ଖଟିର ସାଥି, ରାଜଧାନୀର ଏହି କାଫେଟେରୀଆ

ଓଡ଼ିଶା ଖାସ କରି କହିବାକୁ ଗଲେ ଭୁବନେଶ୍ବରରେ ଲୋକଙ୍କ ସାଧାରଣ ଜୀବନର ଏକ ବିଶେଷ ଅଂଶ ହେଉଛି ଚା ଏବଂ କଫି । ବ୍ୟସ୍ତବହୁଳ ଜୀବନରୁ କିଛିଟା ମୂହୂର୍ତ୍ତ ଶାନ୍ତିରେ ବିତାଇବା ପାଇଁ ସାଧାରଣତଃ ସମସ୍ତେ ଭଲ କାଫେରେ କୋଣ ଖୋଜିଥାନ୍ତି। ହାତରେ ଗୋଟିଏ କପ୍ ଗରମ୍ କଫି ସହ ଭଲ କାଫେଟେରିଆ ମୁଡ଼ ସହ ମାହୋଲକୁ ଖୁସ ମିଜାଜ୍ କରିଦେଇଥାଏ। ଆଜି ଆମେ ଭୁବନେଶ୍ବରରେ ରହିଥିବା ସେମିତି କିଛି ଭଲ କାଫେ ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ।
ବ୍ରାଉନ୍ ଏନ୍ କ୍ରିମ୍ :
ଖାରବେଳ ନଗରର ସ୍ବସ୍ତି ଗ୍ରାଣ୍ଡ ହୋଟେଲ ପାଖରେ ଅବସ୍ଥିତ ଏହି କାଫେଟେରିଆ। ସେଠାକାର କାପେଚୁନୋକୁ ଥରେ ପିଇବା ମାତ୍ରେ ଆପଣ ତାହାର ଫ୍ୟାନ ହୋଇଯିବେ। କଫି କୁ ଛାଡ଼ି ସେହି କାଫେରେ ବହୁତ ଭଲ କେକ୍, ପେସଟ୍ରି ଏବଂ ମଫିନ୍ ମିଳିଥାଏ। ମନଭରା ଧିମା ଗୀତ ସହ ମନକୁ ଜିତିଲା ଭଳି ପରିବେଶ ଆପଣଙ୍କୁ କ୍ଲାସି ଏବଂ ରାଜକୀୟର ଅନୁଭୂତି ଦେବ।
ଚାଏ ବ୍ରେକ୍ :
ଏହି କୋଲକାତା ସ୍ଥିତ କାଫେଟେରୀଆ ଭୁବନେଶ୍ବରରେ ତାହାର ଅନେକ ବ୍ରାଞ୍ଚ ଖୋଲିଛି। ଏଠାରେ ବହୁତ ପ୍ରକାରର ଉଦ୍ଭୟ ଚା ଏବଂ କଫି ମିଳିବା ସହ ଭଲ ସ୍ବାଦର ମଧ୍ୟ ହେଇଥାଏ। ଖାଲି କଫି ଏବଂ ଚା ନୁହଁ ତାହା ସହ ପାଟିକୁ ସ୍ବାଆଦିଆ ଏବଂ ମନକୁ ଶାନ୍ତି ପହଞ୍ଚାଇବା ସ୍ନାକ୍ସ ମଧ୍ୟ ଏଠାରେ ଖାଇବାକୁ ମିଳିଥାଏ।।
ବୃବେରୀ କଫି ବାର :
ପଟିଆ ପାଖରେ ଥିବା ବୃବେରୀ କାଫିବାର ନିଜର କାପେଚିନୋ ପାଇଁ ସହରରେ ନାମ ଅର୍ଜନ କରିଛି। ଖାଲି ତାହା ନୁହଁ ଏଠାରେ ଆପଣ ମନ ପସନ୍ଦ ଗୀତ ଗାଇବା ସହ ଶୁଣି ମଧ୍ୟ ପାରିବେ। ଏଥିସହ ଆପଣଙ୍କ ଅନ୍ତର୍ନିହିତ କିଛି କଳା ଥିଲେ ତାହା ମଧ୍ୟ ଲୋକଙ୍କ ସାମ୍ନାରେ ପ୍ରକାଶ କରିପାରିବେ। ଏଠରେ ଭାରତୀୟ , ଚାଇନିଜ୍ ଏବଂ ଇଟାଲିଆନ୍ ଖାଇବା ମଧ୍ୟ ବହୁତ ଭଲ ମିଳିଥାଏ ।
ଚକୋଲେଟ ହାଉସ୍ :
ସହିଦ ନଗରର ବିଏମସି ମଲ୍ ଏବଂ ଚନ୍ଦ୍ରଶେଖର ପାଖରେ ଅବସ୍ଥିତ ଚକୋଲେଟ ହାଉସ୍। ଏହି କାଫେରେ କଫି ଛଡ଼ା ବିଭିନ୍ନ ପ୍ରକାରର ଚକୋଲେଟ ମିଲ୍କସେକ୍ ମଧ୍ୟ ପ୍ରସ୍ତୁତ କରିଥାଏ। ଏହି ସ୍ଥାନ ସେମାନଙ୍କ ପାଇଁ ଯେଉଁମାନଙ୍କୁ କଫି ସହ ଚକୋଲେଟ ବହୁ ପସନ୍ଦ।
ଜୁଗାଡ଼ ଜଙ୍କସନ୍ :
ପଟିଆ ଏବଂ କଟକ ରୋଡ଼ରେ ଅବସ୍ଥିତ ଜୁଗାଡ଼ ଜଙ୍କସନର ଇଣ୍ଟିନିୟର ଦେଖିବାକୁ ବିଲକୁଲ ଜୁଗାଡ଼ୁ ଭଳି। ଏହା ଏମିତି ଏକ ସ୍ଥାନ ଯେଉଁଠାରେ ଆପଣଙ୍କୁ ଭଲ ଖାଇବା, କଫି ମଧ୍ୟ ମିଳିବ। ଉପଯୁକ୍ତ ଟଙ୍କାରେ ଭଲ ଖାଇବା ଏବଂ କଫିର ପାଇବାର ସବୁଠାରୁ ଭଲ ସ୍ଥାନ ହେଉଛି ଜୁଗାଡ଼ ଜଙ୍କସନ୍।