ଏଲିଅନ ସହ ସମ୍ବନ୍ଧ, ମହିଳା ଗର୍ଭବତୀ !

ଏଲିଅନ୍ସଙ୍କୁ ନେଇ ଆପଣ କେତେ କଣ ଖବର ପାଉଥିବେ । ଏପର୍ଯ୍ୟନ୍ତ ଏମିତି କିଛି ଖବର ଆସିଛି ଯାହା ଦାବି କରେ କି ଏଲିଅନ୍ସ ପୃଥିବୀକୁ ଆସୁଛନ୍ତି । ସେଇଠି ଅନ୍ୟ କିଛି ରିସର୍ଚ୍ଚରୁ ଜଣାପଡିଛି କି ଏଲିଅନ୍ସଙ୍କ ପୃଥିବୀରେ ଦେଖାଯିବାରେ କୌଣସି ସତ୍ୟତା ନାହିଁ । ଅନେକ ସଂସ୍ଥା ଏଲିଅନ୍ସଙ୍କ ଉପରେ ରିସର୍ଚ୍ଚ କରୁଛି । ଏବେ କିନ୍ତୁ ଏଲିଅନ୍ସଙ୍କୁ ନେଇ ଏକ ନୂଆ କଥା ସାମନାକୁ ଆସିଛି । ଯାହା ସତରେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏକ ରିପୋର୍ଟ ହିସାବରେ କୁହାଯାଇଛି କି ଏଲିଅନ୍ସ ପୃଥିବୀରେ ଅନେକ ମହିଳାଙ୍କ ସହ ସମ୍ବନ୍ଧ ବନାଇଛନ୍ତି । ରିପୋର୍ଟ ଅନୁସାରେ କୁହାଯାଉଛି କି ଏଲିଅନ୍ସଙ୍କ ସହ ଶାରୀରିକ ସମ୍ବନ୍ଧ ବନାଇବା ପରେ ଜଣେ ମହିଳା ପ୍ରେଗନେଣ୍ଟ ଥିବା ଜଣାପଡିଛି । ଏ କଥା ନିଶ୍ଚୟ ଚକିତ କଲାଭଳି । ଜାଣିବା ପ୍ରକୃତରେ କଣ କୁହାଯାଇଛି ।

ଡିଫେନ୍ସ ଇଣ୍ଟେଲିଜେନ୍ସ ଏଜେନ୍ସିର ରିପୋର୍ଟ ହିସାବରେ ମହିଳାଙ୍କ ପ୍ରେଗନେଣ୍ଟ ହେବାର ଦାବି ହୁଏତ ଅଜିବ ଲାଗିପାରେ କିନ୍ତୁ ଏକ ରିସର୍ଚ୍ଚରେ ଏକଥା କୁହାଯାଇଚି । ଦ ସନର ଏକ ରିପୋର୍ଟରେ କୁହାଯାଇଛି କି ଡିଫେନ୍ସ ଇଣ୍ଟେଲିଜେନ୍ସର ପେଣ୍ଟାଗନ ଡକ୍ୟୁମେଣ୍ଟ୍ସରୁ ଏହାର ଖୁଲାସା ହୋଇଛି ଏବଂ ଏହି ଡକ୍ୟୁମେଣ୍ଟରେ ହିଁ ଏହା ଦାବି କରାଯାଇଛି । କହିରଖୁଛୁ କି ଆନୋମାଲୋସ ଆକ୍ୟୁଟ ଆଣ୍ଡ ସବ ଆକ୍ୟୁଟ ଫିଲ୍ଡ ଇଫେକ୍ଟ୍ସ ଅନ ହ୍ୟୁମାନ ଆଣ୍ଡ ବାୟୋଲୋଜିକାଲ ଟିସୁଜ ଟାଇଟଲ ଭଳି ଏକ ରିପୋର୍ଟରେ ଆମେରୀକା ରକ୍ଷା ମନ୍ତ୍ରାଳୟ ସେହି ଲୋକଙ୍କ ସ୍ୱାସ୍ଥ୍ୟର ଯାଞ୍ଚ କରିଛି ଯେଉଁମାନେ ପର୍ସନାଲ ଏକ୍ସପିରିଏନ୍ସର ଦାବି କରିଥିଲେ ଏବଂ ସେମାନଙ୍କୁ ମଧ୍ୟ ଆଘାତ ଲାଗିଥିଲା ।

ଏହି ରିପୋର୍ଟରେ କେତେ ପ୍ରକାରର ଦାବି କରାଯାଇଛି । ଯେଉଁଥିରେ ଅନେକ କିଛି ସାଧାରଣ ଓ ଅନେକ କିଛି ଅଜିବ ମଧ୍ୟ ଥିଲା । କୁହାଯାଇଥିଲା କି ୟୁଏଫଓ ଓ ଏଲିଅନ୍ସଙ୍କୁ ବହୁତ ପାଖରୁ ଦେଖାଯାଇଛି । ତା ସହିତ ଏହି ରିପୋର୍ଟରେ କୁହାଯାଇଛି କି ୫ଜଣ ମହିଳାଙ୍କ ସହ ସମ୍ବନ୍ଧ ବନାଇଛନ୍ତି ଏଲିଅନ୍ସ । ଜଣେ ମହିଳା ତ ଏଭଳି ଦାବି କରିଛନ୍ତି କି ଏଲିଅନ ସମ୍ବନ୍ଧ ବନାଇବା ପରେ ସେ ପ୍ରେଗନେଣ୍ଟ ହୋଇଥିଲେ । ଏହା ସହ ସେହି ପ୍ରଭାବ ବିଷୟରେ ରିପୋର୍ଟରେ ମଧ୍ୟ କୁହାଯାଇଛି ଯେଉଁ ପ୍ରଭାବ ଏଲିଅନ୍ସଙ୍କୁ ଦେଖିବା ପରେ ହୋଇପାରେ ।

ୟୁଏଫଓକୁ ଦେଖିବା ପରେ ଲୋକେ ଆଘାତ ପାଇପାରନ୍ତି, ଜଳିଯାଇ ପାରନ୍ତି ଅବା ମୁଣ୍ଡରେ ସମସ୍ୟା ଉପୁଜିପାରେ କିମ୍ବା ଶିରାପ୍ରଶିରାରେ କ୍ଷତି ପହଞ୍ଚିପାରେ । ତାଛଡା ଖରାପ ସ୍ୱପ୍ନ, ଗୋଟେ ଶବ୍ଦର ହଠାତ ଚାଲିଯିବା, ଆଖିରେ ଆଘାତ, ନିଶ୍ୱାସ ନେବାରେ ସମସ୍ୟା ଓ ଓଜନର କମ ହେବା କଥା ମଧ୍ୟ ଦାବି କରାଯାଇଛି ।

ଡିଆରଡିଏ ପାଇଂ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଏହା ମଧ୍ୟ ଚେତାବନୀ ଦିଆୟାଇଛି କି ଆମେରୀକା ହିତରେ ବିପଦ ଆସିପାରେ । ରିପୋର୍ଟରେ ଏକ ଷ୍ଟେଟମେଣ୍ଟରେ କୁହାଯାଇଛି କି ବାହାରୁ ଆସୁଥିବା ବିମାନର ସମ୍ପର୍କରେ ଆସିଥିବାରୁ ଅନେକ ଲୋକେ ଆଘାତପ୍ରାପ୍ତ । ଯେଉଁଥିରେ ୪୨ଟି ମାମଲା ମେଡିକାଲ ଫାଇଲ୍ସରୁ ଅଟେ ଏବଂ ୩୦୦କେଶ ଅପ୍ରତ୍ୟାଶିତ ଭାବରେ ଲୋକେ ଆଘାତ ପାଇଛନ୍ତି ।

ଏହା ପୂର୍ବରୁ ବି ଆମେରୀକାର ଜଣେ ପ୍ରଫେସର ଡକ୍ଟର ଡେବିଡ ପୃଥିବୀରେ ଏଲିଅନ୍ସ ଥିବା ନେଇ ଦାବି କରିଥିଲେ । ଏମିତିକି ସେ କହିଥିଲେ କି ପୃଥିବୀରେ ଏଲିଅନ୍ସ ମଣିଷଙ୍କୁ ଅପହରଣ କରିନେଉଛନ୍ତି । ଖାଲି ଏତିକି ନୁହେଁ ଏଲିଅନ୍ସ ଆକ୍ରମଣ କରିବାର ମଧ୍ୟ ଯୋଜନା କରୁଛନ୍ତି । ଯେଉଁ ଲୋକେ ଏଲିଅନ୍ସଙ୍କ ଦ୍ୱାରା ପ୍ରଭାବିତ ହୋଇଛନ୍ତି ସେମାନଙ୍କ ବୟାନ ଆଧାରରେ ସେ ଏହା କହିଛନ୍ତି ବୋଲି କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.