ଆତ୍ମହତ୍ୟାର ଉପତ୍ୟକା: ଆସାମର ଏହି ରହସ୍ୟମୟୀ ଘାଟିରେ ଜୀବନ ହାରୁଛନ୍ତି ପକ୍ଷୀ

birdsଭାରତରେ ଏମିତି ବହୁତ ସ୍ଥାନ ଅଛି,ଯାହା ନିଜର ରହସ୍ୟମୟ କାହାଣୀ ପାଇଁ ଜଣାଶୁଣା। ଆଜି ଆମେ ଆପଣଙ୍କୁ ଭାରତରେ ଏମିତି ଏକ ସ୍ଥାନ ବିଷୟରେ ଜଣାଇବାକୁ ଯାଉଛୁ। ଭାରତରେ ଆସାମ ରାଜ୍ୟର ଘାଟି ଜଣ୍ଟିଙ୍ଗା ବୈଲିରେ ଆପଣଙ୍କୁ ଏମିତି ଦୃଶ୍ୟ ଦେଖିବାକୁ ମିଳିବ, ଯାହା ଉପରେ ବିଶ୍ବାସ କରିବା ମୁସ୍କିଲ ହୋଇଯିବ। ଏଠାରେ ହଜାର ହଜାର ସଂଖ୍ୟାରେ ପକ୍ଷୀମାନେ ସାମୂହିକ ଭାବରେ ଆତ୍ମହତ୍ୟା କରୁଛନ୍ତି। ଯାହାକି ବହୁ ବର୍ଷ ଧରି ଚାଲି ଆସୁଛି। ଆସନ୍ତୁ ଜାଣିବା ବାସ୍ତବରେ କଣ ଏହି ସ୍ତାନର ରହସ୍ୟଭରା ସତ୍ୟ।

ଜଣ୍ଟିଙ୍ଗା ବୈଲିରେ ପକ୍ଷୀ ମାନଙ୍କର ସାମୂହିକ ଆତ୍ମହତ୍ୟା ଅଧିକତର ସନ୍ଧ୍ୟା ୭ରୁ୧୦ ଭିତରେ ହେଉଛି। ଏହି କାରଣରୁ ଏଠାରେ ଆକାଶରେ ଧୁଆଁ ଏବଂ ପବନ ହଠାତ ପ୍ରଭାବିତ ହୋଇଥାଏ। ଏହା ପରେ ୪୦ରୁ ଅଧିକ ପକ୍ଷୀ ପ୍ରଜାତି ବେହୋସ ହୋଇ ଭୂମିରେ ପଡିଯାଇଥାନ୍ତି। ଏହି ସମୟରେ କୌଣସି ବି ପର୍ୟ୍ୟଟକ ବା ଏଠାକାର ଲୋକଙ୍କର ଏହି ସ୍ଥାନକୁ ଯିବା ମନା ହୋଇଥାଏ। କିନ୍ତୁ ଆପଣ ପରେ ମୃତ ପକ୍ଷୀ ମାନଙ୍କୁ ଭୂମିରେ ପଡିଥିବାର ଦେଖିବାକୁ ପାଇବେ।

birds ମୌସୁମୀ ଋତୁରେ ପକ୍ଷୀ ମାନଙ୍କର ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ମଧ୍ୟ ବଢ଼ି ଯାଇଥାଏ। ଏଠାକାର ଲୋକ ଏବଂ ଜନଜାତିଙ୍କ ଭାବନା ଯେ ଏହି ସ୍ଥାନରେ ଦୁଷ୍ଟ ଆତ୍ମାଙ୍କର ପ୍ରକୋପ ଅଛି। ଏହି କାରଣରୁ ଏଠାକାର ବାସିନ୍ଦା ରାତ୍ରି ସମୟରେ ସେଠାକୁ ଯିବାକୁ ଡରନ୍ତି। କେବଳ ମୌସୁମୀ ନୁହେଁ ବରଂ ଧୁଆଁ ହେବା ଦ୍ବାରା ପକ୍ଷୀଙ୍କ ଆତ୍ମହତ୍ୟାର ପରିମାଣ ବଢ଼ି ଯାଇଥାଏ।

ବୈଜ୍ଞାନିକ ମାନଙ୍କର କହିବାନୁଯାୟୀ ଏହି ଘାଟିରେ ପ୍ରଭାବିତ ହେଉଥିବା ପବନ କାରଣରୁ ପକ୍ଷୀମାନଙ୍କର ସନ୍ତୁଳନ ବିଗିଡି ଯାଇଥାଏ। ଯାହାଦ୍ବାରା ସେମାନେ ଗଛରେ ବାଡେଇ ହୋଇ ଆହତ ହୋଇଯାଇଥାନ୍ତି ଏବଂ ପରେ ସେମାନଙ୍କର ମୃତ୍ୟୁ ହୋଇଯାଇଥାଏ। ପକ୍ଷୀମାନେ ସନ୍ଧ୍ୟା ସମୟରେ ନିଜ ବସାକୁ ଫେରିଥାନ୍ତି ଏହି ସମୟରେ ପକ୍ଷୀ ମାନଙ୍କର ଅଧିକ ଦୁର୍ଘଟଣା ହୋଇଥାଏ।
birds ମୌସୁମୀରେ ପକ୍ଷୀ ମାନଙ୍କ ସଂଖ୍ୟା ଏଥିପାଇଁ ବଢ଼ି ଯାଇଥାଏ କାରଣ ଏହି ସ୍ଥାନ ଗଭୀର ଘାଟିରେ ଅବସ୍ଥିତ। ଏହି କାରଣରୁ ପ୍ରବଳ ବର୍ଷା ହେତୁ ପକ୍ଷୀ ମାନେ ସଂପୁର୍ଣ୍ଣ ଭାବରେ ଓଦା ହୋଇଯାଇଥାନ୍ତି। ଏଥି ଯୋଗୁଁ ଏମାନଙ୍କ ଉଡିବାର କ୍ଷମତା କମ ହୋଇଯାଇଥାଏ । ଏଠାରେ ବାଉଁସ ଏବଂ ଘଞ୍ଚ ଜଙ୍ଗଲ ହେତୁ ପକ୍ଷୀମାନେ ଗଛରେ ବାଡେଇ ହୋଇଯାଇଥାନ୍ତି ଯାହାଦ୍ବାରା ସେମାନଙ୍କର ମୃତ୍ୟୁ ହୋଇଯାଏ। ପକ୍ଷୀମାନଙ୍କର ସାମୁହିକ ଆତ୍ମହତ୍ୟା କାରଣରୁ ଏହି ସ୍ଥାନକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ପର୍ୟ୍ୟଟକ ଆସିଥାନ୍ତି କିନ୍ତୁ ଏହା ଦୁନିଆର ରହସ୍ୟ ହୋଇ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.