ମୋଟା ପୁଅଙ୍କୁ ବିବାହ କରିବା ପାଇଁ ପାଗଳ ହୋଇଯାନ୍ତି ଏହି ଜାଗାର ଝିଅ ମାନେ, ଜାଣନ୍ତୁ କଣ ରହିଛି ଏହାର କାରଣ ?

ବିବାହ ଦୁନିଆର ସବୁଠୁ ପଵିତ୍ର ସମ୍ପର୍କ ଅଟେ । କୁହାଯାଏ ଗୋଟିଏ ଭଲ ଜୀବନ ସାଥି ତାଙ୍କ ଜୀବନକୁ ସ୍ୱର୍ଗ କରି ଦେଇଥାଏ । ବର୍ତ୍ତମାନ ସମୟରେ ଝିଅ ମାନଙ୍କ ପସନ୍ଦ ନାପସନ୍ଦର ତରିକା ବଦଳି ଗଲାଣି । ଜୀବନ ସାଥୀ ବାଛିବା ସମୟରେ କାହାକୁ ଧନୀ ପୁଅ ପସନ୍ଦ ତ ଆଉ କାହାକୁ ସୁନ୍ଦର ଓ ପରଫେକ୍ଟ ପୁଅ ପସନ୍ଦ । ହେଲେ ଯଦି କୌଣସି ପୁଅ ମୋଟା କିମ୍ବା ଦେଖିବାକୁ ଆକର୍ଷଣୀୟ ହୋଇନଥାନ୍ତି ତେବେ ତାକୁ କେହି ବି ପସନ୍ଦ କରନ୍ତି ନାହିଁ । ତେବେ ଆଜି ଆମେ ଏମିତି ଏକ ଜନଜାତି ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କ ଜୀବନ ଶୈଳୀ ଓ ପସନ୍ଦ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ ।

ଆଜି ଆମେ ଜାଣିବା ଇଥିଓପିଆର ସୁଦୂର ଇଲାକାରେ ରହୁଥିବା ବୋଦୀ ଜନଜାତିଙ୍କ ବିଷୟରେ । ଏହି ଜନଜାତିର ଲୋକଙ୍କ ମଧ୍ୟରେ ପ୍ରତିବର୍ଷ ଏକ ପ୍ରତିଯୋଗିତା ହୋଇଥାଏ । ଆଉ ସେଥିରେ ଦେଖାଯାଏ ଯେ, କିଏ ସବୁଠାରୁ ଅଧିକ ମୋଟା । ଆଉ ଏଥିରେ ଯେଉଁ ପୁରୁଷ ଜିତିଥାଏ । ତାକୁ ସବୁଠାରୁ ହ୍ୟାଣ୍ଡସମ୍ ବୋଲି ଧରାଯାଇଥାଏ । ଖାଲି ସେତିକି ନୁହେଁ ସେହି ଲୋକକୁ ବିବାହ କରିବାକୁ ଝିଅମାନଙ୍କ ଲାଇନ୍ ଲାଗିଥାଏ । ଏପରିକି ଝିଅ ସେହି ପୁରୁଷକୁ ବିବାହ କରିବା ପାଇଁ ନିଜ ନିଜ ଭିତରେ ଝଗଡା ମଧ୍ୟ ଲାଗନ୍ତି । ତେଣୁ ସେଠାକାର ପୁରୁଷ ମାନେ ୬ ମାସ ଆଗରୁ ଏଥିପାଇଁ ପସ୍ତୁତି ଆରମ୍ଭ କରିଦିଅନ୍ତି ।

fat man

ଖାଲି ସେତିକି ନୁହେଁ ଏହି ଜନଜାତିର ଲୋକମାନେ ମୋଟା ହେବା ପାଇଁ ବହୁତ୍ ପରିଶ୍ରମ କରନ୍ତି । ଯାହାକି କିଛି ସହଜ କଥା ନୁହେଁ । ଏଠାରେ ରକ୍ତ ସହିତ କ୍ଷୀର ପିଇବାକୁ ବେଶୀ ପସନ୍ଦ କରାଯାଏ । କୁହାଯାଏ ଯେ, ଏହା ସେବନ କରିବା ଦ୍ୱାରା ଚର୍ବି ଖୁବ୍ ଶୀଘ୍ର ବଢ଼ିଯାଇଥାଏ । ଆଉ ପ୍ରତିଯୋଗିତା ଆରମ୍ଭ ହେବାର ଅଳ୍ପ ପୂର୍ବରୁ ପୁରୁଷ ମାନେ ଅଲଗା କୁଡିଆରେ ଯାଇ ରୁହନ୍ତି । ଏହି ସମୟରେ ପୁରୁଷ ଓ ନାରୀ ମାନଙ୍କ ମଧ୍ୟରେ ଯୌନ ସମ୍ପର୍କ ରଖିବାକୁ ବାରଣ କରାଯାଏ ।

ଝିଅ ମାନଙ୍କୁ ଆକର୍ଷିତ କରିବା ପାଇଁ ଏହା ହେଉଛି ସବୁଠାରୁ ଭଲ ମଉକା ବୋଲି ପୁରୁଷ ମାନେ ଭାବି ନିଅନ୍ତି । ତେବେ ଏମାନେ ଯେଉଁଠାରେ ରୁଅନ୍ତି ସେଠାରେ ଅନେକ ପ୍ରକାରର ରୋଗ ହେବାର ଆଶଙ୍କା ରହିଥାଏ । ହେଲେ ଏମାନେ ବିନା କୌଣସି ଡରରେ ବଞ୍ଚନ୍ତି । ତେବେ ମୋଟା ହେବାକୁ ଯାଇ କିଛି ପୁରୁଷ ରକ୍ତ ଏବଂ କ୍ଷୀରକୁ ପିଇପାରନ୍ତି ନାହିଁ ଫଳରେ ବାନ୍ତି କରିବସନ୍ତି । ୬ ମାସ ମୋଟା ହେବା ପାଇଁ ପରିଶ୍ରମ କରିବା ପରେ ପ୍ରତିଯୋଗିତାକୁ ନିଜର ମୋଟା ଶରୀର ସହିତ ଆସନ୍ତି । ଆଉ ଯିଏ ଯେତେ ମୋଟା ସେ ସେତେ ହ୍ୟାଣ୍ଡସମ୍ ଭାବେ ଗଣନା କରାଯାଏ ଏବଂ ଝିଅ ମାନେ ତାକୁ ଜୀବନ ସାଥୀ ଭାବେ ପାଇବାକୁ ପାଗଳ ପ୍ରାୟ ହୋଇଯାଆନ୍ତି ।

marriage

ଏହି ଜନଜାତିର ପୁରୁଷ ମାନେ ଅଧିକ ମୋଟା ହେଲେ ହ୍ୟାଣ୍ଡସମ୍ ବୋଲି ଧରାଯାଉଥିବା ବେଳେ ଝିଅ ମାନଙ୍କ ଶରୀରରେ ଯେତେ ଅଧିକ ଦାଗ ରହିବ ସେ ସେତେ ସୁନ୍ଦର ବୋଲି କୁହାଯାଏ । ଝିଅ ମାନଙ୍କ ଶରୀରକୁ କାଟି ଜାଣିଶୁଣି ଦାଗ କରଯାଏ । ଏମିତି ଝିଅ ମାନଙ୍କୁ ଏହି ଜନଜାତିର ପୁରୁଷ ମାନେ ଅଧିକ ପସନ୍ଦ କରିଥାନ୍ତି ।

Leave A Reply

Your email address will not be published.