ସ୍ପେଶାଲ

୨୪୦୦ ଟଙ୍କାରେ ଭେଣ୍ଡି ମଞ୍ଜି କିଣି ଲୋକହସାର ଶିକାର ହୋଇଥିଲେ କୃଷକ, ଏବେ ଭେଣ୍ଡି କଲା କୋଟିପତି

ଲାଲ୍ ଭେଣ୍ଡିର ସ୍ବାଦ କେବେ ଚାଖିଛନ୍ତି କି ? ଆପଣମାନେ ଅଧିକାଂଶ ସମୟରେ ଗ୍ରୀନ ଭେଣ୍ଡି ଦେଖିଥିବେ। ଲାଲ୍ ଭେଣ୍ଡି ଦେଖିବା କିମ୍ବା ଶୁଣି ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ଯ ଲାଗୁଥାଇପାରେ କିନ୍ତୁ ଏହା ଖାଇବାକୁ ବହୁତ ସ୍ବାଦିଷ୍ଟ। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର କୃଷକ ମିଶ୍ରିଲାଲ ରାଜପୁତ ଏକ ବିଶେଷ ପ୍ରକାରର ଭେଣ୍ଡି ଚାଷ କରି ଆଜିକାଲି ଚର୍ଚ୍ଚାରେ ରହିଛନ୍ତି , କାରଣ ବଜାରରେ ତାଙ୍କ ଭେଣ୍ଡିର ମୂଲ୍ୟ ସାଧାରଣ ଭେଣ୍ଡି ଏବଂ ଚାଷ ଠାରୁ ବହୁ ଗୁଣ ଅଧିକ । ଲାଲ୍ ଭେଣ୍ଡି ତାଙ୍କୁ ଧନୀ କରିଛି । ବର୍ତ୍ତମାନ ଦୂରଦୂରାନ୍ତରୁ ଆସୁଥିବା କୃଷକମାନେ ମିଶ୍ରିଲାଲ ରାଜପୁତଙ୍କ ଠାରୁ ଲାଲ୍ ଭେଣ୍ଡି ଚାଷ ବିଷୟରେ ସୂଚନା ନେଉଛନ୍ତି ଏବଂ ଏହାର ପଦ୍ଧତି ଜାଣିବାକୁ ଚେଷ୍ଟା କରୁଛନ୍ତି।

ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଲାଲ ଭେଣ୍ଡିର ମୂଲ୍ୟ ବଜାରରେ ଚଢା ଦରରେ ରହିଛି । ଏହି ଲାଲ୍ ଭେଣ୍ଡିର ମୂଲ୍ୟ କିଲୋପ୍ରତି ୮୦୦ ଟଙ୍କା ରହିଛି। ଭୋପାଳ କୃଷକ ମିଶ୍ରିଲାଲ ରାଜପୁତ ଲାଲ୍ ଭେଣ୍ଡିର ଚାଷ ପାଇଁ ତାଲିମ ନେବାକୁ ବନାରସ ଯାଇଥିଲେ । ସେଠାରେ ସେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭେଜିଟେବୁଲ୍ ରିସର୍ଚ୍ଚ ସେଣ୍ଟରରେ ଲାଲ୍ ଭେଣ୍ଡି ଚାଷ କରିବାର ପଦ୍ଧତି ଶିଖିଲେ । ଏଠାରେ ସୂଚନା ଥାଉକି ଯେ ପୂର୍ବରୁ ଏହି ପ୍ରକାରର ଭେଣ୍ଡି ଇଉରୋପୀୟ ଦେଶମାନଙ୍କରେ ଚାଷ କରାଯାଉଥିଲା ଏବଂ ଏହା ଭାରତୀୟ ବଜାରରେ ଆମଦାନୀ ହେଉଥିଲା ।

ଏହି ଭେଣ୍ଡିର କିସମ ତିଆରି ହେବା ପାଇଁ ୮ରୁ ୧୦ ବର୍ଷ ଲାଗିଥିଲା। ମିଶ୍ରିଲାଲ ବାରଣାସୀରୁ ଏହି ଭେଣ୍ଡିର ୧ କେଜି ମଞ୍ଜିକୁ ୨୪୦୦ ଟଙ୍କାରେ କିଣିନେଇ ଲଗାଇଥିଲେ। ଖାସ୍ ଏଥିପାଇଁ ମିଶ୍ରିଲାଲ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ କୌତୁହଳର ବିଷୟ ପାଲଟିଥିଲେ। ସାଧାରଣ ଭେଣ୍ଡି ତୁଳନାରେ ଏହି ଫଳିବାକୁ ୪୫ରୁ ୫୦ ଦିନ ଲାଗିଥାଏ। ଆଉ ଗୋଟେ ଗଛରେ ପାଖାପାଖି ୫୦ ଭେଣ୍ଡି ଫଳିଥାଏ। ଗୋଟେ ଏକର ଜମିରୁ ପାଖାପାଖି ୫୦ କୁଇଣ୍ଟାଲ ଭେଣ୍ଡି ଉତ୍ପାଦନ ହୋଇପାରେ। ଆଉ ଯଦି ପାଣିପାଗ ଭଲ ରହିଲା ତେବେ ୮୦ କୁଇଣ୍ଟାଲ ପର୍ଯ୍ଯନ୍ତ ଏହା ବଢିପାରେ।

ବଜାରରେ ଲାଲ୍ ଭେଣ୍ଡିର ମୂଲ୍ୟ ଅଧିକ, କାରଣ ଲୋକମାନେ ଏହାକୁ ବହୁତ ପସନ୍ଦ କରନ୍ତି । ଲୋକମାନେ କୁହନ୍ତି ଯେ ଏହା ଖାଦ୍ୟରେ ବହୁତ ଭଲ ଲାଗେ । ମିଶ୍ରିଲାଲ ରାଜପୁତ କହିଛନ୍ତି, ‘ଏହି ଲାଲ୍ ଭେଣ୍ଡିର ସବୁଜ ଭେଣ୍ଡି ଅପେକ୍ଷା ଅଧିକ ଲାଭଦାୟକ ଏବଂ ପୁଷ୍ଟିକର ଅଟେ । ହୃଦଘାତ, ରକ୍ତଚାପ, ମଧୁମେହ, ଉଚ୍ଚ କୋଲେଷ୍ଟ୍ରଲ ପରି ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ।

Swagatika

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

3 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

36 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

38 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

45 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

53 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

54 mins ago