ଏପରି ଏକ ଟ୍ରେନ ଦୁର୍ଘଟଣା, ଯେଉଁଥିରେ ଆଖି ପିଛୁଳାକେ ଯାଇଥିଲା ୮୦୦ ପ୍ରାଣ

ଭାରତୀୟ ରେଳ ଇତିହାସର ସେହି କଳା ଦିନ, ବ୍ରିଜ୍‌ ତଳକୁ ଖସିପଡିଲା ୭ଟି ବଗି, ଚାଲିଯାଇଥିଲା ୮୦୦ ଲୋକଙ୍କ ପ୍ରାଣ

ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଯାଇଛି । ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ ଏବଂ ମାଲବାହୀ ଟ୍ରେନ୍ ଧକ୍କା ହେବା ଫଳରେ ହଜାର ହଜାର ଲୋକ ଆହତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୩୮ ଛୁଇଁଛି । ତେବେ ଏହି ଦୁର୍ଘଟଣା ପୁଣି ଥରେ ସେହି ସମୟର ଟ୍ରେନ୍‌ ଆକ୍ସିଡେଣ୍ଟକୁ ମନେ ପକାଇଦେଇଛି । ସେତେବେଳର ସ୍ମୃତିକୁ ତାଜା କରିଦେଇଛି । ହଁ ଆଜ୍ଞା ଏହା ଦେଶର ପ୍ରଥମ ବଡ଼ ଟ୍ରେନ୍ ଦୁର୍ଘଟଣା ନୁହେଁ। ଏହାପୂର୍ବରୁ ମଧ୍ୟ ଭାରତରେ ଅନେକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ଆଜି ଆମେ ୪୨ ବର୍ଷ ପୂର୍ବର ସେହି ଦୁର୍ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହା ଦେଶର ସବୁଠାରୁ ବଡ ଟ୍ରେନ୍ ଦୁର୍ଘଟଣା ଥିଲା ବୋଲି ବିବେଚନା କରାଯାଏ । ଯାହାକୁ ଭୁଲିବାକୁ ଚାହିଁଲେ ବି ଭୁଲିହେବନାହିଁ ।

bridge୧୯୮୧ ଜୁନ୍ ୬ରେ ବିହାରରେ ଏକ ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ପୋଲ ତଳକୁ ଏହି ଟ୍ରେନ୍ ଖସି ପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମାନସୀ-ସାହାରା ଏବଂ ବାଦଲା ଘାଟ-ଧାମରା ଘାଟ ଷ୍ଟେସନ ମଧ୍ୟରେ ବାଗମାଟି ନଦୀ ଉପରେ ଥିବା ୫୧ ନମ୍ବର ପୋଲ ତଳକୁ ଏକ ଯାତ୍ରୀବାହୀ ଟ୍ରେନ ଓଲଟି ପଡିଥିଲା। ଏହି ଟ୍ରେନର ୭ଟି ବଗି ପୋଲ ତଳକୁ ଖସି ପଡିଥିଲା । ସରକାରୀ ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ପ୍ରାୟ ୩୦୦ ଲୋକ ପ୍ରାଣ ହରାଇଥିଲେ କିନ୍ତୁ ସ୍ଥାନୀୟଲୋକଙ୍କ ସୂଚନା ଅନୁସାରେ ଏଥିରେ ପ୍ରାୟ ୮୦୦ ଜଣ ମୃତ୍ୟୁବରଣ କରିଥିଲେ । ସମାନ କଥା ଏହି ଦୁର୍ଘଟଣାରେ ଦେଖିବାକୁ ମିଳିଛି । ମୃତ୍ୟୁ ହଜାର ଉପରେ ବୋଲି ସ୍ଥାନୀୟ ଲୋକ କହୁଛନ୍ତି । ଅନେକ ଲୋକଙ୍କର ସଲିଳ ସମାଧି ହୋଇଯାଇଥିଲା ବୋଲି ମଧ୍ୟ କୁହାଯାଉଛି ।

ଅପରାହ୍ନ ୩ଟା ପର୍ଯ୍ୟନ୍ତ ଟ୍ରେନଟି କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗରେ ଥିଲା ଏବଂ ସୁରୁଖୁରୁରେ ଚାଲୁଥିଲା । ସେହି ସମୟରେ ଟ୍ରେନଟି ବଦଲା ଘାଟ ସେଷ୍ଟନରେ ଠିଆ ହୋଇଥିଲା । କିନ୍ତୁ କିଛି ସମୟ ସେଠାରେ ଅଟକି ରହିବା ପରେ ଟ୍ରେନ୍ ଧୀରେ ଧୀରେ ଧାମରା ଘାଟ ଆଡକୁ ଗତି କରିବା ଆରମ୍ଭ କରିଥିଲା । ପାଗ ଖରାପ ଯୋଗୁଁ ଦୁର୍ଘଟଣା ଘଟିଥିବା କୁହାଯାଇଥିଲା । ଟ୍ରେନଟି ଅଳ୍ପ ଦୂରରେ ଅତିକ୍ରମ କରିବା ପରେ ପ୍ରବଳ ଜୋରରେ ବର୍ଷା ଓ ବଜ୍ରପାତ ହୋଇଥିଲା । ସାମ୍ନାରେ କିଛି ଦିଶୁ ନଥିଲା, ଏହି ସମୟରେ ଟ୍ରେନ୍ ଚାଳକ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହଠାତ୍ ଟ୍ରେନ୍ ଡ୍ରାଇଭର ବ୍ରେକ୍ ଦେଇଥିଲେ ଯାହା ଫଳରେ ଟ୍ରେନ୍ ନିଜ ଗତିରୁ ବାହାରି ସିଧାସଳଖ ପୋଲ ତଳକୁ ଖସି ପଡିଥିଲା । ବିକଟାଳ ଚିତ୍କାର କାନ୍ଦ ବୋବାଳିରେ କମ୍ପି ଉଠୁଥିଲା ଦୁର୍ଘଟଣା ଘଟିଥିବା ସ୍ଥାନ । ନଦୀରେ ପଡି ଲୋକମାନେ ସାହାଯ୍ୟ ଭିକ୍ଷା କରୁଥିଲେ, କିନ୍ତୁ ଦୁର୍ଭାଗ୍ୟର କଥା ଲୋକଙ୍କ ଚିତ୍କାର ଶୁଣିବାକୁ ସେଠାରେ କେହି ନଥିଲେ । ଭିଷଣ ବର୍ଷା ଝଡି ଯୋଗୁଁ କେଉଁ ଘଣ୍ଟା ବିଳମ୍ବରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

train accidentତେବେ ଏହି ଟ୍ରେନ୍ ଦୁର୍ଘଟଣାକୁ ନେଇ ବିଭିନ୍ନ ତଥ୍ୟ ସାମ୍ନାକୁ ଆସିଥିଲା । କିନ୍ତୁ ଏପର୍ଯ୍ୟନ୍ତ ଏହାର ପ୍ରକୃତ କାରଣ ଜଣାପଡିନାହିଁ । ଟ୍ରେନ୍ ଚାଳକ କାହିଁକି ବ୍ରେକ୍ ଦେଲେ ସେ ନେଇ କୌଣସି ତଥ୍ୟ ମିଳିନାହିଁ । ତେବେ ଆଉ କିଛି ଲୋକଙ୍କ କହିବା କଥା ରେଳ ଧାରଣାରେ ଗାଈ –ମଈଁଷିଙ୍କ ଦଳ ଆସିଯିବାରୁ ଡ୍ରାଇଭରଙ୍କୁ ଏମରଜେନ୍ସୀ ବ୍ରେକ ଲଗାଇବାକୁ ପଡିଲା ।

ଯାହା କୁହାଯାଉଛି ଏହାକୁ ଦୁନିଆର ଦ୍ୱିତୀୟ ବୃହତ୍ତମ ଟ୍ରେନ୍ ଦୁର୍ଘଟଣା କୁହାଯାଉଥିବାବେଳେ ଏହା ଥିଲା ଦେଶର ସବୁଠାରୁ ବଡ ଟ୍ରେନ୍ ଦୁର୍ଘଟଣା । ୨୦୦୪ ରେ ଶ୍ରୀଲଙ୍କାରେ ଦୁନିଆର ସବୁଠୁ ବଡ ଟ୍ରେନ୍ ଦୁର୍ଘଟଣା ଘଟିଥିଲା। ସୁନାମୀ ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା । ଏଥିରେ ୧୭୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.