ପକ୍ଷୀ ବଜଉଛି ଗୀଟାର, ସେ ପୁଣି ନିଜ ହାତରେ, ବିଶ୍ୱାସ ହଉନଥିଲେ ଥରେ ଦେଖନ୍ତୁ ଏହି ଭିଡିଓ
ଥରେ ଭାବନ୍ତୁ ତ ଯଦି ପକ୍ଷୀ ମାନଙ୍କର ହାତ ଥାନ୍ତା ତେବେ କଣ ହୋଇଥାନ୍ତା । କଣ ସେମାନେ ଆମ ଭଳି ନିଜ ହାତରେ ଖାଇ ପାରନ୍ତେ, ପିଇ ପାରନ୍ତେ କିମ୍ବା ସେଲ୍ଫି ନେଇ ପାରନ୍ତେ । ଠିକ ଆମ ଭଳି ଲାପଟପରେ କାମ କରିପାରନ୍ତେ ବା ବର୍ଷା ଦାଉରୁ ରକ୍ଷାପାଇବା ପାଇଁ ନିଜ ହାତରେ ଛତା ଧରିପାରନ୍ତେ । ଏସବୁ କଥା ଭାବି ଆପଣ ତାଯୁବ ହେଉଛନ୍ତି ନା, ଆପଣଙ୍କ ମନରେ ଆସୁଛି ହେ ଏମିତି କଣ କେବେ ସମ୍ଭବ ? ପକ୍ଷୀ ପୁଣି ନିଜ ହାତରେ କାମ କରିବ । କିନ୍ତୁ ନିକଟରେ ଏକ ଭିଡିଓ ଭାଇରାଲ ହେଉଛି ଯାହା ଆପଣଙ୍କ ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ରୂପେ ବଦଳେଇଦେବ । ଭିଡିଓଟିରେ ଆପଣ ଦେଖିପାରିବେ ଏକ ପକ୍ଷୀର ଆମ ମଣିଷ ମାନଙ୍କ ପରି ହାତ ଅଛି । ଆଉ ସେହି ହାତରେ ସେ ଗୀଟାର ବଜଉଛି । ଯେମିତି ଲାଗୁଛି ଜଣେ ମଣିଷ ହିଁ ସେଠାରେ ବସି ଗୀଟାର ବଜାଉଛି । ଟ୍ଵିଟରରେ ଭିଡିଓ ଟିକୁ @Dogra Tishaa ନାମକ ଜଣେ ୟୁଜର ସେୟାର କରିଛନ୍ତି ।
Seriously😂😂😂😂If birds had hands!!! pic.twitter.com/KQ8evJnl7e
— Tishaa Dogra 🇮🇳 (@DograTishaa) September 11, 2021
ଆଉ ଭିଡିଓଟିକୁ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି- କଣ ହୋଇଥାନ୍ତା ଯଦି ପକ୍ଷୀ ମାନଙ୍କର ବି ଆମ ଭଳି ହାତଥାନ୍ତା ତ । ଅବଶ୍ୟ ପ୍ରକୃତରେ ଭିଡିଓଟି ସତ ନୁହେଁ । ଏହାକୁ ଏଡିଟ କରାଯାଇଛି । କିନ୍ତୁ ଭିଡିଓଟିରେ ଆପଣ କ୍ରିଏଟିଭିଟି ଦେଖିବାକୁ ପାଇବେ । ଭିଡିଓଟିର ଆଉ ଏକ ବିଶେଷତା ହେଉଛିକି ଏହାକୁ ଦେଖିବା ପରେ ଆମେ ଆଉ ଏକ ଅଲଗା ଦୁନିଆକୁ ନିଶ୍ଚିତ ରୂପେ ପଳେଇବା । ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୧୩ ହଜାରରୁ ଅଧିକ ଲୋକ ଦେଖିସାରିଲେଣି । ଯେବେକି ୫ ହଜାରରୁ ଅଧିକ ଜଣ ଦେଖିସାରିଲେଣି । ଖାଲି ସେତିକି ନୁହେଁ ଅନେକ ମଜା ମଜା କମେଣ୍ଟସ ମଧ୍ୟ ମିଳୁଛି । ଜଣେ ଲେଖିଛନ୍ତିକି-” ଯଦି ଏକ ପକ୍ଷୀ ଭିଡିଓଟିକୁ ଦେଖେ ତେବେ ସେ ବି ମନେ ମନେ ଭାବିବ କଣ ଏମିତି ସତରେ ସମ୍ଭବ ?