ଧିରେ ଧିରେ ଗରମ ହେଉଛି ନୀଳଗ୍ରହ, ପ୍ରଭାବିତ ହେବେ ୩୦୦ ଶହ କୋଟି ଲୋକ

ବଢୁଛି ପୃଥିବୀର ତାପ । ଯାହାଦ୍ବାରା ପ୍ରଭାବିତ ହେବ ୩୦୦ ଶହ କୋଟି ଲୋକ । ତାମମାତ୍ରାରେ ବୃଦ୍ଧି ଜୀବନ ପ୍ରତି ବିପଦ ସୃଷ୍ଟି କରିବ । ନାଇଜେରିଆର ତାପମାତ୍ରାରେ ୨.୭ ଡିଗ୍ରୀ ବୃଦ୍ଧି ଘଟିବ । ସହରାଞ୍ଚଳରେ ଗ୍ରାମାଞ୍ଚଳ ଅପେକ୍ଷା ୧୫ ଡିଗ୍ରୀ ଅଧିକ ତାପମାତ୍ରା ରହିବ ।

କେନ୍ୟୁଜ୍‌(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନର ଧାରା ଯଦି ଏପରି ରୁହେ ପୃଥିବୀର ପ୍ରାୟ ୧୦୦ କୋଟି ଲୋକ ପ୍ରଭାବିତ ହେବେ । ଧିରେ ଧିରେ ତାମମାତ୍ରାରେ ବୃଦ୍ଧି ଜୀବନ ପ୍ରତି ବିପଦ ସୃଷ୍ଟି କରିବ । ଯଦି ଏପରି ଭାବେ ତାପମାତ୍ରାରେ ବୃଦ୍ଧି ହୁଏ ପ୍ରାୟ ୨୦୦ କୋଟି ଲୋକ ବିପଦପୂର୍ଣ୍ମ ତାପ ବଳୟ ଭିତରେ ରହିଯିବେ । ଏହି ପରିସ୍ଥିତି ଚଳିତ ଶତାଦ୍ଦୀର ଶେଷ ଆଡ଼କୁ ସୃଷ୍ଟି ହୋଇପାରେ । ଏହି ନିକଟରେ ପ୍ରକାଶିତ ଗବେଷଣାରୁ ଏପରି ତଥ୍ୟ ଆସିଛି ।

ଯଦି ପ୍ରବଳ ମାତ୍ରାରେ ତାପମାତ୍ରାରେ ବୃଦ୍ଧି ଘଟେ ଓ ଜଳବାୟୁରେ ପରିବର୍ତ୍ତନ ଆସେ ୩୦୦କୋଟିରୁ ଉର୍ଦ୍ଧ୍ୱ ଲୋକ ଏହି ଶତାଦ୍ଦୀର ଶେଷ ଆଡ଼କୁ ଅତ୍ୟଧିକ ତାପମାତ୍ରାର ସାମନା କରିବେ । ବର୍ତ୍ତମାନ ସୁଦ୍ଧା ପଥିବୀର ପ୍ରାୟ ୬ କୋଟି ଲୋକ ବିପଦପୂର୍ଣ୍ଣ ତାପମାତ୍ରାର ସ୍ତରକୁ ପହଁଚି ସାରିଲେଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ଅତ୍ୟଧିକ ତାପମାତ୍ରା ବୃଦ୍ଧି ଯୋଗୁଁ ଲୋକଙ୍କୁ ଅଂଶୁଘାତ ଜନିତ ଜ୍ୱର ହେଉଛି ଓ କେତେକ କ୍ଷେତ୍ରରେ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି । ଏହାସହ ଏହା ପରୋକ୍ଷ ଭାବରେ ବିଭିନ୍ନ ରୋଗ ବ୍ୟାପିବାର କାରଣ ସାଜୁଛି । ଏହାସହ ଏଥିଯୋଗୁଁ ବାୟୁର ମାନରେ କମି ଆସୁଛି । ଏହାର ପ୍ରଭାବ ବିଶେଷକରି ବୟସ୍କ, ନବଜାତ ଶିଶୁ, ଛୋଟଛୁଆ, ଗର୍ଭବତୀ ମହିଳା ବାହାରେ କାମ କରୁଥିବା ଶ୍ରମିକ, ଖେଳାଳି ଓ ଗରିବ ଶ୍ରେଣୀର ଲୋକଙ୍କ ଉପରେ ପଡ଼ିଥାଏ ।

ଭାରତ, ସୁଦାନ ଓ ନାଇଜର ଅଧିବାସୀ ତାପମାତ୍ରା ୧.୫ଡିଗ୍ରୀ ବଢିବା ଦ୍ୱାରା ଗଭୀର ଭାବେ ପ୍ରଭାବିତ ହେବେ । ଫିଲିପାଇନ୍ସ, ପାକିସ୍ତାନ ଓ ନାଇଜେରିଆର ତାପମାତ୍ରାରେ ୨.୭ ଡିଗ୍ରୀ ବୃଦ୍ଧି ଘଟିବ । ଗବେଷକଙ୍କ ମତରେ ଏହା ବିଭିନ୍ନ ଜଳବାୟୁ ମଡେଲ ଉପରେ ପ୍ରଭାବ ପକାଇବ । ଏହାସହ ମଣିଷ ଅପେକ୍ଷା ଅର୍ଥନୀତି ଉପରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିବ ।

ଏହି ତାପମାତ୍ରା ବୃଦ୍ଧିରେ ସହାୟକ ହେଉଛି ସହରୀକରଣ । ବିଲ୍ଡିଂ, ରୋଡ ଓ ଇନଫ୍ରାଷ୍ଟକଚର ତାପକୁ ଶୋଷିବା ସହ ତାକୁ ପରବର୍ତ୍ତୀ ସମୟରେ ବିକିରଣ କରୁଛି । ପ୍ରାକୃତିକ ପରିବେଶ ଯଥା ଜଙ୍ଗଲ ଓ ଜଳାଶୟ ଅପେକ୍ଷା ଏହାର ବିକିରଣର ମାତ୍ରା ଅଧିକ । ଫଳରେ ସହରାଞ୍ଚଳରେ ଗ୍ରାମାଞ୍ଚଳ ଅପେକ୍ଷା ୧୫ ଡିଗ୍ରୀ ଅଧିକ ତାପମାତ୍ରା ରହୁଥିବା ତଥ୍ୟରେ ପ୍ରକାଶ ପାଇଛି ।

ତାପବୃଦ୍ଧି କମିବ କିପରି

ବୈଜ୍ଞାନିକଙ୍କ ମତରେ ଏହାକୁ ତିନୋଟି ଉପାୟରେ କମାଯାଇ ପାରିବ । ଯୋଜନା, ସଚେତନତା ଓ କାର୍ଯ୍ୟକାରିତା ଦ୍ୱାରା ଏଥିରୁ ସାରା ବିଶ୍ୱକୁ ବଞ୍ଚାଯାଇ ପାରିବ । ପ୍ରଥମେ ହିଟ୍‌ େଓ୍ଵବକୁ ବିଭିନ୍ନ ଭାଗରେ ଭାଗ କରିବା । ଏହାସହ ତାପର ପ୍ରତିକୁଳ ପ୍ରଭାବ ଉପରେ ଲୋକଙ୍କୁ ସଚେତନ କରିବା । ଖରାରୁ ବଞ୍ଚିବା ପାଇଁ ନିଜେ ବିଭିନ୍ନ ପଦକ୍ଷେପ ନେବା । ସହରରେ ଅଧିକରୁ ଅଧିକ ଗଛ ଲଗାଇବା ଦ୍ୱାରା ତାପବୃଦ୍ଧିକୁ କିଛି ମାତ୍ରାରେ କମାଯାଇ ପାରିବ । ଏହାସହ ଅର୍ବାନ ରି-ଫରେଷ୍ଟେସନ ପ୍ରୋଗ୍ରାମ ମାନ ହାତକୁ ନେବାକୁ ହେବ ।

ନିଜ ଘର ଚାରିପାଖରେ ଛାଇ ସଂଖ୍ୟାରେ ବୃଦ୍ଧି କରିବା । ବିଭିନ୍ନ ସବୁଜ ଉଦ୍ଭିଦ ସହ ଗଛ ଲଗାଇବା । ଯାହା ଘରକୁ ଶୁଦ୍ଧ ଓ ଥଣ୍ଡା ବାୟୁ ପ୍ରଦାନ କରିବେ ଓ ଆପଣଙ୍କ ଘରପାଖ ପରିବେଶକୁ ଥଣ୍ଡା ରଖିବେ । ଏହାସହ ବିଲ୍ଡିଂ କୁଲିଂ ପେଭମେଣ୍ଟ ସବୁ ନିର୍ମାଣ କରିବା । ଯାହା ସୂର୍ଯ୍ୟକିରଣକୁ ପ୍ରତିଫଳିତ କରିବ ।
ଏହାସହ ଆଉଟ ରୁଫ ଗାର୍ଡେନ ନିର୍ମାଣ କରାଯାଇ ପାରିବ । ଏହା ଛାଇ ପ୍ରଦାନ କରିବା ସହ ଉସ୍ୱେଦନ ଜରିଆରେ ବାୟୁ ମଣ୍ଡଳରୁ ତାପକୁ ଶୋଷି ନେଇଥାଏ । ଯାହା ତାପକୁ କମିବାରେ ବେଶ ଅଧିକ ସହାୟକ ହୋଇଥାଏ । ଏହା ଘରପାଇଁ ଏକ ଇନସୁଲେଟର ଭଳି କାମ କରିଥାଏ ।

ପ୍ୟାରିସ ଚୁକ୍ତି ଅନୁଯାୟୀ ତାପମାତ୍ରାକୁ ୧.୫ ଡିଗ୍ରୀ କମ ରଖିବାକୁ ସମସ୍ତ ଦେଶ ଚେଷ୍ଟା କରିବେ । ଏହା ସତ୍ତ୍ୱେ ତାପମାତ୍ରାରେ ବୃଦ୍ଧି ହେବ ବୋଲି ଗବେଷକ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.