ବାଃ ଏ ଛୁଆର କି ବୁଦ୍ଧି ! ଯାହା ମାଛ ଧରା ଟେକନିକକୁ ପ୍ରଶଂସା କଲେ ଆନନ୍ଦ ମହିନ୍ଦ୍ରା

ମହିନ୍ଦ୍ରା ଗ୍ରୁପର ପ୍ରମୁଖ କମ୍ପାନୀ “ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା” ଲିମିଟେଡ଼ର ଉପାଧ୍ୟକ୍ଷ ହେଉଛନ୍ତି ଆନନ୍ଦ ମହିନ୍ଦ୍ରା । ଟ୍ୱିଟରରେ ତାଙ୍କୁ ଅଧିକାଂଶ ସମୟ ଆକ୍ଟିଭ ରହୁଥିବାର ମଧ୍ୟ ଦେଖାଯାଏ । ଖାଲି ସେତିକି ନୁହେଁ ସେ ସେୟାର କରିଥିବା କଣ୍ଟେଣ୍ଟ ଗୁଡିକୁ ଲୋକେ ଦେଖିବାକୁ ବି ଖୁବ ପସନ୍ଦ କରନ୍ତି । ତାଙ୍କ ଫ୍ୟାନ୍ସ ମାନଙ୍କ ସଂଖ୍ୟା ଶୁଣିଲେ ତ ଆପଣ ତାଯୁବ ହୋଇଯିବେ । ପ୍ରାୟ ୯୦ ଲକ୍ଷ ଲୋକ ଫ୍ୟାନ ଆନନ୍ଦଙ୍କୁ ଫଲୋ କରୁଥିବାର ଜଣାଯାଏ । ଏଠି ସେ ଏମିତି କିଛି ଭିଡିଓ ଓ କଣ୍ଟେଣ୍ଟ ସେୟାର କରନ୍ତି ଯେଉଁଥିରୁ ସାଧାରଣ ଲୋକମାନେ କିଛି ଶିଖିପାରିବା ସହିତ ନୂଆ କିଛି ଜାଣି ବି ପାରନ୍ତି । ଏଇ ନିକଟରେ ସେ ଏକ ଛୋଟ ପିଲାର ଭିଡିଓ ସେୟାର କରିଛନ୍ତି । ଭିଡିଓଟିରେ ଆପଣ ଦେଖିପାରିବେ କେମିତି ଏକ ପିଲା ଦେଶୀ ଯୁଗାଡ କରି ମାଛ ଧରିବାକୁ ଚେଷ୍ଟା କରୁଛନ୍ତି ।

 

ପୁରା ଭିଡିଓଟିକୁ ଦେଖିଲେ ଆପଣ ଜାଣିପାରିବେ କେମିତି ଏକ ପିଲା ଏକ କାଠର ଭାର କାନ୍ଧରେ ଧରି ଆସୁଛି । ଆଉ ଏହି ଢାଞ୍ଚାକୁ ପୋଖରୀ ନିକଟରେ ପୋତି ଦେଉଛି । ବୟସ ଖୁବ ହୋଇଥିଲେ କଣ ହେବ ତା ହାବଭାବ ଦେଖିଲେ ଯେମିତି ଲାଗୁଛି ତା ଦେହରେ ଧେର୍ଯ୍ୟ ଭରପୁର ମାତ୍ରାରେ ଅଛି । ପୁଣି ସେ ଏକ ଅଦ୍ଭୁତ କାମ କରୁଛି । ସାଥିରେ ଆଣିଥିବା ଅଟାରେ ବଡ ବଡ ଆକାରର ଗୁଳା ତିଆରି କରି ମାଛ ଧରିବା ପାଇଁ ପାଣିରେ ପକାଇ ଦେଉଛି । ଆଉ ଏହା ପରେ କିଛି ସମୟ ପାଇଁ ଅପେକ୍ଷା କରି ବସି ଯାଉଛି । ମାଛ ଫସିବା ପରେ, ଅଟା ଲାଗିଥିବା ରଶିର ଚକ୍ରୀଟି ବୁଲିବାକୁ ଲାଗୁଛି । ରଶିଟି ବି ଟାଣି ହୋଇ ଆସୁଛି । ଯେଉଁଥିରୁ ଜଣାପଡୁଛିକି ଜାଲରେ ମାଛ ଛନ୍ଦି ହୋଇଯାଇଛି । ଏବେ ପିଲାଟି ଚକ୍ରୀକୁ ବୁଲାଇ ବୁଲାଇ ମାଛକୁ ତା ଭିତରୁ ବାହାର କରିବାକୁ ଚେଷ୍ଟା କରୁଛି । ଖୁବ ସହଜରେ ସେ ଏହି କାମ କରିବା ସହିତ ମାଛ ଗୁଡିକୁ ବି ଖୁବ ଧୀରେ ସୁସ୍ଥେ ବାହାରକୁ ନେଇଆସୁଛି ।

ପିଲାଟିର ଏହି ଟେକନିକକୁ ଲୋକମାନେ ଖୁବ ପସନ୍ଦ କରିଥିବା ଜଣାଯାଇଛି । ଯେବେକି ଆନନ୍ଦ ମହିନ୍ଦ୍ର ଲେଖିଛନ୍ତିକି ପ୍ରତିଶୃତଟି ବଦ୍ଧତା + ସରଳତା ଓ ଧାର୍ଯ୍ୟ ମିଳିତ ଭାବରେ ସଫଳତାକୁ ଜନ୍ମ ଦେଇଥାଏ । ଜଣେ ୟୁଜର ଭିଡିଓ ଟିକୁ ଖୁବସୁନ୍ଦର ବୋଲି କହିଥିବାବେଳେ ଆଉ ଜଣେ କହିଛନ୍ତିକି ଜୀବନରେ ସଫଳତା ପାଇବାର ଏହା ହେଉଛି ମୂଳମନ୍ତ୍ର । ଲୋକଙ୍କ ମନରେ ପିଲାଟିର ଧର୍ଯ୍ୟ, ତା ଅଦ୍ଭୁତ ଟେକନିକ ତଥା ତାର ଦୃଢ଼ନିଷ୍ଠ ଲକ୍ଷ ଏକ ଅଦ୍ଭୁତ ଛାପ ଛାଡିଯାଇଛି । ଯେବେକି ଜଣେ ୟୁଜର ଲେଖିଛନ୍ତିକି, ହୁଏତ ଭୋକ ବିକଳରେ ପିଲାଟି ଏମିତି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.