ସ୍ପେଶାଲ

ହୃଦୟ ଜିତିଲା ଏହି ଭିଡିଓ: ଦେଖନ୍ତୁ କିପରି ଶୋଷିଲା କୁନି ଚଢେଇକୁ ବୋତଲରେ ପାଣି ପିଆଉଛନ୍ତି ଯୁବକ

ହୋଲି ସରିବା ପରେ ଦେଶର ଅନେକ ଅଞ୍ଚଳ ତାପମାତ୍ରା ଧିରେଧିରେ ବଢୁଛି। ଖରା ଦିନ ଆସିବା ମାତ୍ରେ ମଣିଷମାନେ ସେଥିରୁ ରକ୍ଷା ପାଇବା ପାଇଁ ନିଜ ନିଜ ବ୍ୟବସ୍ଥା କରନ୍ତି। ଲୋକମାନେ ମୃଦ୍ୟୁ ପାନୀୟ, ଛତା, ଫ୍ରିଜ୍, ପଙ୍ଖା , ଏସି ଆଦି ବ୍ୟବହାର କରିଥାନ୍ତି । କିନ୍ତୁ ଏହି ସମୟରେ ପଶୁ ଏବଂ ପକ୍ଷୀମାନଙ୍କର ଜୀବନ କଷ୍ଟସାଧ୍ୟ ହୋଇଯାଏ । ପଶୁ ପକ୍ଷୀମାନଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ହେଉଛି ସେମାନଙ୍କର ଶୋଷ ମେଣ୍ଟାଇବା। ଆଜିକାଲି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଏହି ଭିଡିଓରେ ଏକ ପକ୍ଷୀ ପ୍ରବଳ ଉତ୍ତାପରେ ଶୋଷରେ ପୀଡିତ ଥିବାର ଦେଖାଯାଉଛି।

ଭିଡିଓରେ ଆପଣ ଦେଖିପାରିବେ ଯେ ଶୋଷିଲା ହେତୁ ପକ୍ଷୀ ପ୍ରାୟ ଚେତାଶୂନ୍ୟ ଅବସ୍ଥାରେ ପହଞ୍ଚିଛି। ଏହା ପରେ ଜଣେ ବ୍ୟକ୍ତି ଏକ ବୋତଲରୁ ପକ୍ଷୀକୁ ପାଣି ଦେଉଥିବାର ଦେଖାଯାଉଛି। ଭିଡିଓରେ ଆପଣ ଦେଖିପାରିବେ ଯେ ପକ୍ଷୀ ପାଣି ମୁନ୍ଦାଏ ପାଇବା ମାତ୍ରେ ହଠାତ୍ ପୁଣି ଉଠୁଛି। ଭିଡିଓଟି ଏତେ ଜବରଦସ୍ତ ଯେ, ଦେଖିବା ପରେ ଆପଣ ମଧ୍ୟ ଖୁସି ହୋଇଯିବେ। ଏହା ସହିତ ପକ୍ଷୀକୁ ଜଳ ଦେଉଥିବା ବ୍ୟକ୍ତିଙ୍କୁ ପ୍ରଶଂସା ନକରି ଆପଣ ରହିପାରିବେ ନାହିଁ।

ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଏକ ପକ୍ଷୀ କୋଠା ପରି ଏକ ଜାଗାରେ ଲାଗି ରହିଛି ଏବଂ ଶୋଷରେ ପୀଡିତ ପରି ଜଣା ପଡୁଛି। ତା ଅବସ୍ଥା ଦେଖି ଲାଗୁଛି ଯେ ସେ ଅଳ୍ପ ସମୟ ମଧ୍ୟରେ ବେହୋସ ହୋଇପଡିବ। ଏଥିରେ ଦେଖାଯାଉଛି ଯେ ପକ୍ଷୀଟିର ଅବସ୍ଥା ଖରାପ ହେଇଆସୁଛି । ଏହି ସମୟରେ, ଜଣେ ବ୍ୟକ୍ତି ସେହି ପକ୍ଷୀକୁ ଏକ ବୋତଲରୁ ପାଣି ପିଇବାକୁ ଦେଉଛନ୍ତି। ଦେଖନ୍ତୁ ଏହି ହୃଦୟ ସ୍ପର୍ଶ କରୁଥିବା ଭିଡିଓ –

ପକ୍ଷୀଟି ଗୋଟିଏ କିମ୍ବା ଦୁଇ ବୁନ୍ଦା ପାଣି ପାଇବା ମାତ୍ରେ ସେ ଧୀରେ ଧୀରେ ପୁନର୍ବାର ସକ୍ରିୟ ହୋଇଯାଉଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ପକ୍ଷୀଟି ପୁଣି ଥରେ ଠିଆ ହୋଇଛି ଏବଂ ଏହା ପୁଣି ଘୁରି ବୁଲୁଛି। ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି।

 

Barsha

Recent Posts

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

3 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି (କେନ୍ୟୁଜ) : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ…

4 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

9 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

18 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

36 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

38 mins ago