କଣ ରହିଛି ଏଠି ସମସ୍ୟା, କାହିଁକି ଏଠି ପକ୍ଷୀ ମରିପଡୁଛନ୍ତି

ଦେଶରେ ପ୍ରତିବର୍ଷ ଆତ୍ମହତ୍ୟା ମାମଲା ସାମନାକୁ ଆସୁଛି । କିନ୍ତୁ ଏହା କେବଳ ମଣିଷଙ୍କ ମଧ୍ୟରେ ସିମୀତ ନାହିଁ । ଏଥିରେ ପକ୍ଷୀ ବି ସାମିଲ ହେଲେଣି । ଆଜ୍ଞା ହଁ ଦେଶରେ ଏକ ଏମିତି ଗାଁ ରହିଛି ଯେଉଁ ସ୍ଥାନକୁ ପକ୍ଷୀଙ୍କ ସୁସାଇଡ ପଏଣ୍ଟ ବୋଲି କୁହାଯାଏ । ଓଡିଶା ଦିମା ହାସେ ଜିଲ୍ଲା ସ୍ଥିତ ଜନ୍ତିଗା ବୈଲିଠାରେ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳେ । ଯାହା ବହୁତ କଷ୍ଟଦାୟକ । ଏଠାକାର ଅଞ୍ଚଳରେ ଏହି ସମୟରେ ପକ୍ଷୀ ମଡକ ସମୟ ବୋଲି କୁହାଯାଏ ।

ଏକ ରିପୋର୍ଟ ହିସାବରେ ଜାନ୍ତିଗାଁ ବୈଲିରେ କେବଳ ସ୍ଥାନୀୟ ପକ୍ଷୀ ହିଁ ନୁହେଁ ଦୂରରୁ ଉଡିଆସୁଥିବା ପ୍ରବାସୀ ପକ୍ଷୀ ମଧ୍ୟ ରହିଥାନ୍ତି । କିନ୍ତୁ ରିପୋର୍ଟ ଏହା ବି କହୁଛି କି ଏମିତି ଘଟଣା ସଂନ୍ଧ୍ୟା ୭ରୁ ୧୦ମଧ୍ୟରେ ସବୁଠୁ ବେଶି ହୋଇଥାଏ । ପକ୍ଷୀ ବହୁତ ଗେବରେ ଉଡିଆସିଥାନ୍ତି ଆଉ ଗାଁରେ ଥିବା ଗଛ ଘର ସହ ଧକ୍କା ଖାନ୍ତି । ଆଉ ଧକ୍କକା ଖାଇବା ଫଳରେ ସେମାନଙ୍କ ମୃତ୍ୟୁ ହୋଇଯାଏ ।

ଏହି ପକ୍ଷୀ ମଧ୍ୟରେ ପାଖାପାଖି ୪୦ପ୍ରଜାତି ଏମିତି ରହିଛନ୍ତି ଯେଉଁମାନଙ୍କର ସବୁଠୁ ବେଶି ମୃତ୍ୟୁ ହୋଇଥାଏ । ଜାନ୍ତିଗାଁ ବୈଲିର ପାଣିପାଗ ଏଭଳି ଯାହା ଫଲରେ ଏହି ୯ ମାସ ଅନ୍ୟ ଭାଗ ସହ ଏହି ଗାଁ ଅଲଗା ରହିଥାଏ । ଲୋକେ ଏଠୁ ଯିବା ପାଇଁ ବଞ୍ଚନ୍ତି । ଏଠାରେ ରାତିରେ ଯିବାକୁ ବାରଣ କରାଯାଇଛି । କିନ୍ତୁ ପକ୍ଷୀଙ୍କର ମୃତ୍ୟୁ କାହିଁକି ହେଉଛି ଏହା ଉପରେ ବିଶେଷଜ୍ଞ କହିଛନ୍ତି କି ଏହି ସ୍ଥାନରେ କୌଣସି ମ୍ୟାଗ୍ନେଟିକ ଫୋର୍ସ ରହିଛି ଯାହା ଫଳରେ ଏମିତି ରହସ୍ୟଜନକ ଭାବରେ ପକ୍ଷୀଙ୍କର ମୃତ୍ୟୁ ହେଉଛି ।

ରିପୋର୍ଟ ଅନୁସାରେ ଜାନ୍ତିଗାଁ ବୈଲିର ପାଣିପାଗ ବହୁତ ଆଦ୍ରତା ପୂର୍ଣ୍ଣ ରୁହେ । ଏଠାରେ ସବୁବେଳେ ବର୍ଷା ହୋଇଥାଏ ଓ ବାଦଲ ଘେରି ରହିଥାଏ । ଏହି ପକ୍ଷୀଙ୍କ ମୃତ୍ୟୁ ପଛରେ ଆଉ ଏକ କାରଣ ବି କୁହାଯାଉଛି କି ପବନର ତୀବ୍ର ଗତି, ବର୍ଷା ଓ ବିଜୁଳି ନଥିବା କାରଣରୁ ଏମାନଙ୍କୁ ଠିକରେ ଦେଖାଯାଇନଥାଏ । ତେଣୁ ଏମାନେ ଅତିଜୋରରେ ଉଡିଆସୁଥିବା ବେଳେ ଘର, ବୃକ୍ଷ ଏମିତିକି ଗାଡି ସହ ମାଡ ହୋଇ ନିଜ ପ୍ରାଣ ହରାନ୍ତି ।

କୁହାଯାଉଛି କି ଏଠାରେ ୧୯୨୦ରୁ ପକ୍ଷୀଙ୍କ ମୃତ୍ୟୁ ଘଟଣା ଚାଲିଆସୁଛି । କିନ୍ତୁ ୧୯୫୭ରେ ଏହି କଥା ବାହାରକୁ ଆସିଲା । ବ୍ରିଟେନର ପକ୍ଷୀ ବିଶେଷଜ୍ଞ ଇ ପି ଜି ଙ୍କର ବହି ୱାଇଲ୍ଡ ଲାଇଫ ଅଫ ଇଣ୍ଡିଆ ପବ୍ଲିସ ହେଲା । ଏହି ବହିରେ ଏଠାକାର ଏହି ଘଟଣାର କଥା ବର୍ଣ୍ଣନା କରାଗଲା । ଏହି ସୂଚନା ବ୍ୟାପିବା ପରେ ଦୁନିଆର ଅନେକ ବୈଜ୍ଞାନିକ ଏଠାରେ ଆସି ରିସର୍ଚ୍ଚ କଲେ । ଆଉ ରିସର୍ଚ୍ଚ ପରେ ବି ଏଠାକାର ଘଟଣାକୁ ନେଇ କୌଣସି ନିଷ୍କର୍ଷ ବାହାରିପାରିଲା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.