ଗଛ ଉପରେ ଚଢ଼ି ଭାଲୁ ଗାଇଲା ଗୀତ, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଭିଡିଓ

କଣ ଆପଣ କେବେ ଭାଲୁର ସ୍ୱର ଶୁଣିଛନ୍ତି। ବାଘର ଗର୍ଜନ ଶୁଣିଥିବେ, ସିଂହର ଗର୍ଜନ ଶୁଣିଥୁବେ। କିନ୍ତୁ କଣ ଆପଣ କେତେ ଭାଲୁର ଗର୍ଜନ ଶୁଣିଛନ୍ତି। ଯଦି ନା, ତାହେଲେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସୁନ୍ଦର ଭିଡିଓ ଯେଉଁଥିରେ ଏକ ଭାଲୁଟି ଗଛ ଉପରେ ଚଢ଼ି ଯାଇ ଅଜବ ପ୍ରକାର ଶବ୍ଦ ବାହାର କରୁଛି।

ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଆପଣ ଦେଖିପାରୁଥିବେ ଏକ କଳା ଭାଲୁ ପ୍ରାୟ ଗୋଟେ ମିନିନଟ୍‌ ପାଖାପାଖି ସ୍ୱର ଦେଇ ଚାଲିଲା, ଏହା ଏକ ନ୍ୟାସନାଲ ପାର୍କର ଘଟଣା। ସେଠାକାର ଅଧିକାରୀମାନେ କହୁଛନ୍ତି, ଏହି ଭାଲୁ ସବୁବେଳେ ପାର୍କରେ ଥାଏ, କିନ୍ତୁ ବିଶ୍ୱାସ ହେଉନି କିଏ ତାକୁ ଗଛ ଉପରେ ଚଢ଼ି ଗୀତ ଗାଇବାକୁ ପ୍ରେରିତ କରିଛି।

ପୂର୍ବରୁ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଏକ ଜଙ୍ଗଲରେ ଭାଲୁମାନେ ଜଣେ ବାବାଙ୍କ ମନ୍ତ୍ର ଉଚ୍ଚାରଣ ଶୁଣିବାକୁ ଆସନ୍ତି। ଚୁପଚାପ ବସି ମନ୍ତ୍ର ଶୁଣନ୍ତି ଭୋଗ ଖାଆନ୍ତି ପୁଣି ପଳାନ୍ତି। ଏଠି କିନ୍ତୁ ଭାଲୁଟି ଗଛ ଉପରେ ଚଢ଼ି ଗୀତ ଗାଇବା ଭଳି ଅଜବ ସ୍ୱର ବାହାର କରୁଛି।

ଏହି ଭିଡିଓଟି ପୋଷ୍ଟ ହେବାର କିଛି ସମୟ ଭିତରେ ଭିଡିଓରେ ଖୁବ୍‌ ଭାଇରାଲ ହେଉଛି। ଅନେକ ଲୋକଙ୍କୁ ଭାଲୁର ପରଫରମାନ୍ସ ଭଲ ଲାଗିଥିବା ବେଳେ ଆଉ କିଛି ଲୋକ ଏହାର ଅଲଗା ଅଲଗା ଅର୍ଥ ବାହାର କରୁଛନ୍ତି।

Leave A Reply

Your email address will not be published.