୧୯୪୯ ମସିହାରୁ ଏହି ଟ୍ରେନରେ ମାଗଣାରେ ଯାତ୍ରା କରନ୍ତି ଲୋକେ, ଜାଣନ୍ତୁ କାହିଁକି

ଭାରତୀୟ ରେଳ ବିଭାଗ ଦୁନିଆରେ ୪ର୍ଥ ଏବଂ ଏସିଆର ଦ୍ୱିତୀୟ ସବୁଠୁ ବଡ଼ ରେଳ ନେଟଓ୍ଵାର୍କ। ଭାରତରେ ରେଳ ଷ୍ଟେସନର ସଂଖ୍ୟା ପାଖାପାଖି ୮ହଜାର। ଅଧିକାଂଶ ଲୋକ ରେଳ ଯାତ୍ରା କରିବା ପାଇଁ ପସନ୍ଦ କରିଥାନ୍ତି। ଏହା ଶସ୍ତା ସହ ହୋଇଥାଏ ଆରାମଦାୟକ। ତେବେ ପ୍ରତ୍ୟେକ ଲୋକ ଟ୍ରେନରେ ଯେଉଁଠାକୁ ଯାଆନ୍ତୁ ନା କାହିଁକି ସମସ୍ତଙ୍କୁ ଭଡ଼ା ଦେବାକୁ ପଡ଼ିଥାଏ। କାରଣ ବିନା ଟିକେଟରେ ଆପଣ ଟ୍ରେନରେ ଯାତ୍ରା କରିପାରିବେ ନାହିଁ। ଏଥିପାଇଁ ଫାଇନ ଚାର୍ଜ ହୋଇଥାଏ।

ଆପଣଙ୍କ ଭିତରୁ ଅନେକ ଏହି କଥା ବିଷୟରେ ଆଜି ଜାଣିବେ। ଭାରତୀୟ ରେଳ ବିଭାଗ ସବୁ ଯାତ୍ରୀଙ୍କୁ ଟିକେଟ ମାଧ୍ୟମରେ ଟ୍ରେନ ଯାତ୍ରା କରିବାର ସୁଯୋଗ ଦେଇଥାଏ। କିନ୍ତୁ ଦେଶରେ ଏମିତି ଏକ ସ୍ଥାନ ରହିଛି ଯେଉଁଠାରୁ ଟ୍ରେନ ଗଲେ ରେଳ ବିଭାଗ ଯାତ୍ରୀଙ୍କ ଠୁ ଟିକେଟ ଭଡ଼ା ନେଇନଥାଏ। ମାନେ ପୁରା ମାଗଣାରେ ଟ୍ରେନ ଯାତ୍ରା କରେ। ଏହି ଟ୍ରେନ ନଙ୍ଗଲ ଓ ଭାକ୍ରା ମଧ୍ୟରେ ଚାଲିଥାଏ। ଯାହା ହିମାଚଳ ପ୍ରଦେଶରୁ ଆରମ୍ଭ କରି ପଞ୍ଜାବର ସୀମା ଦେଇ ଯିବା ଆସିବା କରେ।

କିନ୍ତୁ ଏଥିରେ ଯାଉଥିବା ପ୍ରତ୍ୟେକ ଯାତ୍ରୀ ବିନା ଭଡ଼ାରେ ଯାତ୍ରା କରନ୍ତି। ତେବେ ଏଥିପାଇଁ କିଛି ଖାସ କାରଣ ମଧ୍ୟ ରହିଛି। ଭାକ୍ରା ନଙ୍ଗଲ ଡ୍ୟାମ ଦେଖିବା ପାଇଁ ଯେଉଁ ଲୋକ ଯାଇଥାନ୍ତି ସେମାନେ ଏହି ଟ୍ରେନରେ ମାଗଣାରେ ଯାତ୍ରା କରିଥାନ୍ତି। ଏହି ଟ୍ରେନରେ ଖାସିୟତ ହେଉଛି ଏହି ଟ୍ରେନରେ କୋଚ କାଠରେ ତିଆରି ହୋଇଛି। ଯେଉଁଥିରେ ଟିଟି ରହିନଥାନ୍ତି। ଏହି ଟ୍ରେନ ଡିଜେଲ ଦ୍ୱାରା ଚାଲିଥାଏ। ଆଉ ପ୍ରତିଦିନ ଏଥିରେ ୫୦ ଲିଟର ଡିଜେଲ ଖର୍ଚ୍ଚ ହୋଇଯାଇଥାଏ।

ଭାରତର ଏହି ଖାସ ଟ୍ରେନରେ ପ୍ରଥମେ ୧୦ଟି କୋଚ ଥିଲା। କିନ୍ତୁ ଏବେ କେବଳ ୩ଟି ବଗି ରହିଛି। ଏଥିରେ ପ୍ରଥମ କୋଚ ପର୍ଯ୍ୟଟକ ଏବଂ ପର କୋଚ ମହିଳାଙ୍କ ପାଇଁ ରିଜର୍ଭ ରହିଥାଏ। ଏହି ଟ୍ରେନରେ ଲୋକ ମାଗଣାରେ ଯାତ୍ରା କରିଥାନ୍ତି। ଟ୍ରେନରେ ମାଗଣା ଯିବାର କାରଣ ମଧ୍ୟ ରହିଛି। ଭାକରା ନଙ୍ଗଲ ଡ୍ୟାମ ଦେଖିବା ହେଉଛି ଏହାର ପ୍ରମୁଖ କାରଣ। ତେବେ ଏହି ଡ୍ୟାମକୁ ତିଆରି କରିବା ପାଇଁ ମଧ୍ୟ ବହୁତ କଷ୍ଟ ୁକରାଯାଇଛି। ଏହି ଟ୍ରେନର ସଞ୍ଚାଳନ ଭାକରା ବ୍ୟାସ ମ୍ୟାନେଜମେଣ୍ଟ ବୋର୍ଡ ତରଫରୁ ହୋଇଥାଏ। ଟ୍ରେନକୁ ଚଲାଇବା ପାଇଁ ପାହାଡ଼କୁ କାଟି ଟ୍ରାକ ତିଆରି କରାଯାଇଛି।

ସୂଚନା ଅନୁଯାୟୀ ଏହି ଟ୍ରେନର ଆରମ୍ଭ ପାଖାପାଖି ୭୩ ବର୍ଷ ପୂର୍ବେ ମାନେ ୧୯୪୯ ମସିହାରେ କରାଯାଇଥିଲା। ଏହି ଟ୍ରେନରେ ୨୫ ଗାଁର ପାଖାପାଖି ୩୦୦ ଲୋକ ପ୍ରତିଦିନ ମାଗଣାରେ ଯାତ୍ରା କରିଥାନ୍ତି। ସ୍କୁଲ ଓ କଲେଜରେ ପଢ଼ୁଥିବା ପିଲା ଏହି ଟ୍ରେନର ସୁବଠୁ ଅଧିକ ଫାଇଦା ଉଠାନ୍ତି। ଭାକରା ନିକଟବର୍ତ୍ତୀ ଅଞ୍ଚଳର ଲୋକ ଏହି ଟ୍ରେନରେ ଯାତ୍ରା କରନ୍ତି। ଯଦି ଆପଣ ବି ଏହି ବନ୍ଧ ଦେଖିବାକୁ ଚାହାଁନ୍ତି ତେବେ ଏହି ଟ୍ରେନରେ ମାଗଣାରେ ଯାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.