ବିହାର କରୋନା ସହ ନୁହେଁ ବରଂ ବନ୍ୟା ସହ ଲଢେଇ କରୁଛି । ଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ସୂଚନା ଅନୁଯାୟୀ ବିହାରର 16ଟି ଜିଲ୍ଲାରେ 75 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ପ୍ରାୟ 25ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ନଦୀଗୁଡ଼ିକର ଜଳସ୍ତର ବିପଦ ସଂକେତ ଉପରେ ବହିବାରେ ଲାଗିଛି । ସବୁଆଡେ ଖାଲି ପାଣି ହିଁ ପାଣି । ଲୋକେ ବନ୍ଧ ଉପରେ ପାଲ ଟାଣି ରହିବାକୁ ବାଧ୍ୟ ହୋଇଛନ୍ତି । ତେବେ ନିକଟରେ ସୋସିଆଲ ମିଡିଆରେ ଜଣେ ମହିଳାଙ୍କର ପାଦର ଫଟୋ ଭାଇରଲ ହେବାରେ ଲାଗିଛି ଯାହା ଲୋକଙ୍କୁ ବହୁତ ମର୍ମାହତ କରିଛି ।
यह पैर बिहार बाढ़ में रह रही महिला की है. जगह- कुशेश्वरस्थान, दरभंगा
फोटो- सत्यम pic.twitter.com/SWum3SkaUE— Aditya Jha (@adityajhapage) August 14, 2020
ଏହି ଫଟୋକୁ ଆଦିତ୍ୟ ଝା ନାମକ ଜଣେ ଟ୍ୱିଟର ୟୁଜର ସେୟାର କରିଛନ୍ତି ଏବଂ କ୍ୟାପ୍ସନରେ ଲେଖିଛନ୍ତି “ଏହି ପାଦ ବିହାର ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଜଣେ ମହିଳାଙ୍କର ।” ଦରଭଙ୍ଗା ଗ୍ରାମ କୁଶେଶ୍ୱରସ୍ଥାନରେ ସେ ରୁହନ୍ତି । ଯଦିଓ ପରେ ଏହି ଫଟୋକୁ ବହୁତ ଲୋକ ସେୟାର କରିଥିଲେ ଯେଉଁଥିରେ ପୂର୍ବତନ ସଂସଦ ଶୈଳେଶ କୁମାର ମଣ୍ଡଳ ମଧ୍ୟ ଅଛନ୍ତି । ଏହି ଫଟୋକୁ ଦେଖିବା ପରେ ଲୋକମାନେ ଭାବବିହ୍ୱଳ ହୋଇ ପଡିଛନ୍ତି । ଏହାକୁ ସୋସିଆଲ ମିଡିଆରେ ଅଧିକ ଲୋକ ପସନ୍ଦ କରୁଥିବା ବେଳେ ଅଧିକରୁ ଅଧିକ ସେୟାର କରିବାରେ ମଧ୍ୟ ଲାଗିଛନ୍ତି ।