ନୂଆ ବିଧାୟକଙ୍କୁ ତାଲିମ୍ ଦିଆଗଲା। ବିଧାନସଭାରେ ହେଲା ପ୍ରଶିକ୍ଷଣ। ବିଜପେି ବିଧାୟକ ମାନେ ପଢିଲେ। ହେଲେ କଂଗ୍ରସେ ଓ ବିଜଡେି ବିଧାୟକ କିନ୍ତୁ ପ୍ରଶିକ୍ଷଣ ଶିବିରକୁ ଗଲେ ନାହିଁ। ଏପଟେ ଶନିବାର ଦିନ ବିଜଡେି ବିଧାୟକଙ୍କ ପାଇଁ ଦଳ ଏକ ନିଜସ୍ୱ ପ୍ରଶିକ୍ଷଣ ଶିବିର କରିଛି। କଂଗ୍ରସେ ଏବେ ସୁଦ୍ଧା ତାଲିମ୍ ଶିବିର କରିନାହିଁ। କିନ୍ତୁ ତାଲିମ୍ ଶିବିରରୁ କିଏ କଣ ପାଠ ପଢିଲେ ଅାସନ୍ତୁ ଜାଣିବା।
ଏଥର ବିଧାନସଭାକୁ ୮୪ ଜଣ ନୂଆ ବିଧାୟକ ନିର୍ବାଚିତ ହୋଇଛନ୍ତି। ବିଜପେିର ୫୪, ବିଜଡେିର ୧୮, କଂଗ୍ରସେର ୯ ଜଣ ଏବଂ ସ୍ଵାଧୀନ ଭାବେ ୩ ଜଣ ବିଧାୟକ ନୂଆ କରି ଗୃହକୁ ଅାସିଛନ୍ତି। ଗୃହର ଆଦବ କାଇଦା ସମ୍ପର୍କରେ ନୂତନ ସଭ୍ୟମାନଙ୍କୁ ଅବଗତ କରାଇବା ପାଇଁ ବିଧାନସଭା ପକ୍ଷରୁ ତାଲିମ୍ ଶିବିର ଆୟୋଜନ କରାଯାଇଥିଲା। ବିଧାନସଭାର କେଉଁ ସମୟରେ କଣ କାର୍ଯ୍ୟ ହୁଏ ଆଉ ସଥେିରେ କମେିତି ଭାଗ ନେଇ ହବେ ସେହି ବିଷୟ ଉପରେ ତାଲିମ୍ ଦିଆଯାଇଥାଏ। କିନ୍ତୁ ବିଜଡେି ଓ କଂଗ୍ରସେ ଏଥିରେ ସାମିଲ ହଲେେ ନାହିଁ। କାରଣ ର୍ଦଶାଇଥିଲେ ଦଳୀୟ ଆଧାରରେ ତାଲିମ୍ ଶିବିର ଆୟୋଜନ କରାଯାଇଛି। ବିଧାନସଭାରେ ଯେଉଁ ତାଲିମ୍ ଶିବିର ହଲୋ କବେଳ ବିଜପେି ବିଧାୟକମାନେ ତାଲିମ୍ ନଲେେ। କିଏ କଣ ଶିଖିଲେ ଏ ତାଲିମ୍ ପ୍ରକ୍ରିୟାରୁ ଅାସନ୍ତୁ ଜାଣିବା।
ଶନିବାର ଦିନ ଶଙ୍ଖ ଭବନରେ ବିଜଡେି ତାର ନିଜସ୍ୱ ପ୍ରଶିକ୍ଷଣ ଶିବିର ଆୟୋଜନ କରି ନୂଆ ବିଧାୟକମାନଙ୍କୁ ତାଲିମ୍ ଦେଇଛି। ବିଜଡେି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁ ମନ୍ତ୍ର ଦେଇଛନ୍ତି । ଲୋକଙ୍କ ସ୍ଵାର୍ଥ ପ୍ରସଙ୍ଗ ଉଠାଇବା ପାଇଁ ଦଳୀୟ ବିଧାୟକମାନଙ୍କୁ ପରାର୍ମଶ ଦେଇଛନ୍ତି ।
ସେହିପରି କଂଗ୍ରସେର ସମୁଦାୟ ୧୪ ଜଣ ବିଧାୟକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣ ହେଲେ ନବାଗତ । ବିଧାନସଭାରେ ହୋଇଥିବା ପ୍ରଶିକ୍ଷଣରେ କଂଗ୍ରସେ ସାମିଲ ହୋଇ ନଥିଲା। କଣ କଂଗ୍ରସେର ବିଧାୟକମାନେ ବିନା ପ୍ରଶିକ୍ଷଣ ବା ବିନା ପାଠ ପଢ଼ାରେ ଗୃହରେ ବସିବେ ?