ସମଗ୍ର ବିଶ୍ୱ ପାଇଁ ଆସିପାରେ ବଡ ବିପଦ ! ଆମେରିକାର ପରମାଣୁ ଅସ୍ତ୍ର ଠିକଣାରେ ପହଞ୍ଚିଲାଣିି କରୋନା

କରୋନା ଭାଇରସ ଏବେ ସମଗ୍ର ବିଶ୍ୱରେ ତାଣ୍ଡବ ରଚିବାରେ ଲାଗିଛି। ଚୀନରୁ ଆରମ୍ଭ ହୋଇଥିବା ଏହି ଭାଇରସ ଏବେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାକୁ ମଧ୍ୟ ଆଣ୍ଠେଇ ସାରିଲାଣି। ଆମେରିକାରେ ଏପର୍ଯ୍ୟନ୍ତ ୧୮ ହଜାରରୁ ଉର୍ଦ୍ଧ୍ୱ ଲୋକ କରୋନା ଭାଇରସରେ ମୃତ୍ୟୁବରଣ କରିସାରିଥିବା ବେଳେ ୫ ଲକ୍ଷରୁ ଉର୍ଦ୍ଧ୍ୱ ଏହି ଭାଇରସରେ ସଂକ୍ରମଣ ହୋଇଛନ୍ତି। କିନ୍ତୁ ଏହି କରୋନା ଭାଇରସ ଦୁନିଆ ପାଇଁ ଆଉ ଏକ ବଡ ବିପଦ ଆଣୁଛି।

usa

ଆମେରିକାର ପତ୍ରିକା ନ୍ୟୁକ ଓ୍ଵିକ୍‌ ମୁତାବକ, ଆମେରିକାର ୪୧ଟି ରାଜ୍ୟରେ ଥିବା ୧୫୦ ସୈନ୍ୟବାହିନୀ ଠିକଣା ପର୍ଯ୍ୟନ୍ତ ପହଞ୍ଚି ସାରିଲାଣି କରୋନା। ଏହା ସହିତ ଆମେରିକାର ୪ ପରମାଣୁ ଉର୍ଜା ଚାଳିତ ବିମାନ ବାହକ ତୋପ ମଧ୍ୟ କରୋନର ଶିକାର ହେଲାଣି। ନିକଟରେ ଆମେରିକାର ୟୁଏସ୍‌ଏସ୍‌ ଥିୟୋଡୋର ରୁଜଭେଲ୍ଟରୁ ୪ ହଜାର ନୌସେନା ସୈନିକଙ୍କୁ ଗୁଆମକୁ କରୋନା ଯାଞ୍ଚ ପାଇଁ ନିଆଯାଇଥିଲା। ଯେଉଁଥିରେ ଅଧିକ ସଂଖ୍ୟକ କରୋନା ପଜେଟିଭ ଲକ୍ଷଣ ଦେଖିବାକୁ ମିଳିଥିଲା।

naval

ଆମେରିକାର ରକ୍ଷା ମନ୍ତ୍ରଣାଳୟ ମୁତାବକ, ଏପର୍ଯ୍ୟନ୍ତ ୩ ହଜାର ସୈନିକଙ୍କ ଠାରେ କରୋନା ପଜେଟିଭ ମାମଲା ଦେଖିବାକୁ ମିଳିଛି। ମାତ୍ର ଗୋଟେ ସପ୍ତାହରେ ଏହି ସଂଖ୍ୟା ଦୁଇଗୁଣା ହୋଇଯାଇଛି। କରୋନା ଭାଇରସ ଆମେରିକାର ନୌସେନା ଉପରେ ଅଧିକ କ୍ଷତି ପକାଇଥିବା ବେଳେ, ତା’ପରେ ଆର୍ମି ଏବଂ ଏୟାରଫୋର୍ସ ଉପରେପ୍ରଭାବ ପକାଇବାରେ ଲାଗିଛି।। ଆମେରିକାରେ ସବୁଠାରୁ ଅଧିକ ସଙ୍କଟ ଡିୟାଗୋ, ନୋରର୍ଫକ, ଭର୍ଜିନିଆ ଏବଂ ଜେକ୍ସନାବିଲେ, ଫ୍ଲୋରିଡା ଏବଂ ଟେକ୍ସାସରେ ଥିବା ନୌସେନା ଠିକଣାରେ ପଡିଛି। ସେହିପରି ଆମେରିକାର ଏୟାରଫୋର୍ସ ମେରିଲ୍ୟାଣ୍ଡ ସ୍ଥିତି ବିମାନ ବନ୍ଦର ଠିକଣାରେ ବହୁତ ସଂଖ୍ୟାରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରରାଯାଉଛି।

us

ସମଗ୍ର ବିଶ୍ୱର ଅସ୍ତ୍ରଶସ୍ତ୍ର ଠିକଣା ଉପରେ ନଜର ରଖୁଥିବା ସଂସ୍ଥା ସିପ୍ରିର ବୈଜ୍ଞାନିକ ହନ୍ସ କ୍ରିଷ୍ଟେସନଙ୍କ ମୁତାବକ, କରୋନା ଭାଇରସ ଏପର୍ଯ୍ୟନ୍ତ ପରମାଣୁ ଅସ୍ତ୍ରଶସ୍ତ୍ର ଠିକଣା ପର୍ଯ୍ୟନ୍ତ ପହଞ୍ଚିଗଲାଣି। ଯାହା ସମଗ୍ର ବିଶ୍ୱ ପାଇଁ ବିପଦପୂର୍ଣ୍ଣ। କିନ୍ତୁ ଆମେରିକାର ପରମାଣୁ ବୋମାର ସୁରକ୍ଷା ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ ମଧ୍ୟରେ ଅନ୍ୟତମ। ଏପର୍ଯ୍ୟନ୍ତ ଆମେରିକା ପାଖରେ ୩୮୦୦ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି। ଏହି ପରମାଣୁ ବୋମା ଦୁନିଆର କୌଣସି ସ୍ଥାନକୁ କେଇ ମୁହୂର୍ତ୍ତରେ ମଧ୍ୟ ଛାରଖାର କରିବାର ଶକ୍ତି ରଖିଛି। ଏହାଛଡା ଆମେରିକା ପାଖରେ ୮୦୦ ମିସାଇଲ ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.