ଶତ ପ୍ରତିଶତ ଫେରାଇ ଆଣିବେ ବରମୁଡା କ୍ରୁଇଜ୍, ବୁଲିବା ପାଇଁ ରହିଛି ଖାସ ଅଫର୍

ବରମୁଡ଼ା ଟ୍ରିଆଙ୍ଗଲ, ନିଶ୍ଚୟ ଶୁଣିଥିବେ ଏହି ନାଁ। ଖାଲି ନାଁ ଶୁଣୁ ଶୁଣୁ ହିଁ ଦେହ ଶୀତେଇ ଉଠେ। କାରଣ ଅନେକ ଲୋକଙ୍କ ଜୀବନ ଯାଇଛି ଏଠି। ଉଭାନ ହୋଇଯାଇଛି ୧୦୦ ରୁ ଅନେକ ଉଡ଼ା ଜାହାଜ ଆଉ ବୁଡ଼ା ଜାହାଜ। ଯାହାର ସନ୍ଧାନ ଆଜି ପର୍ଯ୍ୟନ୍ତ ବି ମିଳିନାହିଁ। ଅନେକ ରହସ୍ୟ ରହିଛି ଆଣ୍ଟଲାଟିକ୍ ମହାସାଗରରେ ଥିବା ଏହି ବରମୁଡ଼ା ଟ୍ରିଆଙ୍ଗଲକୁ ନେଇ। କିଏ କହେ ଏଠି ସମୁଦ୍ର ରାକ୍ଷସ ରହିଛି, ପୁଣି କହେ ଏଠି ରହିଛି କୌଣସି ଅଦୃଶ୍ୟ ଶକ୍ତି। ହେଲେ ଅନୁସନ୍ଧାନକାରୀ କୁହନ୍ତି କିଛି ବୈଜ୍ଞାନିକ କାରଣ ପାଇଁ ହିଁ ସମୁଦ୍ର ମଧ୍ୟରେ ଏପରି ହେଉଛି।

ହେଲେ ଏହା କ’ଣ ପାଇଁ ଓ କିପରି ହେଉଛି ତାହା ଆଜି ପର୍ଯ୍ୟନ୍ତ ଜଣା ପଡିନାହିଁ। ସେଥି ପାଇଁ ସମୁଦ୍ରର ଏହି ଅଞ୍ଚଳ ଉପରେ କୌଣସି ପ୍ଲେନ୍ ଉଡାଣ ହେଉନି। କିନ୍ତୁ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟ ଜନକ ଘୋଷଣା କରିଛି ଆନ୍ସିଏଣ୍ଟ ମିଷ୍ଟେରିଜ୍ କ୍ରୁଇଜ୍, ଯିଏ କି ଆମେରିକାର ଏକ
ଟ୍ରାଭେଲ ଏଜେନ୍ସି।

ଏହି ଟ୍ରାଭେଲ ଏଜେନ୍ସି ଶତ ପ୍ରତିଶତ ପ୍ରତିଜ୍ଞା କରିଛି ଯେ ଯଦି ବୁଲିବା ପାଇଁ ଯିବା ସମୟରେ ବରମୁଡ଼ା ଟ୍ରିଆଙ୍ଗେଲରେ ଜାହାଜ ଅଦୃଶ୍ୟ ହୋଇଯାଏ, ତେବେ ସେ ତାଙ୍କୁ ଫେରାଇବା ସହ ସମସ୍ତ ଯାତ୍ରୀଙ୍କ ସବୁ ଟଙ୍କା ମଧ୍ୟ ଫେରାଇବେ। ଏହି କ୍ରୁଜରେ ଯାତ୍ରୀମାନେ ମାର୍ଚ୍ଚ ୨୦୨୩ ରେ ନ୍ୟୁୟର୍କରୁ ବରମୁଡ଼ା ଅଭିମୁଖେ ଯାଉଥିବା ନରୱେ ପ୍ରିମା ଲାଇନ୍ରେ ଆଟଲାଣ୍ଟିକ୍ ମହାସାଗରରେ ଯାତ୍ରା କରିବେ। ଏହା ଏକ ଅଦ୍ଭୁତ ଅଫର, ଯେଉଁଥିରେ ବରମୁଡ଼ା ଟ୍ରିଆଙ୍ଗେଲ କ୍ରୁଜ୍ ଜାହାଜ ନେଇ ସମୁଦ୍ର ଭିତରେ ଯିବେ ଓ ଏହାର ଯାତ୍ରୀମାନଙ୍କୁ ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ବରମୁଡ଼ା ଟ୍ରିଆଙ୍ଗେଲ ମଧ୍ୟ ଦେଇ ଯାତ୍ରା କରିବେ।

ଯଦି ବରମୁଡ଼ା ଟ୍ରିଆଙ୍ଗେଲ ଅଞ୍ଚଳକୁ ଯାତ୍ରା କରିବା ସମୟରେ ଜାହାଜ ଅଦୃଶ୍ୟ ହୁଏ, ତେବେ ସମ୍ପୂର୍ଣ୍ଣ ଟଙ୍କା ସହିତ ଜାହାଜକୁ ମଧ୍ୟ ଫେରାଇ ଆଣିବାକୁ ପ୍ରତିଶୃତି ଦେଇଛି ଏହି ଏଜେନ୍ସି। ତେବେ ଆମେରିକାର ଏହି ଟ୍ରାଭେଲ୍ ଏଜେନ୍ସି ଏହାର ୱେବସାଇଟରେ ଏପରି ବିଜ୍ଞାପନ ଦେବା ପରେ, ଏହାକୁ ନେଇ ଅନେକ ସୋସିଆଲ ମିଡିଆ ୟୁଜର ମଧ୍ୟ କମେଣ୍ଟ କରିଛନ୍ତି। ଯଦି ସିପ୍ ହିଁ ନ ରହିବ, ଟଙ୍କା କାହାକୁ ମିଳିବ ବୋଲି ପ୍ରଶ୍ନ କରିଛନ୍ତି ୟୁଜର୍ସ।

ଜାହାଜରେ ଥିବା ପ୍ରତ୍ୟେକ କ୍ୟାବିନର ମୂଲ୍ୟ £ ୧,୪୫୦, ପାଖାପାଖି ₹ ୧.୪୨ ଲକ୍ଷ । ପ୍ରଥମେ ୧୯୪୫ ମସିହା ଡିସେମ୍ବର ୫ ରେ ଯୁକ୍ତରାଷ୍ଟ୍ରର ପାଞ୍ଚଟି ସେନା ବିମାନ ଏହି ବରମୁଡ଼ା ଅଞ୍ଚଳରେ ହିଁ ହଠାତ୍ ଅଦୃଶ୍ୟ ହୋଇଯାଇଥିଲା। ଏହି ଖବର ବିଶ୍ବ ସାରା ଚହଳ ସୃଷ୍ଟି କରିଥିଲା।

ପୁଣି ବର୍ଷ ବର୍ଷ ଧରି ଏହାକୁ ଖୋଜିବାକୁ ଯାଇଥିବା ଅନେକଗୁଡ଼ିଏ ଜାହାଜ ମଧ୍ୟ ନିଖୋଜ ହୋଇଯାଇଥିଲା। ଏହାପରେ ୨୦୧୭ ମସିହାରେ ପୁଣି ଥରେ ସମୁଦ୍ର ପତ୍ତନ ଠାରୁ ପ୍ରାୟ ୨୪,୦୦୦ ଫୁଟ ଉପରେ ଏକ ଘରୋଇ ବିମାନ ରାଡାର ଏବଂ ରେଡିଓ ଯୋଗାଯୋଗ କଟି ଯାଇଥିଲା ଓ ଏହି ବିମାନ ମଧ୍ୟ ଅଦୃଶ୍ୟ ହୋଇଯାଇଥିଲା। ଆଜିର ଯୁଗରେ ଏହି ବରମୁଡା ଟ୍ରିଆଙ୍ଗେଲ କଥା ଶୁଣିଲେ ହିଁ ଲୋକେ ଡରନ୍ତି।ତେବେ କ୍ରୁଜ୍ କମ୍ପାନୀର ଅଫର ଦ୍ୱାରା ଅନେକ ଲୋକେ ଦ୍ୱନ୍ଦ୍ୱରେ ଅଛନ୍ତି। ତାଙ୍କ ମନରେ ମଧ୍ୟ ଅନେକ ପ୍ରଶ୍ନ ଏହି ଅଫରକୁ ନେଇ। କିପରି ଗୋଟେ ସିପ୍ ସେହି ଭୟଙ୍କର ସ୍ଥାନକୁ ଯାଇ ଫେରିବା ସମ୍ଭବ ହେବ, ଏହି ପ୍ରଶ୍ନ ସମସ୍ତଙ୍କର।

Leave A Reply

Your email address will not be published.