ଆଖି ସହ ଶରୀର ପାଇଁ କ୍ଷତିକାରକ ଡିଭାଇସ୍‌ ର ବ୍ଲୁ ଲାଇଟ, ରିସର୍ଚ୍ଚରୁ ମିଳିଲା ସୂଚନା, ଆପଣ ବି ରୁହନ୍ତୁ ସତର୍କ

ବର୍ତ୍ତମାନ ସମୟରେ ସମସ୍ତେ ଫୋନ ଓ ଲାପଟପ ବ୍ୟବହାର କରିବା ସାଧାରଣ କଥା ହୋଇଗଲାଣି। ତେବେ ଏହାରି ମଧ୍ୟରେ ଲୋକଙ୍କର ଆଖି ସମସ୍ୟା ମଧ୍ୟ ଦେଖିବାକୁ ମିଳିଲାଣି। ସ୍କ୍ରିନର ଅଧିକ ବ୍ୟବହାର ହେତୁ କେବଳ ଆଖି ନୁହେଁ ବରଂ ସ୍କିନ ଉପରେ ମଧ୍ୟ ଖରାପ ପ୍ରଭାବ ପଡୁଛି। ଆଜ୍ଞା ହଁ ଡିଭାଇସ୍‌ ରେ ଥିବା ବ୍ଲୁ ଲାଇଟ ଇଫେକ୍ଟରୁ ବଞ୍ଚିବା ପାଇଁ ଆମେ କେବଳ ଆଖି ପାଇଁ ଚଷମା ବ୍ୟବହାର କରୁଛେ। କିନ୍ତୁ ଏହାର ଖରାପ ପ୍ରଭାବ ସିଧା ସଳଖ ଆମ ସ୍କିନ ଉପରେ ମଧ୍ୟ ପଡୁଛି।

ରିପୋର୍ଟ ମୁତାବିକ ଫୋନ, ଲାପଟପ ଓ ଟିଭ ର ବ୍ରାଇଟ ସ୍କ୍ରିନ କାରଣରୁ ୟୁଜର୍ସଙ୍କ ଆଖି ବ୍ୟତିତ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡୁଛି। ଏହାସହିତ ଡିଭାଇସରୁ ବାହାରୁ ଥିବା ବ୍ଲୁ ଲାଇଟ ସମୟ ପୂର୍ବରୁ ବୁଢ଼ା କରଦିଏ। ଏମିତି ବି କହିପାରିବା ଯେ ଏହି ଲାଇଟ ମଣିଷର ଆୟୁଷ ଛଡ଼ାଇନିଏ।

ଏହି ଟେଷ୍ଟ ଜଣେ ବ୍ୟକ୍ତିଙ୍କ ଉପରେ କରାଯାଇଥିଲା। ରିସର୍ଚ୍ଚ ପାଇଁ ସେହି ବ୍ୟକ୍ତିଙ୍କୁ ପ୍ରଥମେ ଅନ୍ଧାର ଘରେ ରଖାଯାଇଥିଲା। ଏହାପରେ ଏଲଇଡି ର ବ୍ଲୁ ଲାଇଟ ସମ୍ପର୍କରେ ତାଙ୍କୁ ଅଣାଗଲା। ଏହି ପରିସ୍ଥିତିରେ ବ୍ଲୁ ଲାଇଟ ସଂସ୍ପର୍ଶରେ ଆସିବା ପରେ ବ୍ୟକ୍ତିଙ୍କ ବୟସ ସମୟରୁ ଅଧିକ ଜଣାପଡ଼ିଲା।

ବ୍ୟକ୍ତି ଜଣଙ୍କ ଉପରେ ବ୍ଲୁ ଲାଇଟର ଇଫେକ୍ଟ ଜାଣିବା ପାଇଁ ତାଙ୍କୁ ୨ଦିନ, ୨୦ ଦିନ, ୪୦ ଦିନ ଓ ୬୦ ଦିନର ବ୍ୟବଧାନରେ ତାଙ୍କୁ ଅନ୍ଧାର ଘରେ ସମ୍ପୂର୍ଣ୍ଣ ବ୍ଳ ୁ ଲାଇଟରେ ରଖାଗଲା। ଏହାପରେ ବ୍ୟକ୍ତି ଜଣଙ୍କ ମାଇଟୋକୋଣ୍ଡ୍ରିୟାରେ ବ୍ଲୁ ଲାଇଔର ଇଫେକ୍ଟର ଯାଞ୍ଚ କରାଗଲା। ରିସର୍ଚ୍ଚ ଅନୁସାରେ ବ୍ଲୁ ଲାଇଟ କେବଳ ବ୍ୟକ୍ତି ଜଣଙ୍କ ଆଖି ଉପରେ ନୁହେଁ ବରଂ ତାଙ୍କ ସ୍କିନ ସେଲ୍ସ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଛି।

ଅନେକ ରିସର୍ଚ୍ଚରୁ ମଧ୍ୟ ଜଣାପଡ଼ିଛି ଯେ ଇଲେକଟ୍ରୋନିକ ଡିଭାଇସ ଯେପରି ଫୋନ, ଲାପଟପ ଓ ଟିଭି ରୁ ବାହାରୁଥିବା ବ୍ଲୁ ଲାଇଟ ସ୍କିନ ସେଲ୍ସ ରେ ଅନେକ ପରିବର୍ତ୍ତନ ଆଣିଥାଏ ।ଯେମିତିକି ଏହା ସ୍କିନ ସେଲ୍ସକୁ କମ କରେ ଅବା ସେଲ୍ସକୁ ମାରି ମଧ୍ୟ ଦିଏ। ଏହି ଡେଡ୍‌ ସେଲ୍ସ ଆମ ଶରୀର ପାଇଁ କ୍ଷତିକାରକ। ଏହା କାରଣରୁ ବ୍ୟକ୍ତି ସମୟ ପୂର୍ବରୁ ବୁ ଢ଼ା ହୋଇଯାଏ।

ରିସର୍ଚ୍ଚ ଅନୁଯାୟୀ ଯଦି ଏହି ବ୍ଲୁ ଲାଇଟରେ ଆପଣ ୧ ଘଣ୍ଟାରୁ ଅଧିକ ସମୟ ବସନ୍ତି ତେବେ ଆପଣଙ୍କ ସ୍କିନ ସେଲ୍ସରେ ଅନେକ ପରିବର୍ତ୍ତନ ହୋଇଥାଏ। ଏହା କାରଣରୁ ଅନେକ ଥର ସ୍କିନରେ କଳା ଦାଗ ମଧ୍ୟ ପଡ଼ିଯାଏ। ଅଧିକ ସମୟ ବ୍ଲୁ ଲାଇଟ ସମ୍ପର୍କରେ ଆସିବା କାରଣରୁ ସ୍କିନରେ ରେଡନେସ୍‌, କୁଣ୍ଡାଇବା ଓ ଆଖିରେ ଡ୍ରାଇନେସ୍‌ ସମ୍ବନ୍ଧିତ ସମସ୍ୟା ଦେଖାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.