ଭଗବାନ ଶିବଙ୍କ ପ୍ରିୟ ହେଉଛି ବେଲ ଗଛ, ଏହି ଗଛର ଉପାୟ ଆପଣଙ୍କୁ ସବୁ ସମସ୍ୟାରୁ କରିଥାଏ ମୁକ୍ତ

ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ଶିବଙ୍କ ପ୍ରିୟ ହୋଇଥାଏ ବେଲ ଗଛ । କୁହାଯାଏ ଏହି ଗଛର ମୂଳେ ମହାଦେବଙ୍କ ବାସ ହୋଇଥାଏ । ତେଣୁ ଏହି ଗଛକୁ ପୂଜା କରିବାର ବିଶେଷ ମହତ୍ୱ ରହିଛି । ବେଲ ଗଛର ପତ୍ର ଶିବଙ୍କର ଅତିବ ପ୍ରିୟ । କୁହାଯାଏ ଯେଉଁ ବ୍ୟକ୍ତି ନିୟମିତ ଶିବଲିଙ୍ଗ ଉପରେ ବେଲପତ୍ର ଅର୍ପଣ କରିଥାଏ, ତାଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଆଜି ଏଠାରେ ଆସନ୍ତୁ ଜାଣିବା ଏହି ଗଛର ବିଶେଷ ଉପାୟ ।

ଏପରି ମାନ୍ୟତା ରହିଛି, ଯଦି କେହି ବ୍ୟକ୍ତି ବେଲ ଗଛ ନିକଟରେ ଠିଆ ହୋଇ ଘିଅ, ଅନ୍ନ, ଖୀର କିମ୍ବା ମିଠାଇ ଦାନ କରନ୍ତି,ତେବେ ତାଙ୍କର ସବୁ କଷ୍ଟ ଦୂର ହୋଇଥାଏ ।

ବେଲ ଗଛର ମୂଳକୁ ପୂଜା କରିବା ଦ୍ୱାରା ଭଗବାନ ଶିବଙ୍କ କୃପା ପ୍ରାପ୍ତ ହୋଇଥାଏ ଓ ବ୍ୟକ୍ତିର ସବୁ ପାପରୁ ମୁକ୍ତି ମିଳିଥାଏ ।

ଏପରି ମନାଯାଏ ଯେ କୌଣସି ବ୍ୟକ୍ତିର ମରିବା ପରେ ତାଙ୍କର ଶବ ଯାତ୍ରା ଯଦି ବେଲ ଗଛ ତଳେ ଦେଇ ଯାଇଥାଏ,ତେବେ ତାଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ ।

ଘରେ କେବେ ବି ଧନ ଅଭାବ ନହେଉ, ଏଥିପାଇଁ ବେଲ ଗଛର ଚେରକୁ ଶୁଭ ନକ୍ଷତ୍ରରେ ଲାଲ କପଡାରେ ବାନ୍ଧି କରି ଏହାକୁ ପୂଜା କରନ୍ତୁ ଓ ଏହାକୁ ଘରର ତେଜୋରୀରେ ରଖନ୍ତୁ । ଏହାଦ୍ୱାରା ଆର୍ଥିକ ସ୍ଥିତିରେ ସୁଧାର ଆସିବାର ମାନ୍ୟତା ରହିଛି ।

ପ୍ରତିଦିନ ବେଲ ଗଛକୁ ସଫା କରି ଏହାକୁ ପାଣି ସିଂଚନ ଦ୍ୱାରା ପିତୃ ପୁରୁଷଙ୍କ ଆତ୍ମା ଶାନ୍ତି ମିଳିଥାଏ । ଏମିତି କରିବା ଦ୍ୱାରା ପିତୃ ପୁରୁଷଙ୍କ ଆଶିର୍ବାଦ ମିଳିଥାଏ ।

ମାନ୍ୟତା ରହିଛି ଯେ ଶିବ ଲିଙ୍ଗ ଉପରେ ବେଲ ପତ୍ର ଚଢ଼ାଇଲେ ଜୀବନର ସବୁ କଷ୍ଟ ଦୂର ହୋଇଥାଏ ଓ ପାପରୁ ମୁକ୍ତି ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.