ଚାଣକ୍ୟ ନୀତି : ଏମିତି ଲୋକଙ୍କ ସହ କରିବେନି ମିତ୍ରତା, ଏହି କଥା ମାନିଲେ କେବେ ବି ଖାଇବେନି ଧୋକା

ଚାଣକ୍ୟ ଏହି କଥାରେ ପ୍ରକୃତ ମିତ୍ର ବା ବନ୍ଧୁ ସମ୍ପର୍କରେ କହିଛନ୍ତି | ଯେତେବେଳେ ମିତ୍ର ଶତ୍ରୁ ହୋଇଯାଏ ବହୁତ କଷ୍ଟ ଦେଇଥାଏ | ତେଣୁ ବନ୍ଧୁ ବାଛିବା ପୂର୍ବରୁ ଚାଣକ୍ୟଙ୍କ ଏହି କଥା ଉପରେ ଗୁରୁତ୍ୱ ଦେବା ଉଚିତ |

ଶ୍ଳୋକ –

ନ ବିଶ୍ବସେତ୍କ୍ରୁମିତ୍ରେ ଚ ମିତ୍ରେ ଚାପି ନ ବିଶ୍ବସେତ୍ ।
କଥାଚିତ୍ରଟି ମିତ୍ରଂ ସର୍ବଗୁହ୍ୟଂ ପ୍ରକାଶୟେତ୍ ।।

ଚାଣକ୍ୟ ନୀତିର ଏହି ଶ୍ଲୋକର ଅର୍ଥ ହେଉଛି ଏକ ଖରାପ ମିତ୍ର ଉପରେ କେବେବି ବିଶ୍ୱାସ କରନ୍ତୁ ନାହିଁ |ଏକ ଭଲ ମିତ୍ର ଉପରେ ମଧ୍ୟ ବିଶ୍ୱାସ କରନ୍ତୁ ନାହିଁ ,କାରଣ ଯଦି ଏ ଲୋକମାନେ ଆପଣଙ୍କଠାରେ ନାରାଜ ହୁଅନ୍ତି ତାହେଲେ ଆପଣଙ୍କ ସମସ୍ତ ଭେଦ ଖୋଲିବାର ସମ୍ଭାବନା ବଢ଼ିଯାଇଥାଏ | ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ମିତ୍ରତା କରିବା ସମୟରେ ବିଶେଷ ସତର୍କ ରହିବା ଉଚିତ | ଯଦି ଠିକ ମିତ୍ର ନ ହୋଇଥାଏ ତେବେ ବିପଦ ବଢି ଯାଇଥାଏ | ଏଥିପାଇଁ ସ୍ୱାର୍ଥି ମିତ୍ରଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ |

ଶ୍ଳୋକ –

ପରୋକ୍ଷେ କାର୍ଯ୍ଯହନ୍ତାରଂ ପ୍ରତକ୍ଷେ ପ୍ରିୟବାଦିନମ୍ ।
ବର୍ଜ୍ଜୟେତାଦୃଶଂ ମିତ୍ରଂ ବିଷକୁମ୍ଭମ୍ ପୟୋମୁଖମ୍ ।।

ଚାଣକ୍ୟ ନୀତି ଅନୁସାରେ ଏହି ଶ୍ଲୋକର ଅର୍ଥ ହେଲା ଏମିତି ଲୋକଙ୍କ ଠାରୁ ବଞ୍ଚିକି ରୁହନ୍ତୁ ଯେଉଁମାନେ ଆପଣଙ୍କ ମୁହଁ ଉପରେ ତ ମିଠା କଥା କରିଥାନ୍ତି କିନ୍ତୁ ପଛରେ ଆପଣଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିଥାନ୍ତି | ଏମାନେ ହାନି ପହଂଚାଇବା ପାଇଁ ଯୋଜନା କରିଥାନ୍ତି | ଚାଣକ୍ୟ କହନ୍ତି ଏମିତି କରିବାବାଲା ଏକ ବିଷ ପାତ୍ର ତୁଲ୍ୟ ଯାହାର ଉପର ସ୍ତର କେବଳ ଅମୃତରେ ଭରି ରହିଥାଏ |

ଚାଣକ୍ୟ ନୀତି କହିଥାଏ ସ୍ୱାର୍ଥି ଏବଂ ଲୋଭୀ ବ୍ୟକ୍ତିମାନଙ୍କଠାରୁ ସର୍ବଦା ସତର୍କ ରହିବା ଉଚିତ | ଏମାନେ କେବଳ ନିଜର ଭଲ ହିଁ ଚିନ୍ତା କରିଥାନ୍ତି | ସ୍ୱାର୍ଥି ବ୍ୟକ୍ତି ନିଜର ସୁବିଧା ପାଇଁ କିଛି ବି କରିପାରେ | ଏମିତି ଲୋକ ଅଧିକ ମାରାତ୍ମକ ହୋଇଥାନ୍ତି | ଏଣୁ ଏମିତି ଲୋକଙ୍କୁ ଜାଣିବା ପରେ ତୁରନ୍ତ ଦୁରେଇ ଯିବା ଉଚିତ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.