ଭାତ କରିବାକୁ ଆଉ ଗରମ ପାଣି ଦରକାର ନାହିଁ, ଏହି ଚାଉଳକୁ ଥଣ୍ଡା ପାଣିରେ ପକାଇଲେ ବି ହୋଇଯିବ ଭାତ

ଭାତ ହେବା ପାଇଁ ଚାଉଳକୁ ଗରମ ପାଣିରେ ପକାଇ ଦୀର୍ଘ ସମୟ ଫୁଟାଇବାକୁ ପଡ଼େ। ଏକଥା ସମସ୍ତେ ଜାଣନ୍ତି। କିନ୍ତୁ ବିହାରର ଜଣେ ଚାଷୀ ଏକ ଏଭଳି ଧାନ ଉତ୍ପାଦନ କରିଛନ୍ତି ଯାହାକୁ ଆପଣ ଥଣ୍ଡା ପାଣିରେ ପକାଇଲେ ବି ତାହା ଭାତ ହେବ। ଏହି ମ୍ୟାଜିକ୍‌ ଧାନ ଚାଷ କରୁଛନ୍ତି ବିହାରର ପଶ୍ଚିମ ଚମ୍ପାରଣର ହରପୁର ଗାଁର ବିଜୟ ଗିରି। ମ୍ୟାଜିକ ଧାନ ଚାଷ କରିବାରେ ବିଜୟ ସିଦ୍ଧହସ୍ତ। ୬୪ ବର୍ଷୀୟ ବିଜୟ ଗାଁରେ ମ୍ୟାଜିକ୍‌ ଧାନ ଓ ଗହମ ଉତ୍ପାଦନ କରି ଚର୍ଚ୍ଚାରେ ଅଛନ୍ତି। ଦଶମ ଯାଏଁ ପଢ଼ିବା ପରେ ବିଜୟ ଗିରି ନିଜ ବାପଅଜା ଅମଳର ୧୨ ଏକର ଜମିରେ ଚାଷ ଆରମ୍ଭ କରିଥିଲେ।

Video Courtesy: Khet2haat

ପୂର୍ବରୁ ଏହି ଜମିରେ ପାରମ୍ପରିକ ଚାଷ ହେଉଥିଲା। କିନ୍ତୁ ଜୈବିକ ଚାଷ ଟ୍ରେଣ୍ଡ ଆରମ୍ଭ ହେବା ପରେ ବିଜୟ ଏହାକୁ ଆପଣାଇଥିଲେ। ସେ କୃଷି ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମକୁ ଯାଇ ଚାଷ କରିବାର ନୂଆ ନୂଆ ପଦ୍ଧତି ଶିଖିଥିଲେ। ସେଠାରେ ହିଁ ସେ ଏହି ମ୍ୟାଜିକ୍‌ ଧାନ ବିଷୟରେ ଜାଣିବାକୁ ପାଇଥିଲେ। ଏବେ ସେ ଏହି ଧାନ ଚାଷ କରି ଲୋକପ୍ରିୟ ହୋଇଛନ୍ତି।

rice2

ଏହି ମ୍ୟାଜିକ୍‌ ଚାଉଳ ଆସାମରେ ଅଧିକ ବ୍ୟବହାର ହୁଏ। ଏହାକୁ ଜିଆଇ ଟ୍ୟାଗ୍‌ ବି ମିଳିଛି। ଏହାକୁ କୌଣସି ଚୁଲିରେ ରାନ୍ଧିବାର ଆବଶ୍ୟକତା ନାହିଁ। ସାଦା ପାଣିରେ ଏହାକୁ ୪୫-୬୦ ମିନିଟ୍‌ ଭିଜାଇ ରଖିଲେ ଏହା ଭାତ ହୋଇଯାଏ। ଖାଇବାକୁ ବି ଏହା ସାଧାରଣ ଭାତ ଭଳି ଲାଗେ। ଏହି ଚାଉଳରେ ପ୍ରଚୁର ପରିମାଣରେ କାର୍ବୋହାଇଡ୍ରେଡ୍‌ ପ୍ରୋଟିନ୍‌ ରହିଥିବା କହିଛନ୍ତି ବିଜୟ ଗିରି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.