ବୈଜ୍ଞାନିକଙ୍କ ଅନୁଯାୟୀ, ବ୍ଲାକ୍ ହୋଲ୍ ହେଉଛି ବ୍ରହ୍ମାଣ୍ଡର ସବୁଠାରୁ ବିପଜ୍ଜନକ ଜିନିଷ । ବ୍ଲାକ୍ ହୋଲ୍ ବିଷୟରେ ଆପଣ ହୁଏତ ଅନେକ କଥା ଶୁଣିଥିବେ । ଯାହାକୁ ନେଇ ଲୁଚି ରହିଛି ଅନେକ ରହସ୍ୟ । ଏମିତିକି କିଛି ଅଜବ ତଥ୍ୟ ମଧ୍ୟ ସମ୍ନାକୁ ଆସିଛି । ଯାହାକୁ ଜାଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହି ବ୍ଲାକ୍ ହୋଲ୍ କୁଆଡେ ଏବେ ଗ୍ରହ ସବୁକୁ ଖାଇ ଯାଉଛି । ବୈଜ୍ଞାନିକ ଦ୍ରୁତ ଗତିରେ ବଢୁଥିବା ବ୍ଲାକ୍ ହୋଲ୍ ଆବିଷ୍କାର କରିଛନ୍ତି ।
ଏହି ବ୍ଲାକ୍ ହୋଲ୍ ଏତେ ବିଶାଳ ଯେ ପ୍ରତି ସେକେଣ୍ଡରେ, ଆମ ପୃଥିବୀ ପରି ଗ୍ରହଗୁଡିକୁ ଗିଳି ଯାଉଛନ୍ତି । କେବଳ ଏତିକି ନୁହେଁ, ଏହି ନୂଆ ବ୍ଲାକ୍ ହୋଲ୍ ଆମ ଗାଲାକ୍ସିର ସମୁଦାୟ ଆଲୋକ ଅପେକ୍ଷା ଏକ ହଜାର ଗୁଣ ଅଧିକ ଉଜ୍ଜ୍ୱଳ । ARXIV ଜର୍ନାଲରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ ମହାକାଶ ବୈଜ୍ଞାନିକମାନେ ଗତ ନଅ ବିଲିୟନ ବର୍ଷ ମଧ୍ୟରେ ଦ୍ରୁତତମ ବୃଦ୍ଧି ପାଉଥିବା ବ୍ଲାକ୍ ହୋଲକୁ ପ୍ରଥମ ଥର ପାଇଁ ଚିହ୍ନଟ କରିଛନ୍ତି । ଏହାର ଆକାର ସୂର୍ଯ୍ୟଙ୍କ ତୁଳନାରେ ପ୍ରାୟ ୩ ବିଲିୟନ ଗୁଣ ଅଧିକ ।
ବୈଜ୍ଞାନିକଙ୍କ ଅନୁଯାୟୀ ଏହା ଏତେ ବଡ ଯେ ଏହା ଆମ ସୌର ମଣ୍ଡଳର ପ୍ରାୟ ସବୁ ଗ୍ରହକୁ ନିଜ ଆଡକୁ ଟାଣି ଆଣିପାରିବ । ପ୍ରସିଦ୍ଧ ଗବେଷକ ଡ଼.କ୍ରିଷ୍ଟୋଫର ଅନକେନ୍ କହିଛନ୍ତି ଯେ, ପ୍ରାୟ ୫୦ ବର୍ଷ ହେବ ଏହି ବ୍ଲାକ୍ ହୋଲ୍ ନିକଟ ଦେଇ ଯାହା ବି ଅତିକ୍ରମ କରେ ସେ ସବୁ ନିଜ ଆଡ଼କୁ ନେଇଯାଏ । ତେବେ ଏହି ବ୍ଲାକ୍ ହୋଲ୍ ସବୁଠୁ ଭିନ୍ନ । ଏହା କାହିଁକି ଅଲଗା ବୋଲି ସେମାନେ ବର୍ତ୍ତମାନ ଜାଣିବାକୁ ଚାହୁଁଛନ୍ତି ବୋଲି ସେମାନେ କହିଛନ୍ତି ।
ଏହି ବ୍ଲାକ୍ ହୋଲ୍ ଚଳିତ ବର୍ଷ ସ୍ୱତନ୍ତ୍ର ପ୍ରକାରର ତାରା ଖୋଜିବା ସମୟରେ ମିଳିଥିଲା । ସେହି ବର୍ଷ, ଗବେଷକମାନେ ଆମ ଗାଲାକ୍ସିରେ ସାଗିଟାରିଅସ A ନାମକ ଏକ ବ୍ଲାକ୍ ହୋଲ୍ ରିସର୍ଚ୍ଚ କଲେ ଯାହା ୫୦୦ ଗୁଣ ଅଧିକ ବଡ଼ । ଖାଲି ସେତିକି ତାରାମାନଙ୍କ ଅପେକ୍ଷା ଏହି ବ୍ଲାକ ହୋଲ୍ ସାତଗୁଣ ଉଜ୍ଜ୍ୱଳ । ଅଙ୍କେନ୍ କହିଛନ୍ତି ଯେ ଦୁଇଟି ଗ୍ୟାଲେକ୍ସି ଧକ୍କା ହୋଇଥାଇପାରେ । ଏହି କାରଣରୁ, ବ୍ଲାକ୍ ହୋଲ୍ ଭିତରେ ସବୁ ଗ୍ରହ ରହିବା ପାଇଁ ଅନେକ ଜାଗା ଅଛି । ଯେଉଁଥିପାଇଁ ଏହା ବହୁତ ଉଜ୍ଜ୍ୱଳ ହୋଇଯାଇଛି ।