ଏହି ପବିତ୍ର ସ୍ଥାନରେ ବ୍ରହ୍ମାଙ୍କ ଉପସ୍ଥିତିରେ ରାଧାକୃଷ୍ଣ କରିଥିଲେ ଗାନ୍ଧର୍ବ ବିବାହ, ଜାଣନ୍ତୁ ଏହି ସ୍ଥାନର ମାହାତ୍ମ୍ୟ

ପ୍ରକୃତ ପ୍ରେମର ସଜ୍ଞା ଯେବେ ଉଠେ ଭଗବାନ ଶ୍ରୀକୃଷ୍ଣ ଓ ରାଧାଙ୍କ ଅଲୌକିକ ପ୍ରେମ କାହାଣୀ କଥା ମନେ ପଡେ। ଶ୍ରୀକୃଷ୍ଣ ଓ ରାଧାଙ୍କ ପ୍ରେମ କାହାଣୀରେ କିଛି ଛଳନା ନଥିଲା। ରାଧାଙ୍କ ପାଇଁ ଶ୍ରୀକୃଷ୍ଣଙ୍କ ପ୍ରେମ ଯେପରି ଅପ୍ରତିମ ଥିଲା ସେହିପରି ଶ୍ରୀକୃଷ୍ଣଙ୍କ ପାଇଁ ରାଧାଙ୍କ ପ୍ରେମ ପବିତ୍ର ଥିଲା ସେଥିପାଇଁ ତ’ ଲୋକେ ଆଜି ବି ଶ୍ରୀକୃଷ୍ଣଙ୍କୁ ଡାକିବା ପୂର୍ବରୁ ରାଧାଙ୍କୁ ଡାକିଥାନ୍ତି।

ଜନ୍ମାଷ୍ଟମୀ ହେଉ କି ରାଧାପାଦ ଦର୍ଶନ ସବୁ ସମୟରେ ‘ରାଧେ କ୍ରିଷ୍ଣା’ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠୁଥାଏ ମନ୍ଦିର ପ୍ରାଙ୍ଗଣ। ରାଧା-କୃଷ୍ଣଙ୍କ ନାମ ଏକା ସାଙ୍ଗରେ ଉଚ୍ଚାରଣ କରାଯାଏ। ତାଙ୍କ ପୂଜା ମଧ୍ୟ ଏକାଠି ହୋଇଥାଏ। କିନ୍ତୁ ରାଧାଙ୍କୁ ନେଇ ଲୋକଙ୍କ ମନରେ ସଦା ସର୍ବଦା ଦ୍ୱନ୍ଦ ରହିଛି। କେହି କେହି କୁହନ୍ତି ଯେ ରାଧା କେବଳ ମାତ୍ର କାଳ୍ପନିକ; ବାସ୍ତବରେ ତାଙ୍କର କୌଣସି ସ୍ଥିତି ନାହିଁ। ଅନ୍ୟକିଛି ଜଣଙ୍କ ବିଶ୍ୱାସ ରହିଛି ଯେ ରାଧା କୃଷ୍ଣଙ୍କର ପ୍ରେମ ଯୁଗ ଯୁଗ ପର୍ଯ୍ୟନ୍ତ ଅମର ଅଛି ଆଉ ରହିବ।

ଭଗବତ ପୁରାଣରେ ଉଲ୍ଲେଖ ଅଛି ଯେ କୃଷ୍ଣଙ୍କ ବିବାହ ରୁକମଣିଙ୍କ ସହ ହୋଇଥିଲା। ଅନ୍ୟପକ୍ଷେ ମାନତ୍ୟା ରହିଛି ଯେ ସ୍ୱଂୟ ବ୍ରହ୍ମା ଧରାବତରଣ କରି ରାଧା ଓ କୃଷ୍ଣଙ୍କର ଗାନ୍ଧର୍ବ ବିବାହ କରାଇଥିଲେ। ବ୍ରହ୍ମବିବର୍ତ ପୁରାଣ, ଶ୍ରୀ ଗର୍ଗ ସଂହିତା ଓ ଗୀତଗୋବିନ୍ଦରେ ରାଧା-କୃଷ୍ଣଙ୍କ ଭାଂଣ୍ଡୀର ବନରେ ବିବାହ ହୋଇଥିବା ସଂପର୍କରେ ଉଲ୍ଲେଖ ରହିଛି।

123456
pc: International Vaishnavas portal

ଏହି ବନ ଯମୁନା ନଦୀ କୂଳେ ଅବସ୍ଥିତ। ୬ଏକର ପରିଧିର ଏହି ଭାଂଣ୍ଡୀର ବନରେ ଏକ ବିଶାଳ କଦମ୍ବ ବୃକ୍ଷ ସହ ଅନ୍ୟାନ୍ୟ ଗଛ ମଧ୍ୟ ରହିଛି। ଏଠାରେ ଥିବା ମନ୍ଦିରରେ ରାଧାଶ୍ୟାମଙ୍କର ଯୁଗଳ ପ୍ରତିମା ସ୍ଥାପିତ ହୋଇଛି। କେବଳ ଏତିକି ନୁହେଁ ମନ୍ଦିର ପ୍ରାଙ୍ଗଣରେ ବିରାଟ ବଟ ବୃକ୍ଷ ମଧ୍ୟ ରହିଛି। ଏହି ବୃକ୍ଷ ତଳେ ରାଧା-କୃଷ୍ଣଙ୍କର ଗାନ୍ଧର୍ବ ବିବାହ ହୋଇଥିଲା। ଏଠାରେ ରାଧା କୃଷ୍ଣଙ୍କ ସହ ବ୍ରହ୍ମାଙ୍କ ପ୍ରତିମା ମଧ୍ୟ ରହିଛି।

ମନ୍ଦିର ପ୍ରାଙ୍ଗଣରେ ଥିବା ସୂଚନା ବୋର୍ଡରେ ଏ ସଂପର୍କରେ ସବିଶେଷ ତଥ୍ୟ ମଧ୍ୟ ଉଲ୍ଲେଖ କାରାଯାଇଛି। ଯେଉଁ ମଣ୍ଡପରେ ରାଧାଶ୍ୟାମଙ୍କର ବିବାହ ହୋଇଥିଲା, ସେହି ମଣ୍ଡପ ମଧ୍ୟ ଏଠାରେ ଅବସ୍ଥିତ। ଏଠାରେ ୨ ପାର୍ଶ୍ୱରେ ରାଧା ଓ କୃଷ୍ଣଙ୍କ ପ୍ରତିଚ୍ଛବି ରହିଛି।

You might also like