ଏବେ ପେଟ୍ରୋଲ-ଡିଜେଲରେ ନୁହେଁ ବରଂ ହ୍ଵିସ୍କିରେ ଚାଲିବ କାର, ଟେଷ୍ଟିଂ ହେଲା ସଫଳ
ଏବେ ଦୁନିଆରେ ପେଟ୍ରୋଲ ଓ ଡିଜେଲର ଲଗାତାର ଦାମ୍ ବୃଦ୍ଧିକୁ ନେଇ ଲୋକ ଚିନ୍ତାରେ ପଡିଛନ୍ତି। ଏବେ ପ୍ରାୟ ସମସ୍ତେ ଏହାର ବିକଳ୍ପକୁ ଖୋଜିବାରେ ବ୍ୟସ୍ତ। ବିକଳ୍ପ ରୂପେ ଏବେ ହ୍ଵିସ୍କିର ବ୍ୟବହାର ଉପରେ ନଜିର ପକାଯାଇଛି। ଆପଣ ଭାବୁଥିବେ ପେଟ୍ରୋଲ ଡିଜେଲର ବିକଳ୍ପ ହ୍ଵିସ୍କି କିପରି ହୋଇପାରେ? କିନ୍ତୁ ହଁ , ଏହା ସତ। ହ୍ଵିସ୍କିର ଅବଶୋଷରୁ ଏବେ ତିଆରି ହେଉଛି ବାୟୋଫୁଏଲ, ଏହାର ନାମ ବାୟୋ ବ୍ୟୁଟେନାଲ ଦିଆଯାଇଛି।
ଏବେ ହ୍ଵିସ୍କିରେ ଚାଲିବ କାର। ଆଜ୍ଞା ହଁ, ଏଭଳି ଟେଷ୍ଟିଂ କରାଯାଇଛି ସ୍କଟଲାଣ୍ଡରେ । ସବୁଠୁ ବଡ଼ କଥା ହେଉଛି ଏହି ଟେଷ୍ଟିଂ ସଫଳ ମଧ୍ୟ ହୋଇଛି। ଯାହା ଭିବଷ୍ୟତରେ Fossil Fuelର ଅଭାବକୁ ପୂରଣ କରିବ। ବିଶେଷ କଥା ଏହା ଯେ, ଏଥିପାଇଁ କାରର ଇଞ୍ଜିନରେ କୌଣସି ମୋଡିଫାଏ କରିବାର ଆବଶ୍ୟକତା ନାହିଁ।
ତେବେ ଏହା ପ୍ରଥମ ନୁହେଁ ଯେ, ହ୍ଵିସ୍କିରୁ ଅଲଗା କିଛି ବାହାର କରାଯାଉଛି। ବରଂ ପ୍ରଥମ ବିଶ୍ୱଯୁଦ୍ଧରେ ମଧ୍ୟ ହ୍ଵିସ୍କିରୁ ବାୟୋବ୍ୟୁଟେନାଲ ତିଆରି କରାଯାଇଛି। କିନ୍ତୁ ଏହାର ବ୍ୟବହାର ବିସ୍ପୋଟକ ରୂପେ କରାଯାଇଥିଲା। କିନ୍ତୁ ୧୯ ୬୦ ମସିହା ପରେ ଏହାର ଉତ୍ପାଦନ ବନ୍ଦ ହୋଇଯାଇଛି। କାରଣ ସେହି ସମୟରେ ଗ୍ୟାସୋଲିନ ବା ପେଟ୍ରୋଲ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧୀ ହେଲା। କାରଣ ସେହି ସମୟରେ ବାୟୋ ବ୍ୟୁଟେନାଲ ବହୁତ ମହଙ୍ଗା ଥିଲା। ସେତେବେଳେ ଗ୍ୟାସୋଲିନ ଏହାର ଶସ୍ତା ବିକଳ୍ପ ରୂପେ ବଜାରକୁ ଆସିଯାଇଥିଲା। କିନ୍ତୁ ଏବେର ସମୟରେ ବାୟୋବ୍ୟୁଟେନାଲକୁ ସବୁଠୁ ଭଲ ବିକଳ୍ପ ନିଆଯାଇଛି।
ସ୍କଟଲ୍ୟାଣ୍ଡର ବୈଜ୍ଞାନିକ ୨୦୧୫ ମସିହାରେ ପ୍ରଥମେ ହ୍ଵିସ୍କିର ଅବଶୋଷରୁ ବାୟୋଫୁଏଲ ତିଆରି କରିଥିବାର ସୂଚନା ମିଳିଛି। ଯାହା କାର ଚଲାଇବା ପାଇ ଁ ଉପଯୋଗୀ ହେବ ବୋଲି କୁହାଯାଇଛି। ଏହାର ପ୍ରଥମ ସାମ୍ପୁଲ ତିଆରି କରିବା ପରେ ସେଲ୍ଟିକ ରିନ୍ୟୁଏବଲ୍ସ ଏହାର ଉତ୍ପାଦନ ପାଇଁ ପ୍ରଡକ୍ସନ ପ୍ଲାଣ୍ଟ ତିଆରି କରିବାର ଯୋଜନା କରିଥିଲେ । ଏଥିପାଇଁ ୧୧ ମିଲିୟନ ପାଉଣ୍ଡ ଅର୍ଥ ନିବେଶ କରାଯାଇଥିଲା। ଏହାପରେ ୨୦୧୭ରେ ପ୍ରଥମେ ବାୟୋଫୁଏଲ ଦ୍ୱାରା କାରର ଡ୍ରାଇଭ ଟେଷ୍ଟିଂ କରାଯାଇଥିଲା। ଯାହାକି ପରବର୍ତ୍ତି ସମୟରେ ସଫଳ ହୋଇଥିଲା। ଏହି ବାୟୋଫୁଏଲ ହ୍ଵିସ୍କି ଯାହା ଡ୍ରାଫ୍ଟ ଫରମେଣ୍ଟେସନ ପରେ ଲିକ୍ୱିଡ ଫର୍ମରେ ବଳକା ରହିଯାଏ ।
ତେବେ ଏଥିପାଇଁ ଲାଭ ମଧ୍ୟ ଅନେକ ରହିଛି। ଯେମିତି ହ୍ଵିସ୍କିରୁ ବାୟୋଫୁଏଲ ତିଆରି କରିବାର ପ୍ରଥମ ଲାଭ ହେଉଛି ଏହାର ଅବଶିଷ୍ଟାଂଶ ଉପଯୋଗରେ ଆସିଥାଏ । ମାନେ େଓ୍ଵଷ୍ଟ ଜିନିଷରୁ ପରୋକ୍ଷରେ ଏବଂ ପ୍ରତକ୍ଷ୍ୟରେ ଲାଭ ଉଠାଇହେବ। ସ୍କଟଲାଣ୍ଡରେ ଡିଷ୍ଟୋଲିରିସ ପ୍ରକ୍ରିୟାରେ ୭ ଲକ୍ଷ ୫୦ ହଜାର ଟନ୍ ଡ୍ରାଫ ବା ୨ ବିଲିୟନ ଲିଟର ପର୍ଯ୍ୟନ୍ତ ଉତ୍ପାଦନ ସବୁବର୍ଷ ହୋଇଥାଏ । ତେବେ ଏହାର ସଫଳ ଉତ୍ପାଦନ ହେବା ପରେ ଏହା କେବଳ ଗୋଟିଏ ଦେଶ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ ବୋଲି ଶୁଣିବାକୁ ମିଳିଛି। ଅର୍ଥାତ ଏହାକୁ ଜାପାନ, ଭାରତ ଓ ଆମେରିକା ଭଳି ରାଷ୍ଟ୍ର ମଧ୍ୟ ଉତ୍ପାଦନ କରିପରିବ। ତେବେ ଏହାରି ମଧ୍ୟରୁ ଆମ ଦେଶ ଭାରତ ସବୁଠୁ ବଡ଼ ଉତ୍ପଦକ ଦେଶ ମଧ୍ୟରୁ ଅନ୍ୟତମ ବୋଲି ମଧ୍ୟ ଆମେ କହିପାରିବା।