ବେଙ୍ଗାଲୁରୁ ରାସ୍ତାରେ ଦୁଇଟି ପୋଷା ବିଲେଇଙ୍କ ସହ ବାଇକ ଆରୋହୀଙ୍କ ଭିଡିଓ ଭାଇରାଲ

ବେଙ୍ଗାଲୁରୁ: ଏମିତି ଅନେକ ଭିଡିଓ ରହିଛି ଯାହା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅତିଶୀଘ୍ର ଲୋକପ୍ରିୟତା ହାସଲ କରିଥାଏ। ପ୍ରାୟତଃ ଏହି ଭିଡିଓ ଗୁଡିକରେ କିଛି ନିଆରା ଏବଂ କିଛି ଶିଖିବାର ଥାଏ। ନିକଟରେ ଏପରି ଏକ ଭିଡିଓ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ଭିଡିଓରେ ଦେଖିବାକୁ ମିଳୁଛିଯେ, ଜଣେ ବାଇକ ଚାଳକ ତାଙ୍କର ଦୁଇଟି ପୋଷା ବିଲେଇଙ୍କ ସହ ତାଙ୍କ ବଜାଜ ଡୋମିନାର ବାଇକରେ ଯାଉଥିବାର ନଜର ଆସୁଛନ୍ତି। ରାସ୍ତାରେ ଯାଉଥିବା ସମୟରେ ଜଣେ ବ୍ୟକ୍ତି ଅତି ନିକଟରୁ ଏହି ଭିଡିଓ ରେକର୍ଡ କରିଥିବା ଜଣାପଡୁଛି। ଏହି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍ ହୋଇଥିବାବେଳେ, ଏହା ୧.୫ ଲକ୍ଷରୁ ଅଧିକ ଭ୍ୟୁ ହାସଲ କରିସାରିଲାଣି । ଏହି ଭିଡିଓଟି ବେଙ୍ଗାଲୁରୁର ବୋଲି କୁହାଯାଉଛି।

ନିକଟରେ ଟ୍ୱିଟର ଜଣେ ୟୁଜର୍ ଯାହାଙ୍କ ନା ଅରୁଣ ଗଉଡ ମାଇକ୍ରୋ ବ୍ଲଗିଂ ୱେବସାଇଟରେ ଜଣେ ବାଇକ ଚାଳକ ଏବଂ ତାଙ୍କ ଦୁଇ ବିଲେଇଙ୍କ ଭିଡିଓ ସେୟାର କରିଥିଲେ। ବାଇକରେ ବେଶ୍ ଆରାମଦାୟକ ସ୍ଥାନରେ ବସି ଦୁଇଟି ବିଲେଇ ଯାଉଥିବାର ଏକ ଭିଡିଓ ପୋଷ୍ଟ କରିଥିଲେ। ବାଇକ ଆରୋହୀଙ୍କ ସାମ୍ନା ଟେଲ ଟାଙ୍କି ଉପରେ ଗୋଟିଏ ବିଲେଇ ବସିଥିବାବେଳେ ଅନ୍ୟ ବିଲେଇଟି ତାଙ୍କ କାନ୍ଧରେ ଥିବା ବ୍ଯାଗ୍ ଉପରେ ବସିଥିବାର ଦେଖିବାକୁ ମିଳିଛି। ଅଧିକ ଧ୍ୟାନ ଆକର୍ଷଣ କରୁଥିବା କଥାଟି ହେଉଛି ଯେ ବାଇକ ଆରୋହୀ ଗାଡି ଚାଲାଉଥିବାବେଳେ ବିଲେଇମାନେ ବହୁତ ଶାନ୍ତଭାବେ ବସି ରହିଛନ୍ତି। ବାଇକ୍ ର ଟେଲ ଟାଙ୍କି ଉପରେ ବସିଥିବା ବିଲେଇଟି ସାମାନ୍ଯ ଏପଟ ସେପଟ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି, କିନ୍ତୁ ଏଥିରେ ଚାଳକ କିନ୍ତୁ ଜମାରୁ ଚିନ୍ତରା ନକରି ବିନଦାସ୍ ଗାଡି ଚଳାଉଛନ୍ତି।

ମୋଟରସାଇକେଲରେ ବିଲେଇମାନଙ୍କ ସହ ଆରୋହୀଙ୍କ ଭିଡିଓ ଇଣ୍ଟରନେଟରେ ଭାଇରାଲ୍ ହେବାପରେ ଅନେକ ଲୋକ ପ୍ରତିକ୍ରିୟା ରଖିଛନ୍ତି। ଅବଶ୍ୟ, ଇଣ୍ଟରନେଟ୍ କିଛି ଲୋକ ବିଭକ୍ତ ପ୍ରକାଶ ମଧ୍ଯ କରିଛନ୍ତି। କମେଣ୍ଟରେ କିଛି ଲେଖିଛନ୍ତି ବାଇକ ଚାଳକ ଜଣକ ଏକ ଦାୟିତ୍ବହୀନ କାର୍ଯ୍ୟ କରିଛନ୍ତି ଏବଂ ଟ୍ରାଫିକ୍ ନିୟମ ଭାଙ୍ଗିଛନ୍ତି। ଅନ୍ୟ କିଛି ୟୁଜର୍ସ ଖୁବ୍ ପସନ୍ଦ କରିଛନ୍ତି ଭିଡିଓଟିକୁ ।ଚଏହି ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରୁ ଜଣେ ଲେଖିଛନ୍ତି, “ବିଲେଇମାନେ ବହୁତ ଆରାମଦାୟକ ଭାବେ ଯାତ୍ରା କରୁଛନ୍ତି ଏବଂ ଏମାନେ ଚାଳକଙ୍କର ପୁରା ନିଜର ମନେ ହେଉଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.