୍ମାନ ବୃଦ୍ଧି ଉଚ୍ଚ ପଦବୀ ମଧ୍ୟ ହାସଲ ହେବ।

ଜାତକ ଦୋଷ ଦୂର :
ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ସୂର୍ଯ୍ୟଗ୍ରହ ଜାତକରେ ଦୁର୍ବଳ ଅଛନ୍ତି ସେ ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଉଚିତ୍। ଏହା କରିବା ଦ୍ୱାରା, ଆପଣଙ୍କର ସମସ୍ତ ବାଧା ଦୂର ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.