ଅବିକଳ କୁନି ପିଲାଙ୍କ ଭଳି କାନ୍ଦୁଛି ପକ୍ଷୀ, ନ ଦେଖିଲେ ବିଶ୍ୱାସ କରିପାରିବେନି; ଦେଖନ୍ତୁ ଭିଡିଓ

ଛୁଆଙ୍କ ଭଳି କାନ୍ଦୁଛି ପକ୍ଷୀ। ବିଶ୍ୱାସ ହେଉନଥିଲେ ବି ଏହା ସତ। ଏକ ପକ୍ଷୀର ସ୍ୱର ଅବିକଳ ଛୁଆ କାନ୍ଦିବା ଭଳି ଶୁଭୁଛି। ଏହି ପକ୍ଷୀର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଚିଡ଼ିଆଖାନା ପକ୍ଷରୁ ଏହି ପକ୍ଷୀର ଭିଡିଓକୁ ଟ୍ଵିଟରରେ ସେୟାର କରିବା ପରେ ଏବେ ଏହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଭିଡିଓ ଦେଖିଲେ ଆପଣ ଜାଣିପାରିବେନି ସତରେ ଛୁଆ କାନ୍ଦୁଛି ନା ପକ୍ଷୀ ବୋବାଉଛି।

ଦେଖନ୍ତୁ ଭିଡିଓ:

ସିଡନୀର ଏକ ଚିଡ଼ିଆଖାନା Taronga zoo ଏହି ଭିଡିଓକୁ ଟ୍ଵିଟରରେ ସେୟାର କରିଛି। ଭିଡିଓରେ ଏକ ପକ୍ଷୀ ବସିଥିବା ନଜର ଆସୁଛି। ପକ୍ଷୀଟି ବୋବାଇବା ବେଳେ ଛୁଆ କାନ୍ଦିବା ଭଳି ଶୁଭୁଛି। ପ୍ରଥମ ଥର ଶୁଣିଲେ କେହି ବିଶ୍ୱାସ କରିବେନି ଯେ ଏହା ପକ୍ଷୀର ରାବ। ଯିଏ ବି ହେଲେ ଭାବିବ ବୋଧେ କୌଣସି ଛୁଆ କାନ୍ଦୁଛି। କିନ୍ତୁ ପ୍ରକୃତରେ ଏହା ଛୁଆର କାନ୍ଦିବା ସ୍ୱର ନୁହେଁ, ବରଂ ପକ୍ଷୀ ରାବିବା ଶବ୍ଦ।

ଏହି ପକ୍ଷୀର ନାଁ Lyre bird । ଚିଡ଼ିଆଖାନାର ୟୁନିଟ୍‌ ସୁପରଭାଇଜର Leanne Golebiowski କହିଛନ୍ତି, ଏହି ପକ୍ଷୀ ଭିନ୍ନ ଭିନ୍ନ ପ୍ରକାରର ସ୍ୱର ବାହାର କରିବାରେ ଧୁରନ୍ଧର। ଏମିତିକି ଏହି ପକ୍ଷୀ କାର ହର୍ଣ୍ଣ ଭଳି ବି ଶବ୍ଦ କରେ। ରିପୋର୍ଟ ମୁତାବକ, ଏହି ପ୍ରଜାତିର ପକ୍ଷୀଙ୍କ ସ୍ମରଣ ଶକ୍ତି ଖୁବ ପ୍ରଖର। ଏମାନେ ଥରେ ଯେଉଁ ଶବ୍ଦ ଶୁଣନ୍ତି ତାକୁ ମନେ ରଖନ୍ତି ଓ ବେଳେ ବେଳେ ଅବିକଳ ନକଲ ବି କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.