Categories: ସ୍ପେଶାଲ

କ୍ୟାରିବ୍ୟାଗ ପାଇଁ ଅଲଗା ପଇସା ନେଉଥିବାରୁ ବିଗବଜାର ଉପରେ ଲାଗିଲା ଜରିମାନା, କନଜ୍ୟୁମର ଫୋରମ ଏମିତି ଦେଲେ ନିର୍ଦ୍ଦେଶ

କ୍ୟାରିବ୍ୟାଗ ପାଇଁ ଅତିରିକ୍ତ ୧୮ ଟଙ୍କା ନେଉଥିବାରୁ ବିଗବଜାର ଉପରେ ଜରିମାନା ଲାଗୁ କରାଯାଇଛି। କନଜ୍ୟୁମର ଫୋରମ୍ ବିଗବଜାରକୁ କନଜ୍ୟୁମର ଲିଗାଲ ଆଡ଼ ଆକାଉଣ୍ଟରେ ୧୦୦୦୦ ଟଙ୍କା ଜମା କରିବାକୁ କହିବା ସହ ଅଭିଯୋଗକାରୀଙ୍କୁ ୫୦୦ ଟଙ୍କା କେଶ ଖର୍ଚ୍ଚ ଦେବା ପାଇଁ ଆଦେଶ ଦେଇଛି। ଏହା ସହିତ ଅଭିଯୋଗକାରୀଙ୍କ ମାନସିକ ଚିନ୍ତା ବଢ଼ାଇଥିବାରୁ ୧୦୦୦ଟଙ୍କା ଓ କ୍ୟାରିବ୍ୟାଗର ୧୮ ଟଙ୍କା ମଧ୍ୟ ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଛି ।

ସୂଚନା ଅନୁଯାୟୀ ପଞ୍ଚକୁଲାର ବଳଦେବ ନାମକ ଜଣେ ବ୍ୟକ୍ତି ୨୦୧୯ ମସିହା ମାର୍ଚ୍ଚ ୧୯ ତାରିଖରେ କନଜ୍ୟୁମର ଫୋରମରେ ଏକ ଅଭିଯୋଗ କରିଥିଲେ। ତାଙ୍କର ଅଭିଯୋଗ ଅନୁଯାୟୀ ସେ ବିଗବଜାର ସପିଙ୍ଗ କରିବାକୁ ଯାଇଥିଲେ ଯେଉଁଠି ତାଙ୍କୁ କ୍ୟାରିବ୍ୟାଗ ପାଇଁ ଅଲଗା ଭବେ ୧୮ ଟଙ୍କା ଦେବାକୁ କୁହାଯାଇଥିଲା କିନ୍ତୁ ସେ ଏହାକୁ ବିରୋଧ କରି ପଇସା ଦେବାପାଇଁ ମନା କରିଦେଇଥିଲେ। ତେବେ ବଳଦେବଙ୍କ କଥାକୁ ସେଠାକାର କର୍ମଚାରୀମାନେ ମାନି ନଥିଲେ ଯେଉଁଥିପାଇଁ ବାଧ୍ୟହୋଇ ବଳଦେବ କନଜ୍ୟୁମର ଫୋରମରେ ଅଭିଯୋଗ କରିଥିଲେ।

 

ଏହାସହ ପଢନ୍ତୁ ମହିଳାମାନଙ୍କ ନଗ୍ନ ଭିଡିଓ ବନାଇ ପର୍ଣ୍ଣ ସାଇଡ଼ରେ ବିକ୍ରି କରୁଥିଲେ ଡାକ୍ତର, ନିଜ ଭିଡିଓ ୱେବସାଇଟରେ ଦେଖିବା ପରେ ମହିଳା କଲେ ଅଭିଯୋଗ

ତେବେ ଏହି ଘଟଣାରେ ବିଗବଜାର ନିଜର ପକ୍ଷ ରଖିଥିଲା ଓ କହିଥିଲା ଯେ କ୍ୟାରିବ୍ୟାଗର ଚାର୍ଜେସ ବିଷୟରେ ସେ ଷ୍ଟୋରରେ ଡ଼ିସପ୍ଲେ କରାଉଛନ୍ତି ଏବଂ ଏହି ବିଷୟରେ ଗ୍ରାହକମାନଙ୍କୁ ପୂର୍ବରୁ ସୂଚନା ଦିଆଯାଉଛି । ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ କନଜ୍ୟୁମର ଫୋରମ ଗ୍ରାହକଙ୍କ ସପକ୍ଷରେ ନିଜର ନିଷ୍ପତ୍ତି ଶୁଣାଇଥିଲେ ।

ପ୍ରକୃତରେ କଣ ଏହି କ୍ୟାରୀବ୍ୟାଗର ନିୟମ ?

କନଜ୍ୟୁମର ଫୋରମର କହିବା ଅନୁଯାୟୀ ବ୍ରାଣ୍ଡର ପ୍ରଚାର କରୁଥିବା କ୍ୟାରିବ୍ୟାଗ ପାଇଁ ଗ୍ରାହକ ମାନଙ୍କ ଠାରୁ ପଇସା ନିଆଯାଇପାରିବ ନାହିଁ । ଜିନିଷପତ୍ର ସହ ବ୍ୟାଗ ଦେବା ଷ୍ଟୋରର ଡ୍ୟୁଟି ଓ ଗ୍ରାହକମାନଙ୍କୁ ମାଗଣାରେ କ୍ୟାରିବ୍ୟାଗ ଯୋଗାଇଦେବା ଷ୍ଟୋରର ଦାୟିତ୍ତ୍ୱ । ଯଦି କୌଣସି ଷ୍ଟୋର କ୍ୟାରିବ୍ୟାଗ ବଦଳରେ ଗ୍ରାହକମାନଙ୍କ ଠାରୁ ପଇସା ନେବା ତାହେଲେ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago